ଆପଣଙ୍କ ହାତପାହାନ୍ତରେ ଥିବା ଗଛଗୁଡ଼ିକର ଔଷଧୀୟ ଗୁଣ ସମ୍ପର୍କରେ ଜାଣିଛନ୍ତି କି? ନ ଜାଣିଲେ ଆଜି ହିଁ ଜାଣି ନିଅନ୍ତୁ
Advertisement
Article Detail0/zeeodisha/odisha1363950

ଆପଣଙ୍କ ହାତପାହାନ୍ତରେ ଥିବା ଗଛଗୁଡ଼ିକର ଔଷଧୀୟ ଗୁଣ ସମ୍ପର୍କରେ ଜାଣିଛନ୍ତି କି? ନ ଜାଣିଲେ ଆଜି ହିଁ ଜାଣି ନିଅନ୍ତୁ

Health Tips: କରଞ୍ଜ ଦାନ୍ତକାଠିରେ ଅନେକେ ଲେକ ଦାନ୍ତ ଘଷିଥାନ୍ତି । କରଞ୍ଜର ୧୦ଟି ପତ୍ର ସହ ନିମ୍ବ ପତ୍ର ୧୦ଟି ମିଶାଇ ବାଟି ଦେହରେ ଲଗାଇଲେ, ଧଳା ଛଊ, କାଛୁ କୁଣ୍ଡିଆ ଓ ଚର୍ମ ଉକୁଣୀ ଆଦି ରୋଗ ଭଲ ହୋଇଥାଏ । ଯଦି ମୁଣ୍ଡରୁ ବାଳ ଝାଡୁଥାଏ, ତେବେ କରଞ୍ଜ ଗଛର ଛେଲି ସହ କନିଅର ଗଛର ଛେରକୁ ମିଶାଇ ସେଥିରେ ରାଶି ତେଲ ଦେଇ ଗରମ କରି ଛାଣି ଦୈନିକ ଲଗାଇଲେ ଏଥିରୁ ଉପଶମ ମିଳିଥାଏ ।

ଆପଣଙ୍କ ହାତପାହାନ୍ତରେ ଥିବା ଗଛଗୁଡ଼ିକର ଔଷଧୀୟ ଗୁଣ ସମ୍ପର୍କରେ ଜାଣିଛନ୍ତି କି? ନ ଜାଣିଲେ ଆଜି ହିଁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: Health Tips: ଆମ ବାଡ଼଼ି ବଗିଚା ଓ ହାତପାହାନ୍ତାରେ ଏପରି ଅନେକ ବୃକ୍ଷ ରହିଛି । ଯାହାର ଏନେକ ଔଷଧୀୟ ଗୁଣ ରହିଛି । ଆସନ୍ତୁ ସେ ସମ୍ପର୍କରେ ଜାଣିବା ଯାହା ଜୀବନଶୈଳୀରେ ଉପଯୋଗ କରିପାରିଲେ ବହୁ ଉପକାର ମିଳିପାରିବ ।

ତୁଳସୀ- ଆମର ଘର ଅଗଣାରେ ଥିବା ତୁଳସୀର ଅନେକ ଉପକାରିତା ରିହିଛି । ସାଧାରଣଭାବରେ ଥଣ୍ଡା ଓ କାଶ ଦୂର କରିବାପାଇଁ ତୁଳସୀ ପତ୍ରର ରସରେ ଅଦା ରସ ଓ ମହୁ ମିଶାଇ ସେବନ କଲେ ଉପଶମ ମିଳିଥାଏ । ନିୟମିତ ଭାବରେ ତୁଳସୀ ପତ୍ର ଖାଇଲେ ପାଚନ ଶକ୍ତି ବଢିଥାଏ । ପେଟ ଗେଳମାଳ ମଧ୍ୟ ଦୂର ହେଇଥାଏ ।

