Gold Rate Today: ଖସିଲା ସୁନା ଦର, ଭୁବନେଶ୍ୱରରେ ସୁନା ଦାମ୍ ୪୫ ହଜାର..
Advertisement
Article Detail0/zeeodisha/odisha1956637

Gold Rate Today: ଖସିଲା ସୁନା ଦର, ଭୁବନେଶ୍ୱରରେ ସୁନା ଦାମ୍ ୪୫ ହଜାର..

Gold Rate Today: ଦୀପାବଳି ପରେ ଦେଶରେ ହ୍ରାସ ପାଇଛି ସୁନା ଦର।ଗତ କାଲି ଅପେକ୍ଷା ଆଜି ବିଭିନ୍ନ ସହରରେ ସୁନା ଦାମ୍ କମିଛି।ଆଉ କିଛି ଦିନ ପରେ ଆରମ୍ଭ ହେବ ବିବାହ ସିଜିନ୍ (Wedding Season)। ଏହା ଗ୍ରାହକ ପାଇଁ ଏକ ଆଶ୍ୱସ୍ତିକର ଖବର। ଯଦି ଆପଣ ଆଜି ସୁନା କିଣିବାକୁ ଯାଉଛନ୍ତି ତେବେ,  ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର (Gold Rate in India)। 

Gold Rate Today: ଖସିଲା ସୁନା ଦର, ଭୁବନେଶ୍ୱରରେ ସୁନା ଦାମ୍ ୪୫ ହଜାର..

Gold Rate Today: ଦୀପାବଳି ପରେ ଦେଶରେ ହ୍ରାସ ପାଇଛି ସୁନା ଦର।ଗତ କାଲି ଅପେକ୍ଷା ଆଜି ବିଭିନ୍ନ ସହରରେ ସୁନା ଦାମ୍ କମିଛି।ଆଉ କିଛି ଦିନ ପରେ ଆରମ୍ଭ ହେବ ବିବାହ ସିଜିନ୍ (Wedding Season)। ଏହା ଗ୍ରାହକ ପାଇଁ ଏକ ଆଶ୍ୱସ୍ତିକର ଖବର। ଯଦି ଆପଣ ଆଜି ସୁନା କିଣିବାକୁ ଯାଉଛନ୍ତି ତେବେ,  ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର (Gold Rate in India)। ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୫,୫୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୦,୫୯୦ ଟଙ୍କା ରହିଛି।

ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ୫୫,୫୪୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୦,୫୯୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୫,୪୪୦ ଟଙ୍କା ରହିଛି। ସେହିପରି ମାୟାନଗରୀ ମୁମ୍ବାଇରେ ସୁନା ଭରି ୨୨ କ୍ୟାରେଟର ଦାମ୍ ୫୫,୫୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୦,୫୯୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୫,୪୪୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି।

ସେହିପରି ଚେନ୍ନାଇରେ(Chennai) ୨୨ କ୍ୟାରେଟର ଦାମ୍ ୫୫,୯୯୦  ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୧,୦୮୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୫,୮୧୦ ଟଙ୍କା ରହିଛି । ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟର ଦାମ୍ ୫୫,୬୯୦  ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୦,୭୪୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୫,୫୬୦ ଟଙ୍କା ରହିଛି। ସେହିପରି ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୨୨ କ୍ୟାରେଟ ସୁନାର ଦାମ୍ ୫୫,୫୪୦ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୦,୫୯୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୫,୪୪୦ ଟଙ୍କା ରହିଛି ।

Also Read: Gold Rate Today: ସୁନା ଦରରେ ବୃହତ ହ୍ରାସ, ୫୦ ହଜାର ତଳେ ଭରି ପିଛା ସୁନା ଦର..