vastu: ଘରେ ଲଗାନ୍ତୁ ପକ୍ଷୀଙ୍କ ଚିତ୍ର,ବଦଳିଯିବ ଭାଗ୍ୟ
Advertisement
Article Detail0/zeeodisha/odisha1908024

vastu: ଘରେ ଲଗାନ୍ତୁ ପକ୍ଷୀଙ୍କ ଚିତ୍ର,ବଦଳିଯିବ ଭାଗ୍ୟ

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ପକ୍ଷୀଙ୍କ ଚିତ୍ର ଲଗାଇବା ଶୁଭଫଳ ଦେଇଥାଏ । ପକ୍ଷୀଙ୍କ ଚିତ୍ର ଭାଗ୍ୟ ପରିବର୍ତ୍ତନକାରୀ ହୋଇଥାଏ । ପକ୍ଷୀଙ୍କ ଚିତ୍ର ଘର ସକରାତ୍ମକ ଶକ୍ତିର କାରକ ହୋଇଥାନ୍ତି । କିନ୍ତୁ ସବୁ ପକ୍ଷୀଙ୍କ ଚିତ୍ର ନୁହେଁ । ତେବେ ଆସନ୍ତୁ ଜାଣିବା କେଉଁ ପକ୍ଷୀଙ୍କ ଚିତ୍ର ଘରେ ଲଗାଇବା ଦ୍ୱାରା ଭାଗ୍ୟାରେ ପରିବର୍ତ୍ତନ ଆସିଥାଏ । ଯୋଡ଼ି ଶୁଆଙ୍

vastu: ଘରେ ଲଗାନ୍ତୁ ପକ୍ଷୀଙ୍କ ଚିତ୍ର,ବଦଳିଯିବ ଭାଗ୍ୟ

Vastu: ବାସ୍ତୁଶାସ୍ତ୍ର ଅନୁସାରେ ଘରେ ପକ୍ଷୀଙ୍କ ଚିତ୍ର ଲଗାଇବା ଶୁଭଫଳ ଦେଇଥାଏ । ପକ୍ଷୀଙ୍କ ଚିତ୍ର ଭାଗ୍ୟ ପରିବର୍ତ୍ତନକାରୀ ହୋଇଥାଏ । ପକ୍ଷୀଙ୍କ ଚିତ୍ର ଘର ସକରାତ୍ମକ ଶକ୍ତିର କାରକ ହୋଇଥାନ୍ତି । କିନ୍ତୁ ସବୁ ପକ୍ଷୀଙ୍କ ଚିତ୍ର ନୁହେଁ । ତେବେ ଆସନ୍ତୁ ଜାଣିବା କେଉଁ ପକ୍ଷୀଙ୍କ ଚିତ୍ର ଘରେ ଲଗାଇବା ଦ୍ୱାରା ଭାଗ୍ୟାରେ ପରିବର୍ତ୍ତନ ଆସିଥାଏ ।

ଯୋଡ଼ି ଶୁଆଙ୍କ ଚିତ୍ରକୁ ଶୁଭ ବୋଲି ମନେ କରାଯାଏ । ଘରେ ଶୁଆଙ୍କ ଚିତ୍ର ଲଗାନ୍ତୁ । କେବଳ ଚିତ୍ର ନୁହେଁ ଆପଣ ଚାହିଁଲେ ପକ୍ଷୀଙ୍କ ମୂର୍ତ୍ତି ମଧ୍ଯ ରଖିପାରିବେ । ଗୋଟିକିଆ ଶୁଆର ଚିତ୍ର ମଧ୍ଯ ଘରେ ଲଗାଇ ହେବ । ଶୁଆକୁ ବାସ୍ତୁଶାସ୍ତ୍ରରେ ଭାଗ୍ୟଶାଳୀ ବୋଲି ମନେ କରାଯାଏ ।

ଲଭ୍ ବାର୍ଡ୍ସଙ୍କ ଚିତ୍ର ମଧ୍ଯ ଶୁଭଫଳ ପ୍ରଦାନ୍ କରିଥାଏ । ସେହିଭଳି ବାଜପକ୍ଷୀର ଚିତ୍ର ମଧ୍ଯ ଆପଣ ଘରେ ଲଗାଇ ପାରିବେ । ମୟୁର,ନୀଳକଣ୍ଠ ଚିତ୍ର ଅତ୍ଯନ୍ତ ଶୁଭ ଫଳ ପ୍ରଦାନ କରେ ବୋଲି ବାସ୍ତୁଶାସ୍ତ୍ର କୁହେ । ହଂସର ଚିତ୍ର ମଧ୍ଯ ଘରେ ଲଗାଇ ପାରିବେ। ହଂସ ପ୍ରେମର ପ୍ରତୀକ ହୋଇଥିବାରୁ ଏବଂ ହଂସ ଜୀବନ କାଳରେ ଗୋଟିଏ ସାଥୀ ସହିତ ରହୁଥିବାରୁ ଯୁଗଳ ହଂସଙ୍କ ଚିତ୍ର ପାରିବାରିକ ପ୍ରେମକୁ ବଢାଏ ବୋଲି ବିଶ୍ୱାସ ରହିଛି। ଏମିତିରେ ଆପଣ ଗୋଟିକିଆ ହଂସର ଚିତ୍ର ମଧ୍ଯ ଘରେ ଲଗାଇ ପାରିବେ।

ତେବେ ବାସ୍ତୁ ନିୟମ ଅନୁସାରେ ଘରେ ପ୍ରତି ବସ୍ତୁ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ରହିଛି। ସେମାନଙ୍କୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ରଖିବାକୁ ପଡେ। ସେହିଭଳି ପକ୍ଷୀଙ୍କ ଚିତ୍ର ମଧ୍ଯ ଘରର ନିର୍ଦ୍ଦିଷ୍ଟ ସ୍ଥାନରେ ରହିବା ଆବଶ୍ଯକ। ବାସ୍ତୁଶାସ୍ତ୍ର ଅନୁସାରେ ଘରର ପୂର୍ବ ଦୀଗରେ ସବୁବେଳେ ପକ୍ଷୀଙ୍କ ଚିତ୍ର ଲଗାଇବା ଉଚିତ। ଏହା ସହିତ ଉତ୍ତର-ପୂର୍ବ ଓ ଉତ୍ତର ପଶ୍ଚିମ ଦୀଗରେ ମଧ୍ଯ ପକ୍ଷୀଙ୍କ ଚିତ୍ର ଆପଣ ଲଗାଇ ପାରିବେ।