କରଞ୍ଜ- କରଞ୍ଜ ଦାନ୍ତକାଠିରେ ଅନେକେ ଲେକ ଦାନ୍ତ ଘଷିଥାନ୍ତି । କରଞ୍ଜର ୧୦ଟି ପତ୍ର ସହ ନିମ୍ବ ପତ୍ର ୧୦ଟି ମିଶାଇ ବାଟି ଦେହରେ ଲଗାଇଲେ, ଧଳା ଛଊ, କାଛୁ କୁଣ୍ଡିଆ ଓ ଚର୍ମ ଉକୁଣୀ ଆଦି ରୋଗ ଭଲ ହୋଇଥାଏ । ଯଦି ମୁଣ୍ଡରୁ ବାଳ ଝାଡୁଥାଏ, ତେବେ କରଞ୍ଜ ଗଛର ଛେଲି ସହ କନିଅର ଗଛର ଛେରକୁ ମିଶାଇ ସେଥିରେ ରାଶି ତେଲ ଦେଇ ଗରମ କରି ଛାଣି ଦୈନିକ ଲଗାଇଲେ ଏଥିରୁ ଉପଶମ ମିଳିଥାଏ ।

ତେନ୍ତୁଳି- ତେନ୍ତୁଳିର ମଞ୍ଜିକୁ ଗୁଣ୍ଡ କରି ଏକ ଚାମଚ ଗୁଣ୍ଡ ସହିତ ଏକ ଗ୍ଳାସ କ୍ଷୀରରେ ମିଶାଇ ପିଇଲେ କୋଷ୍ଠ କାଠିନ୍ୟ ଦୂର ହୁଏ । ସେହିପରି ଅର୍ଶ କିମ୍ବା ମଳ-କଣ୍ଟକରୁ ରକ୍ତ ନିର୍ଗତ ହେଉଥିଲେ, ତାହା ମଧ୍ୟ ଭଲ ହୋଇଥାଏ । ଜ୍ଵର ଥିଲେ ତେନ୍ତୁଳିରୁ ମଞ୍ଜି ବାହାର କରି ୧୦୦ ଗ୍ରାମ ତେନ୍ତୁଳିକୁ ବାଟି ରସୁଣ, ଗୋଲମରିଚ, ଗୁଡ ସହ ମିଶାଇ ପିଇଲେ, ଜ୍ଵରରୁ ଉପଶମ ମିଳିଥାଏ । ତେନ୍ତୁଳିରେ ଲୌହ, ରିବୋଫ୍ଲାବିନ ଓ କ୍ୟାଲସିୟମ ଭରପୂର ରହିଥାଏ ।

ମେଥି- ମେଥି ଶାଗ ଯକୃତ ପାଇଁ ମହୌଷଧି । ଦୈନିକ ମେଥି ଗୁଣ୍ଡା ୧/୪ ଚାମଚ ସେବନ କଲେ ଅଗ୍ନିମାନ୍ଦ୍ୟ ଦୂର ହୋଇଥାଏ । ଯକୃତ ସୁସ୍ଥ ରହିଥାଏ । ତେଣୁ ପ୍ରତିଦିନ ମେଥି ଅବା ମେଥି ସାଗ ଖାଇବାକୁ ଚେଷ୍ଟା କରନ୍ତୁ ।

ଅରଖ ଗଛ- ସାପ କାମୁଡିଲେ ଧଳା ଅରଖ ଗାଛର ଚେର ମୂଳକୁ ଛେଚି ପାଣି ସହ ସେବନ କାଲେ ସାପ ବିଷ ନଷ୍ଟ ହୋଇଥାଏ । ସେହିପରି କ୍ଷତ ଜାଗାରେ ଅରଖ ଗଛର କ୍ଷୀର ଲଗାଇଲେ ବିଷ ନଷ୍ଟ ହୋଇଥାଏ । ଯଦି ଏହି ସମୟରେ ରୋଗୀର ଚେତା ନଥାଏ, ତେବେ ତୁରନ୍ତ ଅରଖ ପତ୍ରର ରସକୁ ନାକରେ ୩/୪ ବୁନ୍ଦା ପକାଇଲେ ରୋଗୀର ଚେତା ଫେରିଆସିଥାଏ । ବିଶେଷକରି ଯଦି ବିଲେଇ କିମ୍ବା କୁକୁଡ଼ା କାମୁଡିଥାଏ, ତେବେ ଅରଖ ଗଛର କ୍ଷୀର ଲଗାଇ ଗରମ ସେକ ଦେଲେ ଉପଶମ ମିଳେ । କିନ୍ତୁ ସାପ କାମ୍ବୁଡିବା ପରେ ତୁରନ୍ତ ଏହି ପ୍ରାଥମିକ ଉପଚାର କରି ରୋଗୀକୁ ନିକଟସ୍ତ ମେଡିକାଲକୁ ତୁରନ୍ତ ନେଇଯାନ୍ତୁ ।

