Tomato side effects: ଅଧିକ ଟମାଟେ ଖାଇଲେ ଶରୀରରେ ହୋଇଥାଏ ଏହିସବୁ କ୍ଷତି!
Advertisement

Tomato side effects: ଅଧିକ ଟମାଟେ ଖାଇଲେ ଶରୀରରେ ହୋଇଥାଏ ଏହିସବୁ କ୍ଷତି!

Tomato Disadvantages: ଟମାଟୋରେ ଭରପୂର ପରିମାଣରେ ଭିଟାମିନ୍, ପୋଟାସିୟମ୍ (Potassium) ଓ ଆଣ୍ଟିଅକ୍ସିଡାଣ୍ଟ (Anti oxidant) ପରି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଅଟେ । କିନ୍ତୁ ଅଧିକ ପରିମାଣରେ ଟମାଟୋ ଖାଇବା ଦ୍ବାରା ଶରୀରକୁ କ୍ଷତି ମଧ୍ଯ ପହଁଞ୍ଚିଥାଏ। ତେବେ ଆଜି ଆସନ୍ତୁ ଜାଣିବା ଅଧିକ ଟମାଟୋ ଖାଇବା ଦ୍ବାରା ଶରୀରରେ କେଉଁ ସବୁ ସମସ୍ୟା ଦେଖାଦେଇଥାଏ ।

ସୌ(ସୋସିଆଲ ମିଡିଆ)

Tomato Disadvantages: ଆମ ମଧ୍ୟରୁ ଅଧିକାଂଶ ଲୋକେ ଟମାଟୋ ଖାଇବାକୁ ବେଶ ପସନ୍ଦ କରିଥାଆନ୍ତି । ତରକାରୀ ହେଉ କିମ୍ବା ସାଲାଡ଼ ଟମାଟୋ ବିନା ସବୁର ସ୍ବାଦ ଫିକା ଫିକା ଲାଗିଥାଏ । ବହୁ ଲୋକେ ସୁନ୍ଦର ଚର୍ମ ପାଇଁ ପ୍ରତ୍ୟେକ ଦିନ ଟମୋଟେକୁ ନିଜ ଡ଼ାଏଟରେ ସାମିଲ କରିଥାଆନ୍ତି ।ତେବେ ଟମାଟୋ ଖାଇବା ଯେତିକି ଲାଭଦାୟୀ ସେତିକି କ୍ଷତିକାରକ ମଧ୍ଯ ହୋଇଥାଏ। ବାସ୍ତବରେ, ଟମାଟୋରେ ଭରପୂର ପରିମାଣରେ ଭିଟାମିନ୍ (vitamin), ପୋଟାସିୟମ୍ (Potassium) ଓ ଆଣ୍ଟିଅକ୍ସିଡାଣ୍ଟ (Anti oxidant) ପରି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଅଟେ । କିନ୍ତୁ ଅଧିକ ପରିମାଣରେ ଟମାଟୋ ଖାଇବା ଦ୍ବାରା ଶରୀରକୁ କ୍ଷତି ମଧ୍ଯ ପହଁଞ୍ଚିଥାଏ। ତେବେ ଆଜି ଆସନ୍ତୁ ଜାଣିବା ଅଧିକ ଟମାଟୋ ଖାଇବା ଦ୍ବାରା ଶରୀରରେ କେଉଁ ସବୁ ସମସ୍ୟା ଦେଖାଦେଇଥାଏ ।

ଏସିଡ଼ିଟି ସମସ୍ୟା

ଟମାଟୋରେ ଭରପୂର ପରିମାଣରେ ଭିଟାମିନ୍ (ସି) (vitamin c ) ମହଜୁଦ ରହିଥାଏ । ତେଣୁ ଟମାଟୋକୁ ଅଧିକ ପରିମାଣରେ ଖାଇବା ଦ୍ୱାରା ଏସିଡିଟି ସମସ୍ୟା (Acidity problem) ସୃଷ୍ଟି ହୋଇଥାଏ । ଟମାଟୋ ପ୍ରକୃତିରେ ଅମ୍ଳୀୟ ଅଟେ । ଅତ୍ୟଧିକ ଟମାଟୋ ଖାଇବା ପରେ ଦ୍ବାରା ଗ୍ୟାଷ୍ଟ୍ରିକ୍ ସମସ୍ୟା ଦେଖାଦେଇଥାଏ, ଫଳରେ ଏହା ହୃଦଘାତ୍ (Heart attack) କିମ୍ବା ଏସିଡ୍ ରିଫ୍ଲକ୍ସ (Acid Reflux) ପରି ସମସ୍ୟାକୁ ବଢାଇଥାଏ ।

