Papaya Seeds Benefits: ଏହି ସବୁ ରୋଗର ରାମବାଣ ଅମୃତଭଣ୍ତା ମଞ୍ଚି, ଜାଣନ୍ତୁ କିପରି କରିବେ ବ୍ୟବହାର ?
Advertisement
Article Detail0/zeeodisha/odisha1449576

Papaya Seeds Benefits: ଏହି ସବୁ ରୋଗର ରାମବାଣ ଅମୃତଭଣ୍ତା ମଞ୍ଚି, ଜାଣନ୍ତୁ କିପରି କରିବେ ବ୍ୟବହାର ?

Papaya Seeds Benefits: ପାଚିଲା ଅମୃତଭଣ୍ତା ପେଟ ପାଇଁ ସବୁଠୁ ଭଲ ଫଳ ବୋଲି କୁହାଯାଏ । ଏଥିରେ ପୁଷ୍ଟିକର ଉପାଦାନରେ ଭରପୂର ମାତ୍ରାରେ ରହିଛି । ଅମୃତଭଣ୍ତା ଖାଇବା ଦ୍ବାରା ଶରୀରର ଓଜନ ହ୍ରାସ ହେବା ସହ ଚର୍ମ ମଧ୍ୟ ଚମକିଥାଏ ।

ସୌଜନ୍ୟ : ସୋସିଆଲ ମିଡିଆ

Papaya Seeds Benefits: ପାଚିଲା ଅମୃତଭଣ୍ତା ପେଟ ପାଇଁ ସବୁଠୁ ଭଲ ଫଳ ବୋଲି କୁହାଯାଏ । ଏଥିରେ ପୁଷ୍ଟିକର ଉପାଦାନରେ ଭରପୂର ମାତ୍ରାରେ ରହିଛି ।  ଅମୃତଭଣ୍ତା ଖାଇବା ଦ୍ବାରା ଶରୀରର ଓଜନ ହ୍ରାସ ହେବା ସହ ଚର୍ମ ମଧ୍ୟ ଚମକିଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ରହିଛି , ଯାହା ଅଳ୍ପ ବୟସରେ ବୃଦ୍ଧ ହେବାକୁ ଦେଇନଥାଏ । ଲୋକମାନେ ପ୍ରାୟତଃ ଅମୃତଭଣ୍ତା ଖାଇବା ପରେ ,ତାହାର ମଞ୍ଚିକୁ ଫୋପାଡି ଥାନ୍ତି । କିନ୍ତୁ ଅମୃତଭଣ୍ତା ମଞ୍ଚ ମଧ୍ୟ ଶରୀର ପାଇଁ ବେଶ ଫାଇଦାବାନ୍ ସାବ୍ୟସ୍ତ ହୋଇଛି । ଅମୃତଭଣ୍ତା ମଞ୍ଜିରୁ ପ୍ରସ୍ତୁତ ଫେସ୍ ମାସ୍କ ପ୍ରୟୋଗ କରିବା ଦ୍ବାରା ଚର୍ମ ସୁସ୍ଥ ରହିବା ସହ ଚମକ ମଧ୍ୟ ଆସିଥାଏ । ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଥାଏ। 

ଅମୃତଭଣ୍ତା ମଞ୍ଜିର ସ୍ୱାସ୍ଥ୍ୟ ଉପକାରିତା :

