Causes of Diabetese: ଏହି ସବୁ କାରଣ ପାଇଁ ହୋଇଥାଏ ଡାଇବେଟିସ....
Advertisement
Article Detail0/zeeodisha/odisha2232307

Causes of Diabetese: ଏହି ସବୁ କାରଣ ପାଇଁ ହୋଇଥାଏ ଡାଇବେଟିସ....

Causes of Diabetese: ଆଜିକାଲି ଅଧିକାଂଶ ଲୋକଙ୍କ ଠାରେ ମଧୁମେହ ରୋଗ ଦେଖିବାକୁ ମିଳୁଛି। ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ଖୁବ୍ ଅଧିକ ଦେଖିବାକୁ ମିଳିଥାଏ।ବିଶେଷ କରି ଯୁବଗୋଷ୍ଠୀ ଓ ମହିଳାମାନେ ଏହି ମଧୁମେହରେ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଥିବା ରିପୋର୍ଟ ମିଳିଛି। 

Causes of Diabetese: ଏହି ସବୁ କାରଣ ପାଇଁ ହୋଇଥାଏ ଡାଇବେଟିସ....

Causes of Diabetese: ଆଜିକାଲି ଅଧିକାଂଶ ଲୋକଙ୍କ ଠାରେ ମଧୁମେହ ରୋଗ ଦେଖିବାକୁ ମିଳୁଛି। ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ଖୁବ୍ ଅଧିକ ଦେଖିବାକୁ ମିଳିଥାଏ।ବିଶେଷ କରି ଯୁବଗୋଷ୍ଠୀ ଓ ମହିଳାମାନେ ଏହି ମଧୁମେହରେ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଥିବା ରିପୋର୍ଟ ମିଳିଛି। ତେବେ ଡାଇବେଟିସ ପଛରେ ବହୁ କାରଣ ରହିଛି । ଯେପରିକି:

୧-ବଡି ମାସ୍ ଇଣ୍ଡେକ୍ସ ୩୦ ସହିତ ମୋଟାପା

୨-ଅବ୍ୟବସ୍ଥିତ ଜୀବନଶୈଳୀ

୩-ଆନୁବଂଶିକ

୪- ଅତ୍ୟଧିକ ମିଠା ଦ୍ରବ୍ୟ ଖାଇବା

୫-ନିଦ୍ରାର ଅଭାବ

୬-ଧୂମପାନ, ତମାଖୁ ଏବଂ ମାଦକଦ୍ରବ୍ୟ ସେବନ

ମହାମାରୀ କୋରୋନାରେ ମୃତକଙ୍କ ମଧ୍ୟରେ ମଧୂମେହରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ। ଏମାନଙ୍କୁ କୌଣସି ରୋଗ ହେଲେ କିମ୍ୱା ଶରୀରରେ କ୍ଷତ ହେଲେ ଶୀଘ୍ର ଭଲ ହୁଏ ନାହିଁ। ଯାହା ଭବିଷ୍ୟତରେ ଜୀବନ ପ୍ରତି ବିପଦ ସୃଷ୍ଟି କରେ। ସେଥିପାଇଁ ଏଭଳି ରୋଗୀଙ୍କ ପ୍ରିତି ବିଶେଷ ଧ୍ୟାନ ଦେବା ଜରୁରୀ।

ତେବେ ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ-

-ମଧୁମେହ ଠାରୁ ଦୂରେଇ ରହିବାକୁ ହେଲେ ନିୟମିତ ବ୍ୟାୟମ କରିବା ଜରୁରୀ।

-ସନ୍ତୁଳିତ ଖାଦ୍ୟ ଖାଇବା ସହ ଅଧିକ ଶର୍କରା ଜାତୀୟ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।

-ଧୂମପାନ, ତମାଖୁ ଏବଂ ମାଦକଦ୍ରବ୍ୟ ସେବନଠୁ ବିରତ ରହିବା ଉଚିତ୍।

-ମଧୁମେହରେ ଆକ୍ରାନ୍ତ ବ୍ୟକ୍ତି ଆଘାତ ନ ଲାଗିବା ନେଇ ଯତ୍ନବାନ ହୁଅନ୍ତୁ।

ମଧୁମେହ ରୋଗୀଙ୍କୁ ଚକ୍ଷୁ, କୀଡନୀ ଓ ଲିଭର ଜନିତ ରୋଗ, ହୃଦଘାତ. ଉଚ୍ଚରକ୍ତଚାପ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ଅଛି। ତେଣୁ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା ଜରୁରୀ।