Jaggery Water Benefits: ଗୁଡ ପାଣି ଶରୀର ପାଇଁ ହିତକର, ଜିମ ନଯାଇ ମଧ୍ୟ ପାଇବେ ଜିରୋ ଫିଗର୍
Advertisement

Jaggery Water Benefits: ଗୁଡ ପାଣି ଶରୀର ପାଇଁ ହିତକର, ଜିମ ନଯାଇ ମଧ୍ୟ ପାଇବେ ଜିରୋ ଫିଗର୍

Jaggery Water Benefits: ଆଜିକାଲି ସମସ୍ତ ଫିଟ ରହିବାକୁ ଚାହାଁନ୍ତି । ପତଳା ଶରୀରର ସମସ୍ତଙ୍କୁ ପସନ୍ଦ । ସେଥିପାଇଁ କିଏ ଜିମରେ ଯାଇ ଝାଳ ବୁହାଏତ ଆଉ କିଏ ପ୍ରତିଦିନ ସକାଳେ ଜଗିଂ ଓ ବାୟାମ କରିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କୁ ଫିଟ୍ ରଖିବା ସହ ପତାଳ ମଧ୍ୟ କରିବ ଗୁଡ ପାଣି (Jaggery Water )। ଗୁଡ ପାଣି ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଏଥିରେ ଭିଟାମିନ୍ ବି ୧, ଭିଟାମିନ୍ ବି ୬, ଭିଟାମିନ୍ ସି ଭରପୁର ମାତ୍ରାରେ ରହିଛି ।

Jaggery Water Benefits: ଗୁଡ ପାଣି ଶରୀର ପାଇଁ ହିତକର, ଜିମ ନଯାଇ ମଧ୍ୟ ପାଇବେ ଜିରୋ ଫିଗର୍

Jaggery Water Benefits: ଆଜିକାଲି ସମସ୍ତ ଫିଟ ରହିବାକୁ ଚାହାଁନ୍ତି । ପତଳା ଶରୀରର ସମସ୍ତଙ୍କୁ ପସନ୍ଦ । ସେଥିପାଇଁ କିଏ ଜିମରେ ଯାଇ ଝାଳ ବୁହାଏତ ଆଉ କିଏ ପ୍ରତିଦିନ ସକାଳେ ଜଗିଂ ଓ ବାୟାମ କରିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କୁ ଫିଟ୍ ରଖିବା ସହ ପତାଳ ମଧ୍ୟ କରିବ ଗୁଡ ପାଣି (Jaggery Water )। ଗୁଡ ପାଣି ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଏଥିରେ ଭିଟାମିନ୍ ବି ୧, ଭିଟାମିନ୍ ବି ୬, ଭିଟାମିନ୍ ସି ଭରପୁର ମାତ୍ରାରେ ରହିଛି । ଆଇରନ୍, ମ୍ୟାଗ୍ନେସିୟମ୍, ଜିଙ୍କ ଏବଂ ସେଲେନିୟମ୍ ପରି ଖଣିଜ ପଦାର୍ଥ ମଧ୍ୟ ଏଥିରେ ଭରପୁର ମାତ୍ରାରେ ରହିଛି। ଯାହା ଅନେକ ଶାରୀରିକ ସମସ୍ୟା ଦୂର କରିବାରେ ସହାୟକ ହୁଏ। 

ଓଜନ ହ୍ରାସ :

ଖାଲି ପେଟରେ ଗୁଡ ପାଣି ପିଇବା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଗୁଡ ପାଣି ମେଟାବୋଲିଜିମ୍ ବଢିଥାଏ ଏବଂ ଓଜନ ହ୍ରାସ କରିଥାଏ । ଓଜନ ହ୍ରାସ ପାଇଁ, ପ୍ରତିଦିନ ସକାଳେ ଖାଲି ପେଟରେ ଗୁଡ ପାଣି ପିଇବା ଉଚିତ୍। 

ମେଟାବୋଲିଜିମ୍ ଉନ୍ନତି କରନ୍ତୁ :

ମେଟାବୋଲିଜିମ୍ ବଢାଇବା ପାଇଁ ଗୁଡ ପାଣି ବେଶ ଲାଭଦାୟକ । ଗୁଡ ପୋଟାସିୟମ୍ ଭରପୂର ଅଟେ । ମେଟାବୋଲିଜିମ୍ ବୃଦ୍ଧି ପାଇଁ ପୋଟାସିୟମ୍ କାମ କରେ । ଉତ୍ତମ ମେଟାବୋଲିଜିମ୍ ହେତୁ ଶରୀରରୁ ଅନେକ ସମସ୍ୟା ଦୂର ହୋଇଯାଏ ।

ଏହାବି ପଢନ୍ତୁ : Refined Oil Side Effects: ବ୍ୟବହାର କରୁଛନ୍ତି କି ଏହି ରିଫାଇନ୍ ଅଏଲ, କ୍ୟାନସରକୁ କରୁଛନ୍ତି ଆମନ୍ତ୍ରଣ !

ଏହାବି ପଢନ୍ତୁ : Hair Care Tips: କେଶ ଝଡିବାକୁ ନେଇ ଆପଣ ଚିନ୍ତିତ ଅଛନ୍ତି କି ? ଆଜି ହିଁ ଆପଣାନ୍ତୁ ଏହି ସବୁ ଟିପ୍ସ, ମିଳିବ ଆଶ୍ଚର୍ଯ୍ୟ ଜନକ ଫାଇଦା

ହଜମ ପାଇଁ ଭଲ :

ଗୁଡ ପାଣି ହଜମ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହି ପାଣି ପିଇବା ଶରୀରକୁ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ । 

ଗୁଡ ପାଣି କିପରି ତିଆରି କରିବେ  :

ଗୁଡ ଖଣ୍ଡକୁ ପ୍ରଥମେ ପାଣିରେ ରଖନ୍ତୁ । ଯେତେବେଳେ ଏହି ଗୁଡ ପାଣିରେ ମିଶିଯିବ, ତେବେ ଏହାକୁ ଭଲ ଭାବରେ ଫେଣ୍ଟି ପିଇପାରିବେ । 

ଏହି ଲୋକମାନେ ଖାଇବା ଉଚିତ୍ ନୁହେଁ  :

ତେବେ,ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମହିଳା ଏବଂ ଔଷଧ ସେବନ କରୁଥିବା ବ୍ୟକ୍ତିମାନେ ଗୁଡ ପାଣି ପିଇବା ଉଚିତ୍ ନୁହେଁ । ଗୁଡରେ ଥିବା ପୋଷକ ତତ୍ତ୍ୱ ଏପରି ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)