Healthy Kidney Diet: ସାବଧାନ! ଆପଣଙ୍କର ଏହି ୭ଟି 'ବଦଭ୍ୟାସ' କିଡନୀ ପାଇଁ ଅତ୍ୟନ୍ତ କ୍ଷତିକାରକ
Advertisement

Healthy Kidney Diet: ସାବଧାନ! ଆପଣଙ୍କର ଏହି ୭ଟି 'ବଦଭ୍ୟାସ' କିଡନୀ ପାଇଁ ଅତ୍ୟନ୍ତ କ୍ଷତିକାରକ

Healthy Lifestyle: ଆମେ ଆମର ଦୈନନ୍ଦିନ ଜୀବନରେ ଏହିପରି ଅନେକ ଅଭ୍ୟାସ ପାଳିଥାଉ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । କିଡ଼ନୀ ଶରୀରର ଏକ ଅତ୍ୟାବଶ୍ୟକ ଅଂଶ, ଯାହା ରକ୍ତକୁ ସଫା କରିଥାଏ ଓ ଶରୀରରେ ଥିବା ମଇଳାକୁ ବାହାର କରିଥାଏ । କିନ୍ତୁ ଆପଣ ଜାଣନ୍ତି କି କିଛି ବଦଭ୍ୟାସ କିଡ଼ନୀକୁ ନଷ୍ଟ କରିଥାଏ ।

ସାଙ୍କେତିକ ଛବି

Healthy Kidney Diet: କିଡ଼ନୀ ଆମ ଶରୀରର ଏକ ଅତ୍ୟାବଶ୍ୟକ ଅଙ୍ଗ । ଏହା ଆମ ଶରୀରରୁ ଅତିରିକ୍ତ ତରଳ, ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଏହା ଶରୀରରେ ଜଳ, ଲୁଣ, ମିନେରାଲଲ୍ସକୁ ସନ୍ତୁଳିତ ପରିମାଣରେ ରଖିବାରେ ସାହାଯ୍ୟ କରେ । ଏହା ବିନା ଶରୀରର ସ୍ନାୟୁ, କୋଷ ଓ ମାଂସପେଶୀ ସଠିକ୍ ଭାବରେ କାର୍ଯ୍ୟ କରିପାରିବ ନାହିଁ ।

କିଡ଼ନୀକୁ ପ୍ରଭାବିତ କରିବା ଦ୍ୱାରା ଅନେକ ଗମ୍ଭୀର ରୋଗ ହେବାର ଆଶଙ୍କା ବଢ଼ିଯାଏ । ଶରୀରକୁ ସୁସ୍ଥ ରଖିବା ପାଇଁ କିଡ଼ନୀକୁ ସୁସ୍ଥ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣ ଜାଣନ୍ତି କି ଆମର ଖରାପ ଅଭ୍ୟାସ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।

1. ପେନକିଲରର ଅତ୍ୟଧିକ ବ୍ୟବହାର
ଅନେକ ଲୋକଙ୍କର ସାମାନ୍ୟ ଯନ୍ତ୍ରଣାରେ ମଧ୍ୟ ପେନକିଲର ମେଡ଼ିସିନ ଖାଇଥାନ୍ତି । ଏହି ପେନକିଲର ମେଡ଼ିସିନ ସେବନ କରି ଯନ୍ତ୍ରଣା କମିଯାଏ । କିନ୍ତୁ ଏହା କିଡ଼ନୀ ପାଇଁ କ୍ଷତିକାରକ । ବିଶେଷକରି ଯଦି ଆପଣଙ୍କର ପୂର୍ବରୁ କିଡ଼ନୀ ସମ୍ବନ୍ଧୀୟ ରୋଗ ଅଛି ତେବେ ଡାକ୍ତରଙ୍କ ପରାମର୍ଶ ପରେ ମଧ୍ୟ ସବୁବେଳେ ପେନକିଲର ମେଡ଼ିସିନ ନିଅନ୍ତୁ ।

2. ଖାଇବା ସମୟରେ ଅଧିକ ଲୁଣର ବ୍ୟବହାର
ଯଦି ଆପଣଙ୍କ ଖାଦ୍ୟରେ ଅଧିକ ଲୁଣ ଥାଏ, ତେବେ ରକ୍ତଚାପର ସମସ୍ୟା ବଢିପାରେ । ଖାଦ୍ୟରେ ଲୁଣ ଅପେକ୍ଷା ଅଧିକ ମସଲା ଓ ଜଡ଼ି ବୁଟୀର ସେବନ କରନ୍ତୁ । ଯଦି ଆପଣ ଏଗୁଡିକ ଖାଇବା ଆରମ୍ଭ କରନ୍ତି, ତେବେ ଆପଣ ଲୁଣର ମାତ୍ରା ହ୍ରାସ କରି ପାରିବେ ।

3. ପ୍ରୋସେସଡ଼ ଫୁଡ଼
ପ୍ରୋସେସଡ଼ ଫୁଡ଼ରେ ସୋଡିୟମ୍ ଓ ଫସଫରସ୍ ଭରପୂର ମାତ୍ରାରେ ଥାଏ । ଯଦି ଆପଣଙ୍କର କିଡନୀ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି, ତେବେ ଆପଣ ପ୍ୟାକେଜ୍ ଫୁଡ଼ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଅଧିକ ପରିମାଣର ଫସଫରସ୍ ଖାଇବା ଓ ପ୍ରୋସେସଡ଼ ଫୁଡ଼ କିଡନୀ ଓ ହାଡକୁ କ୍ଷତି ପହଞ୍ଚାଏ ।

4. ଶରୀରକୁ ହାଇଡ୍ରେଟ୍ ନ ରଖିବା
ଶରୀରକୁ ହାଇଡ୍ରେଟ୍ ରଖିବା ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଦ୍ୱାରା କିଡନୀରେ ପଥର ହେବାଠାରୁ ରୋକାଯାଇପାରିବ । ଯେଉଁମାନଙ୍କର କିଡ଼ନୀ ରୋଗ ଅଛି ସେମାନେ କମ୍ ପରିମାଣର ପାଣି ପିଇବା ଉଚିତ୍ । କିନ୍ତୁ ଯେଉଁମାନଙ୍କର କିଡନୀ ସୁସ୍ଥ ଅଛି ସେମାନେ ୩ ରୁ ୪ ଲିଟର ପାଣି ପିଇବା ଉଚିତ୍ ।

5. ଯଥେଷ୍ଟ ପରିମାଣରେ ନ ଶୋଇବା
ସୁସ୍ଥ ଜୀବନ ପାଇଁ ଭଲ ନିଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିଡ଼ନୀକୁ ସୁସ୍ଥ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଶୁଅନ୍ତୁ । ପର୍ଯ୍ୟାପ୍ତ ନିଦ ନହେବା କାରଣରୁ ସମସ୍ୟା ଆହୁରି ଖରାପ ହୋଇପାରେ ।

6. ଅଧିକ ମାତ୍ରାରେ ଚିନି ଖାଇବା

ଅଧିକ ପରିମାଣର ଶର୍କରା ଜିନିଷ ଖାଇବା ଦ୍ୱାରା ମେଦବହୁଳତା ହୋଇଥାଏ । ଏହା ବ୍ୟତୀତ ଉଚ୍ଚ ରକ୍ତଚାପ ଓ ମଧୁମେହ ସମସ୍ୟା ବଢ଼ିପାରେ । ଡାଏଟରେ ଷ୍ଟାର୍କ ପ୍ରଡକ୍ଟ ଯେପରିକି ବିସ୍କୁଟ, ଶସ୍ୟ, ହ୍ୱାଇଟ ରୁଟି ଖାଇବା ଉଚିତ୍ ନୁହେଁ । କୌଣସି ପ୍ରଡକ୍ଟ କିଣିବା ପୂର୍ବରୁ ଏହାର ଲେବଲ୍ କୁ ଭଲ ଭାବରେ ପଢ଼ନ୍ତୁ ।

7. ଧୂମପାନ
ଧୂମପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଧୂମପାନ କରୁଥିବା ଲୋକଙ୍କ ମୂତ୍ରରେ ପ୍ରୋଟିନ୍ ଥାଏ ଯାହା କିଡନୀକୁ ନଷ୍ଟ କରିପାରେ ।