Gajakesari Yog: ଏହି ଦିନ ସୃଷ୍ଚି ହେବ ଗଜକେଶରୀ ଯୋଗ, ଶୁଭଫଳ ପାଇବା ସହ ମାଲେମାଲ୍ ଏହି ୫ ରାଶି!
Advertisement
Article Detail0/zeeodisha/odisha1810696

Gajakesari Yog: ଏହି ଦିନ ସୃଷ୍ଚି ହେବ ଗଜକେଶରୀ ଯୋଗ, ଶୁଭଫଳ ପାଇବା ସହ ମାଲେମାଲ୍ ଏହି ୫ ରାଶି!

Gajakesari Yog: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଅଗଷ୍ଟ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଗଜକେଶରୀ ଯୋଗ ଗଠନ ହେବାକୁ ଯାଉଛି । ଏହି ସମୟରେ ଦେବଗୁରୁ ବୃହସ୍ପତି ଓ ଚନ୍ଦ୍ରଙ୍କ ମିଳନ ହେବାକୁ ଯାଉଛି। ଏହି ସମୟରେ ଗୁରୁ ମେଷ ରାଶିରେ ରହିଥିବା ବେଳେ ଅଗଷ୍ଟ ୭ ତାରିଖରେ ଚନ୍ଦ୍ର ମଧ୍ୟ ମେଷ ରାଶିରେ ପ୍ରବେଶ କରିବେ, ଫଳରେ ଗଜକେଶରୀ ଯୋଗ ସୃଷ୍ଟି ହେବ।  

ସୌ(ସୋସିଆଲ ମିଡିଆ)

Gajakesari Yog: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ (grah gochar 2023) କରିଥାଆନ୍ତି । ଗ୍ରହମାନଙ୍କ ଆଗମନ ବା ପ୍ରତ୍ୟାବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଏହି ପ୍ରଭାବ କେତେବେଳେ ସକରାତ୍ମକ ତ ଆଉ କେତେବେଳେ ନକରାତ୍ମକ ହୋଇଥାଏ । ଏହି ସମୟରେ ଗଜକେଶରୀ ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି ଯୋଗ ଫଳରେ ୫ଟି ରାଶିର ଜୀବନରେ ବଡ଼ ପରିବର୍ତ୍ତନ ଆସିବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଅଗଷ୍ଟ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଗଜକେଶରୀ ଯୋଗ ଗଠନ ହେବାକୁ ଯାଉଛି । ଏହି ସମୟରେ ଦେବଗୁରୁ ବୃହସ୍ପତି ଓ ଚନ୍ଦ୍ରଙ୍କ ମିଳନ ହେବାକୁ ଯାଉଛି। ଏହି ସମୟରେ ଗୁରୁ ମେଷ ରାଶିରେ ରହିଥିବା ବେଳେ ଅଗଷ୍ଟ ୭ ତାରିଖରେ ଚନ୍ଦ୍ର ମଧ୍ୟ ମେଷ ରାଶିରେ ପ୍ରବେଶ କରିବେ, ଫଳରେ ଗଜକେଶରୀ ଯୋଗ ସୃଷ୍ଟି ହେବ।  ତେବେ ଆସନ୍ତୁ ଜାଣିବା ଏହି ସମୟ ମଧ୍ଯରେ କେଉଁ ୫ଟି ରାଶି ଲାଭବାନ ହେବେ ।

ମେଷ ରାଶି

ଏହି ସମୟ ମଧ୍ୟରେ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ । ଉଚ୍ଚଶିକ୍ଷା ଓ ଅନୁସନ୍ଧାନ ସହିତ ଜଡିତ ଲୋକମାନଙ୍କୁ ବିଦେଶ ଯାତ୍ରା ନେଇ ସୁଯୋଗ ମିଳିପାରେ । ବ୍ୟବସାୟରେ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ମନ ଶାନ୍ତ ଓ ପ୍ରସନ୍ନ ରହିବ । ପିତାମାତାଙ୍କ ସମର୍ଥନ ଲାଭ ହେବ । ଧନଲାଭ ନେଇ ଯୋଗ ରହିଛି । କର୍ମ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ମିଳିବ ।

ମିଥୁନ ରାଶି

ଦୀର୍ଘ ଦିନ ଧରି କରୁଥିବା ଯୋଜନା ସଫଳ ହେବ । ପିତାମାତାଙ୍କ ସମର୍ଥନ ମିଳିବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଅଧ୍ୟୟନ ଲାଗି ବିଦ୍ୟାର୍ଥୀଙ୍କ ଆଗ୍ରହ ବଢିବ । ବିଦେଶ ଯାତ୍ରା ନେଇ ସୁଯୋଗ ମିଳିପାରେ । ପଦୋନ୍ନତି ଓ ସନ୍ତାପ୍ରାପ୍ତି ନେଇ ଯୋଗ ରହିଛି । ଧାର୍ମିକ ଯାତ୍ରା କରିବା ନେଇ ସମ୍ଭାବନା ରହିଛି ।

କନ୍ୟା ରାଶି

ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଧନ ଲାଭ ସହ ବ୍ୟବସାୟରେ ଆକସ୍ମିକ ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବା ସହ ମଧୁରତା ବଢିବ । ବନ୍ଧୁଙ୍କ ସାହାଯ୍ୟରେ ନୂତନ ଚାକିରି ପାଇଁ ସୁଯୋଗ ମିଳିବ । ଆୟ ବୃଦ୍ଧି ହେବା ସହ ଦୂରସ୍ଥାନକୁ ଯାତ୍ରା ନେଇ ଯୋଗ ରହିଛି । ପାରିବାରିକ ଦାୟିତ୍ବ ବୃଦ୍ଧି ପାଇବ । ପଦୋନ୍ନତି ସହ ସମ୍ମାନ ବୃଦ୍ଧି ପାଇବ ।

ବିଛା ରାଶି

ସ୍ୱାସ୍ଥ୍ୟ ଭଲ ରହିବ । ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ପୁରୁଣା ବିନିଯୋଗରୁ ଲାଭ ମିଳିବ । ସନ୍ତାନ ସନ୍ତତି ମାନଙ୍କଠାରୁ ଭଲ ଖବର ପାଇ ମନ ପ୍ରସନ୍ନ ରହିବ। ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ । କଠିନ ସମୟ ଦୂର ହେବ । ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ହେତୁ ଲୋକମାନଙ୍କ ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ପ୍ରକାଶ ପାଇବ। ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ମିଳିବ ।

ଧନୁ ରାଶି

କଳା ଓ ସଙ୍ଗୀତ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଚାକିରି ଓ କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି  । ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ । ଜୀବନସାଥୀଙ୍କ ସହ ଗୁଣାତ୍ମକ ସମୟ ଅତିବାହିତ କରିବେ । ସମ୍ପର୍କରେ ମଧୁରତା ଆସିବ । ଧନ ଓ ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି  । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ଭ୍ରମଣ ଯୋଗ ରହିଛି ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)