Gud Benefits in Winter: ଶୀତଦିନେ ଗୁଡ ଖାଇଲେ ମିଳିଥାଏ ଏହି ସବୁ ଫାଇଦା
Advertisement

Gud Benefits in Winter: ଶୀତଦିନେ ଗୁଡ ଖାଇଲେ ମିଳିଥାଏ ଏହି ସବୁ ଫାଇଦା

Gud Benefits in Winter: ପରିବେଶ ପ୍ରଦୂଷଣ ଦିନକୁ ଦିନ ବଢିବାରେ ଲାଗିଛି । ଏବଂ ଅନେକ ଲୋକ ନିଶ୍ୱାସ ପ୍ରଶ୍ୱାସ ନେବା ସହ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ପାଗ ମଧ୍ୟ ବଦଳୁଛି ଏବଂ ଏବେ ଶୀତ ମଧ୍ୟ ଆସୁଛି ।

ସୌଜନ୍ୟ : ସୋସିଆଲ ମିଡିଆ

Gud Benefits in Winter: ପରିବେଶ ପ୍ରଦୂଷଣ ଦିନକୁ ଦିନ ବଢିବାରେ ଲାଗିଛି । ଏବଂ ଅନେକ ଲୋକ ନିଶ୍ୱାସ ପ୍ରଶ୍ୱାସ ନେବା ସହ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ପାଗ ମଧ୍ୟ ବଦଳୁଛି ଏବଂ ଏବେ ଶୀତ ମଧ୍ୟ ଆସୁଛି  । ଏହା ଥଣ୍ଡା ଏବଂ କାଶର ସମସ୍ୟା ସୃଷ୍ଟି କରିପାରେ। ଶୀତଦିନେ ବିଭିନ୍ନ ରୋଗରୁ ନିଜକୁ ରକ୍ଷା କରିବା ସବୁଠାରୁ ବଡ କାମ । ଖାସକରି ଆମ ଦୌନନ୍ଦିନ ଜୀବନରେ ଆମ ଡାଏଟରେ ଭଲ ଖାଦ୍ୟ ସାମଗ୍ରୀ ସାମିଲ କରିବା ଉଚିତ୍ । ଶୀତଦିନେ ଗୁଡ ଖାଇବା ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ । ଗୁଡ ଖାଇବାର ବିଭିନ୍ନ ତରିକା ମଧ୍ୟ ଅଛି । ଗୁଡକୁ ଶୀତଦିନେ କିଭଳି ବ୍ୟବହାର କଲେ ତାହା ଆପଣଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିପାରିବ । ତେବେ, ଆସନ୍ତୁ ଜାଣିବା ଗୁଡର ବ୍ୟବହାର ସମ୍ପର୍କରେ । 

ସ୍ବାସ୍ଥ୍ୟ ପାଇଁ କେତେ ଉପାଦେୟ ଗୁଡ ଜାଣନ୍ତୁ :

ଅଧିକାଂଶ ଲୋକେ ଗୁଡର ମଧୁରତାକୁ ପସନ୍ଦ କରନ୍ତି । ଏହା ଶରୀର ପାଇଁ ବେଶ ଉପାୟଦେୟ । ଗୁଡ ଫୁସଫୁସକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ । ଏଥିରେ ଆଣ୍ଟି-ଆଲର୍ଜି ଗୁଣ ଅଛି ,ଯାହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । କୁହାଯାଏ ଯେ ଯଦି ପ୍ରତିଦିନ ଗୁଡ ଖାଇବା ଦ୍ବାରା ଶରୀରରେ ଅମ୍ଳଜାନ ଯୋଗାଣ ବୃଦ୍ଧି ହୋଇଥାଏ । ତେଣୁ ବାୟୁ ପ୍ରଦୂଷଣ ଦ୍ୱାରା ଶରୀରରେ ହୋଇଥିବା କ୍ଷତିର ମରାମତି କରିବାରେ ଏହା ସହାୟକ ହୋଇଥାଏ । 

ଗୁଡ ଶରୀର ପାଇଁ ଏକ କ୍ଲିନିଂ ଏଜେଣ୍ଟ ଭାବରେ କାମ କରେ । ଯାହା ଫୁସଫୁସ, ଗଳା, ପେଟ ଏବଂ ଅନ୍ତନଳୀକୁ ସଫା କରିବାରେ ସହାୟକ ହୋଇଥାଏ । ପ୍ରଦୂଷଣ ହେତୁ ଶ୍ବାସକ୍ରିୟାରେ ଅସୁବିଧା ଭୋଗୁଥିବା ବ୍ୟକ୍ତିମାନେ ପ୍ରତିଦିନ ଗୁଡ ଖାଇବା ଉଚିତ୍ । ଏଥି ସହିତ, ଆଲର୍ଜିରେ ପୀଡିତ ଲୋକଙ୍କ ପାଇଁ ଗୁଡ ବେଶ ଉପକାରୀ ବୋଲି କୁହାଯାଏ । ଗୁ଼ଡରେ ଆଇରନ୍ ପରିମାଣ ଅଧିକ ଥାଏ । ରକ୍ତହୀନତାରେ ପୀଡିତ ଥିବା ବ୍ୟକ୍ତିମାନେ ପ୍ରତିଦିନ ଗୁଡ କିଛି ପରିମାଣରେ ଖାଇବା ଉଚିତ୍ । 

କେମିତି ଖାଇବେ ଗୁଡ ?

ଯଦି ଆପଣ ଦିର୍ଘ ଦିନ ଧରି, ଥଣ୍ତା , ଆସ୍ତମା ଓ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟାରେ ଘାଣ୍ଟି ହେଉଛନ୍ତି । ତେବେ ଆପଣ ୫ ଚାମଚ ହଳଦୀ ଗୁଣ୍ତ, ଗୋଟିଏ ଚାମଚ ଗୁଡ ଗୁଣ୍ତ ଓ ଗୋଟିଏ ଚାମଚ ବଟର ଏକ ପାତ୍ରରେ ରଖନ୍ତୁ । ଏହି ତିନି ସାମଗ୍ରୀକୁ ମିଶ୍ରଣ କରନ୍ତୁ । ଏହି ମିଶ୍ରଣକୁ ତିନିରୁ ୪ ଥର ଖାଇବା ଦ୍ବାରା ଥଣ୍ତା , ଆସ୍ତମା ଓ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଗୁଡିକ ଦୂର ହୋଇଥାଏ ।  ଗ୍ୟାସ ସମସ୍ୟା ଭୋଗୁଥିବା ଲୋକମାନଙ୍କ ପାଇଁ ଗୁଡ ବେଶ ଲାଭଦାୟକ ବୋଲି କୁହାଯାଏ। ଶୀତଦିନେ ପ୍ରତିଦିନ ଗୁଡ ଖାଇବା କୌଣସି ଔଷଧ ଖାଇବା ଠାରୁ କମ୍ ନୁହେଁ ।  ଗୁଡକୁ ଗୁଣ୍ତ କରି ଚିନିର ବିକଳ୍ପ ଭାବରେ ବ୍ୟବହାର କରାଯାଇପାରେ । ଏବଂ ସ୍ୱାଦରେ ମିଠା ବଢାଇବ ପାଇଁ ଏହାକୁ ବ୍ୟବହାର କରିବେ ।