କଦଳୀ- ଦୈନିକ ଦୁଇଟି ଲେଖାଏଁ ପାଚିଲା କଦଳୀ ଖାଇଲେ ଶରୀରରେ  ହିମୋଗ୍ଲୋବିନ ସୃଷ୍ଟି ହୋଇଥାଏ । ଏହାଛଡା ପେଟ ଭିତରେ ସାହାଯ୍ୟକାରୀ ବ୍ୟାକ୍ଟେରିଆ ମଧ୍ୟ ସୃଷ୍ଟି କରିଥାଏ । ଖାଦ୍ୟ ନଳୀରେ ଘା କିମ୍ବା ଗ୍ୟାସ ହୋଇଥିଲେ ଦୈନିକ ପାଚିଲା କଦଳୀ ସେବନ କାଲେ ତାହା ଦୂର ହୋଇଥାଏ । ଯକ୍ଷ୍ମା ରୋଗରେ ଦୈନିକ ସକାଳେ ଖାଲିପେଟରେ ଅଧା ଚାମଚ ଲେଖାଏଁ କଦଳୀ ରସ ସେବନ କଲେ ଭଲ ହୋଇଥାଏ ।

ପିପ୍ପଳି- ପିପ୍ପଳିଗୁଣ୍ଡାକୁ ୨ ଗ୍ରାମ୍ ସେବନ କଲେ ଲାଳ ଝାଡ଼ାରେ ଉପସମ ମିଳେ । ହଜମ ହେଉ ନଥିଲେ ପିପ୍ପଳି ଗୁଣ୍ଡା ୪ ଗ୍ରାମ ଓ ସୈନ୍ଧବ ଲବଣ ମିଶାଇ ଖାଇଲେ, ଏହା ଉପକାରୀ ହୋଇଥାଏ ।

ମଞ୍ଜୁଆତି- ମଞ୍ଜୁଆତି ପତ୍ର ସିଝାଇ ସେହି ପାଣିକୁ କୁଳି କଲେ ମାଢି ମଜବୁତ ହୋଇ ପାୟୋରିଆ ରୋଗ ଦୂର କରେ । ଶୁଖିଲା ମଞ୍ଜୁଆତି ପତ୍ର ୧୫ଟି ଏକ ପାତ୍ରରେ ଗୋଟିଏ ରାତି ଭିଜାଇ ପରିଦିନ ସକାଳୁ ଛାଣି ପିଇଲେ ଜଣ୍ଡିସ ବା କାମଳ ରୋଗ ଦୂର ହୁଏ ।  ଅତ୍ୟଧିକ କାମଳ ରୋଗ ଆକ୍ରାନ୍ତ ହୋଇଥିଲେ, ମଞ୍ଜୁଆତି ଗଛର ଚେର ଓ ଅରୁଆ ଚାଉଳ ପାଣିରେ ଭିଜାଇ ତାର ଚକଟା ଅଂଶକୁ ମିଶାଇ ଦିନକୁ ୨ ଥର ଚାମଚେ ଲେଖାଏଁ ସେବନ କଲେ ଖୁବ୍ ଶୀଘ୍ର ଆରୋଗ୍ୟ ମିଳିଥାଏ । ମଞ୍ଜୁଆତି ପତ୍ରକୁ ଖରାରେ ଶୁଖାଇ ଚୂର୍ଣ୍ଣ କରୀ ୨୫୦ ଗ୍ରାମ, ରାଶିତେଲ ୨୫୦ଗ୍ରାମ ମିଶାଇ ଦୈନିକ ମୁଣ୍ଡରେ ଲଗାଇଲେ ଚୁଟି ଝଡ଼ା ବନ୍ଦ ହୋଇ ହୋଇଥାଏ ।

ଲେମ୍ବୁ- କାଗେଜି ଲେମ୍ବୁ, ଲୁଣ, ମହୁ, ପାଣି ମିଶାଇ ପିଇଲେ ଶରୀର ନିରୋଗ ରହିଥାଏ । ପାକସ୍ଥଳୀରେ ଅନ୍ୟ ରୋଗ ସୃଷ୍ଟି ହୋଇନଥାଏ । ଲେମ୍ବୁ ରସ ନକାରାତ୍ଜକ ବ୍ୟାକ୍ଟେରିଆଙ୍କୁ ନଷ୍ଟ କରିଦେଇଥାଏ । ଆଣ୍ଠୁଗଣ୍ଠି ବାତ ରୋଗରେ ମଧ୍ୟ ଲେମ୍ବୁ ରସ ସେବନ କଲେ ଉପକାର ମିଳିଥାଏ ।

ଅଧିକ ପଢ଼ନ୍ତୁ:-କୋଟି କୋଟି PF ଖାତାଧାରୀଙ୍କ ପାଇଁ ଖୁସି ଖବର, କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର!

ଅଧିକ ପଢ଼ନ୍ତୁ:-ବାବା ରାମଦେବଙ୍କ ପରେ ରାହୁଲ ଗାନ୍ଧୀ ଓ ଭାରତ ଯୋଡ଼ ଯାତ୍ରାର ସମର୍ଥନରେ ବାହାରିଲେ ଏହି ବଲଡିଉ ଅଭିନେତା, ଜାଣନ୍ତୁ କ'ଣ କହିଲେ

ଅଧିକ ପଢ଼ନ୍ତୁ:-ଜନସଭାରେ ମଦ ପିଇବାର ଲାଭ କହିଲେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ, ଭିଡିଓ ହେଲା ଭାଇରାଲ

 

 

ବଚ- ଏହି ଉଦ୍ଭିଦଟି ବହୁ ଶାଖା ବିଶିଷ୍ଟ ହୋଇଥିବାବେଳେ ସୁଗନ୍ଧଯୁକ୍ତ ହେଇଥାଏ । ଏହି ଉଦ୍ଭିଦକୁ ସୁଖାଇ ବଚ ଭାବରେ ବ୍ୟବହାର କରାଯାଇଥାଏ । ଏଥିରେ ତାନିନ୍ ରହିଥାଏ, ଯାହା ଅତିସାର ରୋଗରେ ବ୍ୟବହାର ହୁଏ । ବଚ ଗୁଣ୍ଡକୁ ସୈନ୍ଧବ ଲବଣ ସହ ଖାଇଲେ ପେଟ ଫମ୍ପା, ଶ୍ଵାସନଳୀ ସଂକ୍ରମଣରୁ ଉପଶମ ମିଳେ ।

ପାତାଳୀ ଗରୁଡ- ଏହା ଖୁବ ଦୁର୍ଲଭ ଓ ପ୍ରଚୁର ଔଷଧୀୟ ଗୁଣରେ ଭରପୁର । ଏହାକୁ ସର୍ପଗନ୍ଧା ବୋଲି କୁହାଯାଏ । କିନ୍ତୁ ଗାଁ ଗହଳିରେ ଏକ ଭ୍ରାନ୍ତ ଧାରଣା ରହିଛି ଏହି ଗଛକୁ ବାଡିରେ ଲଗାଇଲେ ସାପ ଆସନ୍ତି ନାହିଁ । ପାତାଳୀଗରୁଡ ସାପକୁ ଗନ୍ଧାଉ ଥିବାରୁ ତାର ନାମ ସର୍ପଗନ୍ଧା । ଏହି ଗଛର ମୂଳ ଅଂଶକୁ ଗୋଲମରିଚ ସହ ବାଟି ସାମାନ୍ୟ ହଳଦୀ ମିଶାଇ ସାପ କାମୁଡାର ଶୀକାର ହୋଇଥିବା ଲୋକଙ୍କୁ ସେବନ କରିବାକୁ ଦେଲେ ଶରୀରରୁ ବିଷ ନାଶ ହୋଇଥାଏ । ଏହା ସହିତ ମୂଷା କାମୁଡିଥିଲେ ପାତାଳୀଗରୁଡର ଚେରକୁ ବାଟି ହଳଦୀ ମିଶାଇ ସେବନ କଲେ ବିଷ ନାଶ ହୁଏ । 

Disclaimer: ଆପଣଙ୍କୁ କହି ରଖୁଛୁ ଯେ, ଏହା ପ୍ରାଥମିକ ଚିକିତ୍ସା । କୌଣସି ଉପଚାର ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟାନ୍ତ ଜରୁରୀ ।