ଅଧିକାଂଶ ଲୋକ ଅଜାଣତରେ ଅମୃତଭଣ୍ତା ମଞ୍ଜି ଫିଙ୍ଗନ୍ତି । ଯଦି ଆପଣ ଏହି କାମ କରୁଛନ୍ତି ,ତେବେ ତାହା ବର୍ତ୍ତମାନ ଠାରୁ କରନ୍ତୁ ନାହିଁ । ଅମୃତଭଣ୍ତା ମଞ୍ଜିରେ ଫେନୋଲିକ୍ ଏବଂ ଫ୍ଲାଭୋନାଏଡ୍ ଯୌଗିକ ଥାଏ । ଏଥିରେ ମ୍ୟାଗ୍ନେସିୟମ୍, ଫସଫରସ୍, ପ୍ରୋଟିନ୍ ଓ କ୍ୟାଲସିୟମ୍ ଇତ୍ୟାଦି ଥାଏ । ଏହି କ୍ଷୁଦ୍ର ମଞ୍ଜି ଗୁଡ଼ିକ ଆଣ୍ଟିଅକ୍ସିଡାଣ୍ଟରେ ଭରିପୁର ରହିଛି । ଆପଣ ଏହି ମଞ୍ଜିଗୁଡ଼ିକୁ ଶୁଖାଇ ପାଉଡର ତିଆରି କରି ବ୍ୟବହାର କରିପାରିବେ। 

ଏହାବି ପଢନ୍ତୁ : Chanakya Niti: ଏହି ସମ୍ପଦ ଆଗରେ ତୁଚ୍ଛ କୋଟି କୋଟି ଟଙ୍କାର ଧନ ଦୌଲତ

ଅମୃତଭଣ୍ତା ମଞ୍ଜିରେ ଏନଜାଇମ୍ ପ୍ରୋଟିନ୍ ଥାଏ । ଏହା ଫାଇବରକୁ ଭାଙ୍ଗିଦିଏ । ଏହା ହଜମ ପ୍ରକ୍ରିୟାକୁ ସଠିକ୍ ରଖେ । ମଞ୍ଜିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଯୋଗୁଁ ଏହା ଖାଦ୍ୟ ବିଷାକ୍ତ ସମସ୍ୟାକୁ ଦୂର କରିଥାଏ । ପାଣିରେ ଆପଣ ୧ ଚାମଚ ଅମୃତଭଣ୍ତା ମଞ୍ଜି ପାଉଡର ମିଶାଇ ପିଇବା ଦ୍ବାରା ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ । ଏହି ମଞ୍ଜି ଯକୃତ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ବିବେଚନା କରାଯାଏ । ଏହି କାରଣରୁ ଯକୃତ ଏକ ଉତ୍ତମ ଉପାୟରେ କାମ କରେ । ଯଦି ଆପଣ ଏହି ମଞ୍ଜିଗୁଡ଼ିକୁ ସକାଳେ ଖାଲି ପେଟରେ ଖାଆନ୍ତି, ତେବେ ଏହା ଲାଭଦାୟକ ହେବ । ଯକୃତ ଏବଂ କିଡନୀରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କାର୍ଯ୍ୟ କରେ।

ଯଦି ଆପଣ ଭାଇରାଲ୍ ଜ୍ୱରରୁ ଦୂରେଇ ରହିବାକୁ ଚାହାଁନ୍ତି କିମ୍ବା ଜ୍ୱରରେ ପୀଡିତ ଅଛନ୍ତି, ତେବେ ଏହି ମଞ୍ଜି ଖାଆନ୍ତୁ । ଏହି ମଞ୍ଜିରେ ଆଣ୍ଟିଭାଇରାଲ୍ ଉପାଦାନଗୁଡିକ ଉପସ୍ଥିତ, ଯାହା ଅନେକ ରୋଗରୁ ମୁକ୍ତି ପାଇଥାଏ  । ଯଦି ଆପଣଙ୍କ ଗଣ୍ଠିରେ ଯନ୍ତ୍ରଣା ହୁଏ, ତେବେ ୧ ଚାମଚ ଅମୃତଭଣ୍ତା ପାଉଡର ମଞ୍ଜି ନିଅନ୍ତୁ , ଯଦି ଆପଣ ଚାହାଁନ୍ତି, ଆପଣ ଏହାର ପେଷ୍ଟକୁ ଯନ୍ତ୍ରଣାଦାୟକ ସ୍ଥାନରେ ମଧ୍ୟ ଲଗାଇ ପାରିବେ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)