କିଡନୀ ସମ୍ବନ୍ଧୀୟ ସମସ୍ୟା

ଯୁକ୍ତରାଷ୍ଟ୍ରର ସ୍ବାସ୍ଥ୍ୟ ଓ ହ୍ୟୁମାନ ସର୍ଭିସ ବିଭାଗ ଅନୁଯାୟୀ, ଯେଉଁମାନେ କ୍ରନିକ୍ କୀଡ଼ନୀ (Chronic kidney Disease) ରୋଗରେ ଆକ୍ରାନ୍ତ ଥାଆନ୍ତି ସେମାନେ ସୀମିତ ମାତ୍ରାରେ ପୋଟାସିୟମ ଯୁକ୍ତ ଖାଦ୍ୟ (potassium rich food) ଖାଇବା ଉଚିତ୍ । ଟମାଟୋରେ ଅଧିକ ପରିମାଣରେ ଅକ୍ସାଲେଟ୍ ରହିଥାଏ । ଏହାକୁ ବେଶି ମାତ୍ରାରେ ଖାଇବା ଦ୍ବାରା ଏହା କିଡ଼ନୀ ସମସ୍ୟା (kidney problem ) ସୃଷ୍ଟି କରିଥାଏ।

ଗଣ୍ଠି ଯନ୍ତ୍ରଣା

ଅନୁସନ୍ଧାନରୁ ଜଣାପଡିଛି ଯେ, ଅତ୍ୟଧିକ ଟମାଟୋ ଖାଇବା ଦ୍ୱାରା ଗଣ୍ଠିରେ ଫୁଲା ଓ ଯନ୍ତ୍ରଣା (joint pain) ପରି ସମସ୍ୟା ଦେଖାଦେଇଥାଏ । 

ଆଲର୍ଜି ସଂକ୍ରମଣ

ଟମାଟୋରେ ଥିବା ହିଷ୍ଟାମାଇନ୍ (Histamine) ନାମକ ପୋଷକ ତତ୍ତ୍ବ ଚର୍ମରେ ଆଲର୍ଜି ସମସ୍ୟା (skin allergy) ସୃଷ୍ଟି କରିଥାଏ । ଅଧିକ ଟମାଟୋ ଖାଇବା ଦ୍ବାରା ପାଟି, ଜିଭ ଓ ମୁହଁ ଫୁଲିଯିବା ଓ ଗଳାରେ ସଂକ୍ରମଣ ପରି ସମସ୍ୟା ଦେଖାଦେଇଥାଏ ।  

Also Read-Papaya leaf for constipation: କୋଷ୍ଠକାଠିନ୍ୟ ସମସ୍ୟାରୁ ଉପଶମ ଦେଇଥାଏ ଅମୃତଭଣ୍ତା ପତ୍ର!

Also Read-Health Update: ଆପଣଙ୍କ ଯୌନ ସ୍ୱାସ୍ଥ୍ୟକୁ ମଜବୁତ କରେ କଞ୍ଚା ପିଆଜ! ଜାଣନ୍ତୁ ଏହାର ଉପକାରିତା

Also Read-Watermelon Side Effects: ଏମାନଙ୍କ ପାଇଁ ଲାଭ ବଦଳରେ ଶରୀରରକୁ ଅଧିକ କ୍ଷତି ପହଞ୍ଚାଇ ଥାଏ ତରଭୁଜ

Also Read-Oranges Side Effects: ଏହି ରୋଗରେ ପୀଡି଼ତ ଥିବା ଲୋକେ ଖାଆନ୍ତୁ ନାହିଁ କମଳା, ଶରୀରକୁ ହୋଇପାରେ ବଡ଼ କ୍ଷତି!

Also Read-Banana Peel Benefits: ଅନେକ ରୋଗର ସଞ୍ଜିବନୀ କଦଳୀ ଚୋପା, ବ୍ୟବହାର ଦ୍ବାରା ମିଳିଥାଏ ଏହିସବୁ ଫାଇଦା

(ପ୍ରତ୍ୟାଖ୍ୟାନଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ  ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତାସଂପୂର୍ଣ୍ଣତାଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ  ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି, ଆର୍ଟିକିଲରେ ଉପସ୍ଥାପିତ ସୂଚନାତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ  କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ )