Horoscope of 18th October 2022: ଦାମ୍ପତ୍ୟ ଜୀବନ ସୁଖମୟ ହେବ, ଅଯଥା କଳହଠାରୁ ଦୂରେଇ ରୁହନ୍ତୁ!
Advertisement

Horoscope of 18th October 2022: ଦାମ୍ପତ୍ୟ ଜୀବନ ସୁଖମୟ ହେବ, ଅଯଥା କଳହଠାରୁ ଦୂରେଇ ରୁହନ୍ତୁ!

Horoscope of 18th October 2022: କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ଉପଲବ୍ଧି ହେବ । ବ୍ୟାଙ୍କିଙ୍ଗ୍‌, ଇନସୁରାନସ ବିଭାଗରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭପ୍ରଦ ଅଟେ । ପ୍ରତ୍ୟେକଟି କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ କରିବେ ।

Horoscope of 18th October 2022: ଦାମ୍ପତ୍ୟ ଜୀବନ ସୁଖମୟ ହେବ, ଅଯଥା କଳହଠାରୁ ଦୂରେଇ ରୁହନ୍ତୁ!

Horoscope of 18th October 2022, ମେଷ: ଆକସ୍ମିକ ଭାବେ ଧନ ପ୍ରାପ୍ତିର ସୁଯୋଗ ଅଛି । ପରିଶ୍ରମର ମୂଲ୍ୟାଙ୍କନ ହେବ । ନିଜ ବଂଶର ସୁଖପାତ୍ର ହୋଇପାରନ୍ତି । କୁଳ ଉଜ୍ୱକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ହେବେ । ବ୍ୟବସାୟରୁ ଲାଭ ମିଳିବ । ଯଶସ୍ୱୀ ହେବେ ।  

ବୃଷ: ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସଂପାଦନ କରିବେ । କାର୍ଯ୍ୟାଳୟରେ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ପାଇବେ । ଆୟ ଆଶାନୁରୂପ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।  

ମିଥୁନ: ପୂଜାପୂଜି ପାଇଁ ମନ ବଳାଇବେ । କର୍ତ୍ତବ୍ୟ ନିଷ୍ଠ ହୋଇ ସମସ୍ତ ନ୍ୟସ୍ତ କାର୍ଯ୍ୟ ଦାୟିତ୍ୱର ସହ ତୁଳାଇବେ । ଦେହ ଓ ମନ ଭଲ ରହିବ । ବ୍ୟବସାୟିକ ଅଭିବୃଦ୍ଧି ପାଇଁ ନୂତନ ଚିନ୍ତାଧାରା ଆପଣେଇବେ ।  

କର୍କଟ: ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ଉପଲବ୍ଧି ହେବ । ଆୟ ଆଶାନୁରୂପକ ହେବ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତି ହେବ । ବ୍ୟବସାୟରେ ସଫଳତା ପାଇବେ ।  

Also Read: Odisha Weather Update: ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ଆଗାମୀ ପାଞ୍ଚ ଦିନ ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ସିଂହ: ଉତ୍ତମ ଆୟ  ଯୋଗ ରହୁଛି । ମନ ପ୍ରଫୁଲ୍ଲ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ସୁସମ୍ବାଦ ପ୍ରାପ୍ତ ହେବ । ଦାମ୍ପତ୍ୟ ଜୀବନ ସୁଖ ବୋଧ ହେବ । 

କନ୍ୟା: ଶାରୀରିକ ସୁସ୍ଥତା ଲାଭ କରିବେ । କର୍ମତତ୍ପର ହେବେ । ବ୍ୟବସାୟିକ ଅଭିବୃଦ୍ଧି ଦେଖାଦେବ । ସାଂଗଠନିକ କାର୍ଯ୍ୟରେ ଯୋଗ ଦେବେ । ଆୟ ଅବ୍ୟାହତ ରହିବ । 

ତୁଳା: ସ୍ୱାସ୍ଥ୍ୟ ଅତୁଟ ରହିବ । କର୍ମ କ୍ଷେତ୍ରରେ ଚଳଚଞ୍ଚଳ  ରହିବେ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭପ୍ରଦ ହେବ ।  ପାରିବାରିକ ସୁଖଶାନ୍ତି ଲାଭ କରିବେ । ବ୍ୟାଙ୍କିଙ୍ଗ୍‌, ଇନସୁରାନସ ବିଭାଗରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭପ୍ରଦ ଅଟେ । 

ବିଛା: ମୁଣ୍ଡବିନ୍ଧା, ଉଦର ପୀଡା ଭଳି ଅସୁସ୍ଥତା ଦେଖାଦେବ । କୌଣସି ବି କାର୍ଯ୍ୟ ଠିକ୍ ଭାବେ ତୁଳାଇପାରିବେ ନାହିଁ । ଧାର କରଜ କରିପାରନ୍ତି, ଶତ୍ରୁ ବୃଦ୍ଧି ପାଇବେ । ପୂର୍ବ ବିବାଦ ଜଟିଳତା ଆଡକୁ ଅଗ୍ରସର ହେବ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।

Also Read: Diwali Gifts: ସରପ୍ରାଇଜ୍ ଗିଫ୍ଟ ଦେଖି ଚମକି ପଡ଼ିଲେ କର୍ମଚାରୀ, ଘରକୁ ଆସିଲା କାର ଓ ବାଇକ୍

ଧନୁ: ଦିନଟିରେ ଆପଣ ଜଗି ରଖି ଚଳନ୍ତୁ । ଅଯଥା କଳହଠାରୁ ଦୂରେଇ ରୁହନ୍ତୁ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ଅଚିହ୍ନା ବ୍ୟକ୍ତିଙ୍କ ସହ ସମ୍ପର୍କ ବଢାନ୍ତୁ ନାହିଁ । ଠକାମିର ଶିକାର ହେବେ ।  

ମକର: ଦାନ ଧର୍ମ ପ୍ରତି ମନ ବଳିବ । କର୍ତ୍ତବ୍ୟ ନିଷ୍ଠ ହେବେ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ପାଇବେ । ପାରିବାରିକ ସୁଖଶାନ୍ତି ଉପଭୋଗ କରିବେ ।  

କୁମ୍ଭ: ଦିନଟିରେ ଆପଣଙ୍କ କର୍ମତତ୍ପରତା ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ସଚେତନ ହେବେ । ପ୍ରତ୍ୟେକଟି କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ କରିବେ । ନୂତନ ଯୋଜନା ଫଳପ୍ରସୁ ହେବ । 

ମୀନ: ବ୍ୟସ୍ତତା ଭିତରେ ଦିନ କଟିବ । ଠକାମିର ଶିକାର ହେବେ । କୌଣସି ଦ୍ରବ୍ୟ ହଜି, ଚୋରି ବା ନଷ୍ଟ ହୋଇପାରେ । ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ ।