Health Tips: ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା ବଢାଇଥାଏ ଏହି ସବୁ ସୁପରଫୁଡ୍, ଆଜି ହିଁ ନିଜ ଖାଦ୍ୟରେ କରନ୍ତୁ ସାମିଲ୍
Advertisement
Article Detail0/zeeodisha/odisha1861808

Health Tips: ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା ବଢାଇଥାଏ ଏହି ସବୁ ସୁପରଫୁଡ୍, ଆଜି ହିଁ ନିଜ ଖାଦ୍ୟରେ କରନ୍ତୁ ସାମିଲ୍

Health Tips: ଅସାଧାରଣ ଜୀବନ ଶୈଳୀ ଓ ଖାଦ୍ୟପେୟ ଯୋଗୁଁ ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟ ଉପରେ (Men Sexual Health)ପ୍ରଭାବ ପଡିଥାଏ । ଖାସ୍ କରି ପୁରୁଷମାନଙ୍କ ଠାରେ ଶୁକ୍ରାଣୁ ସଂଖ୍ୟା (Sperm Count) ହ୍ରାସ ହୋଇଥାଏ। ଶୁକ୍ରାଣୁ ସଂଖ୍ୟା କମ୍ ହେଉଥିବାରୁ ସେମାନଙ୍କ ପ୍ରଜନନ କ୍ଷମତା ଉପରେ ମଧ୍ୟ ପ୍ରଭାବ ପଡି଼ଥାଏ।  ତେବେ, ଏଭଳି କିଛି ସୁପରଫୁଡ଼ ରହିଛି  (Super Foods)। ତାହା ପୁରୁଷଙ୍କ ସ୍ପର୍ମ କାଉଣ୍ଟ ବଢାଇବାରେ ସାହାର୍ଯ୍ୟ କରିଥାଏ। 

ସୌଜନ୍ୟ- ସୋସିଆଲ ମିଡି଼ଆ

Health Tips: ଅସାଧାରଣ ଜୀବନ ଶୈଳୀ ଓ ଖାଦ୍ୟପେୟ ଯୋଗୁଁ ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟ ଉପରେ (Men Sexual Health)ପ୍ରଭାବ ପଡିଥାଏ । ଖାସ୍ କରି ପୁରୁଷମାନଙ୍କ ଠାରେ ଶୁକ୍ରାଣୁ ସଂଖ୍ୟା (Sperm Count) ହ୍ରାସ ହୋଇଥାଏ। ଶୁକ୍ରାଣୁ ସଂଖ୍ୟା କମ୍ ହେଉଥିବାରୁ ସେମାନଙ୍କ ପ୍ରଜନନ କ୍ଷମତା ଉପରେ ମଧ୍ୟ ପ୍ରଭାବ ପଡି଼ଥାଏ। ଫଳରେ ସେମାନେ ନିଜ ପାର୍ଟନରଙ୍କୁ ଖୁସି କରିବାରେ ଅସଫଳ ହେବା ସହିତ ବାପା ହେବାରୁ ସୁଖରୁ ମଧ୍ୟ ବଞ୍ଚିତ ହୋଇଥାଆନ୍ତି । ତେବେ, ଏଭଳି କିଛି ସୁପରଫୁଡ଼ ରହିଛି  (Super Foods)। ତାହା ପୁରୁଷଙ୍କ ସ୍ପର୍ମ କାଉଣ୍ଟ ବଢାଇବାରେ ସାହାର୍ଯ୍ୟ କରିଥାଏ। ଆସନ୍ତୁ ସେହି ଖାଦ୍ୟ ବା ସୁପରଫୁଡ୍ ବିଷୟରେ ଜାଣିବା । 

Also Read: Health Tips: ବଦଳାନ୍ତୁ ଏହି ୬ଟି ଅଭ୍ୟାସ୍, କାରଣ ଆପଣଙ୍କ ଅଜାଣତେ ବଢୁଛି ବନ୍ଧ୍ୟାଦୋଷ

Also Read: Anuprash Mohanty: ହରଡ଼ଘଣାରେ ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ, ଜାଣନ୍ତୁ କାରଣ

ପୁରୁଷଙ୍କ ସ୍ପର୍ମ କାଉଣ୍ଟକୁ ବଢାଇ ଥାଏ ଏହି ସବୁ  ସୁପର ଫୁଡ଼ ( Super Foods That Increase Sperm Count) :

ଯଦି ଆପଣ ସେକ୍ସ (sex) କଲା ବେଳେ ଦୁର୍ବଳ ଅନୁଭବ କରୁଛନ୍ତି । କିମ୍ବା ଆପଣଙ୍କର ସ୍ପର୍ମ କାଉଣ୍ଟ କମ୍ ହେଉଛି କି । ତେବେ, ଆପଣ ନିଜ ଡାଏଟରେ ପାଳଙ୍ଗ ଶାଗ ସାମିଲ କରନ୍ତୁ। ପାଳଙ୍ଗରେ ପର୍ଯ୍ୟାପ୍ତ ପରିମାଣର ଫୋଲିକ୍ ଏସିଡ୍ (folic acid) ଥାଏ । ଯାହା ଶୁକ୍ରାଣୁ ବଢାଇବାରେ ସାହାର୍ଯ୍ୟ କରେ। ସାଲାଡ୍ ଭାବରେ ମଧ୍ୟ ପାଳଙ୍ଗକୁ ଆପଣ ପ୍ରତିଦିନ ଖାଇପାରିବେ । ଏହା ଆପଣଙ୍କ ଯୌନ ସ୍ବାସ୍ଥ୍ୟକୁ ଠିକ୍ ରଖିବା ସହିତ ଚର୍ମ, କେଶ ଏବଂ ଆଖି ପାଇଁ ବେଶ୍ ହିତକର ଅଟେ। ପାଳଙ୍ଗରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ ରହିଛି। 

ରସୁଣ : ରସୁଣ ମଧ୍ୟ ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟ ପାଇଁ ବେଶ ହିତକର।  ରସୁଣର ଦୁଇ କୋଲାକୁ ଆପଣ ପ୍ରତିଦିନ ଖାଲି ପେଟରେ ଗରମ ପାଣି ସହିତ ସେବନ କରିବା ଦ୍ବାରା ଆପଣଙ୍କ ସ୍ପର୍ମ କାଉଣ୍ଟ ବଢିଥାଏ। ଯୌନ ସ୍ବାସ୍ଥ୍ୟକୁ ମଧ୍ୟ ଏହା ଶକ୍ତି ଯୋଗାଇଥାଏ । ଏହା ରକ୍ତ ସଂଚାଳନ ମଧ୍ୟ ଠିକ୍ ଭାବରେ କରେ। ପ୍ରତ୍ୟକ ଦିନ ଦୁଇ କୋଲା ରସୁଣ ସେବନ କରିବା ଦ୍ବାରା ପୁରୁଷଙ୍କ ଠାରେ ଘୋଡ଼ା ପରି ଶକ୍ତି ଆସିଥାଏ। 

କଦଳୀ :  କଦଳୀ ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟ ପାଇଁ ଏକ ରାମବାଣ ଅଟେ। କଦଳୀରେ ଅନେକ ଔଷଧୀୟ ଗୁଣ ରହିଛି। ହେଲେ ଏମିତି ବହୁତ କମ୍ ଲୋକ ଜାଣିଥିବେ ଯେ, କଦଳୀ ପୁରୁଷମାନଙ୍କ ପାଇଁ ଅନେକ ଲାଭଦାୟକ। ରାତିରେ ଶୋଇବା ପୂର୍ବରୁ ବିବାହିତ ପୁରୁଷ ଗୋଟିଏ କଦଳୀ ଖାଇକି ଶୋଇଲେ ସେମାନଙ୍କ ଯୌନସ୍ୱାସ୍ଥ୍ୟ ଉପରେ ଅନେକ ଫାଇଦା ଦେଖାଇଥାଏ। ଗୋଟିଏ କଦଳୀ ଖାଇବା ଦ୍ୱାରା ନିଜ ପୁରୁଷତ୍ୱ ଉପରେ ଅନେକ ଲାଭ ମିଳିଥାଏ।  କଦଳୀରେ ପୋଟାସିୟମ୍ ଭରପୂର ଅଟେ, ଯାହା ଯୌନ ହରମୋନ୍ ଅର୍ଥାତ୍ ପୁରୁଷମାନଙ୍କରେ ଟେଷ୍ଟୋଷ୍ଟେରନ୍ ମାତ୍ରାକୁ ବୃଦ୍ଧି କରିଥାଏ। ଏଥି ସହିତ, କଦଳୀ ଖାଇବା ଦ୍ୱାରା ପୁରୁଷମାନଙ୍କ ମଧ୍ୟରେ ସେକ୍ସ ଡ୍ରାଇଭ ମଧ୍ୟ ବୃଦ୍ଧି ପାଇଥାଏ। । ବହୁତ କମ୍ ଲୋକ ଜାଣନ୍ତି ଯେ କଦଳୀରେ (Banana) ବ୍ରୋମଲାଇନ୍ ଥାଏ, ଯାହା ରକ୍ତ କୁ ସଠିକ୍ ଉପାୟରେ ବୃଦ୍ଧି କରୁଥିବା ଏକ ଏନଜାଇମ୍ । ଏହା ପୁରୁଷଙ୍କ ଶୁକ୍ରାଣୁ ତିଆରିରେ ଉନ୍ନତି ଆଣେ ଏବଂ ପୁରୁଷମାନଙ୍କର ଯୌନ କାର୍ଯ୍ୟଦକ୍ଷତା ବୃଦ୍ଧି କରେ । ସେଥିପାଇଁ ବିବାହିତ ପୁରୁଷମାନେ ଶୋଇବା ପୂର୍ବରୁ ପ୍ରତିଦିନ ଉଷୁମ କ୍ଷୀର ସହିତ ଗୋଟିଏ କି ଦୁଇଟି କଦଳୀ ଖାଇବା ଉଚିତ୍। 

କଖାରୁ ମଞ୍ଚି:  କଖାରୁ ମଞ୍ଚି ମଧ୍ୟ ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଅଟେ।  ଯଦି ଆପଣ ପ୍ରତିଦିନ ମୁଠାଏ କଖାରୁ ମଞ୍ଜି ଖାଆନ୍ତି, ତେବେ ଏହା ଆପଣଙ୍କ ଠାରେ ସ୍ପର୍ମ କାଉଣ୍ଟ ବଢାଇବାରେ ସାହାର୍ଯ୍ୟ କରିବ। 

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । )