ଖୁସି ଖବର ! ଗ୍ରୀନ୍ ଟି ଓ ବ୍ଲାକ୍ ଟି ଦ୍ୱାରା ମଧୁମେହକୁ କରନ୍ତୁ Good Bye
Advertisement

ଖୁସି ଖବର ! ଗ୍ରୀନ୍ ଟି ଓ ବ୍ଲାକ୍ ଟି ଦ୍ୱାରା ମଧୁମେହକୁ କରନ୍ତୁ Good Bye

Diabetes: ମଧୁମେହ ବା ଡାଇବେଟିସ୍ (Diabetes) । ଆଜିକାଲି ସମସ୍ତଙ୍କ ଘରେ କେହି ନା କେହି ଏ ରୋଗରେ ପୀଡିତ ଥିବେ ନିଶ୍ଚୟେ । ହେଲେ ଏ ରୋଗକୁ କିଛି ମାତ୍ରାରେ ରୋକା ଯାଇ ପାରିବା।

ସୌଜନ୍ୟ : ସୋସିଆଲ ମିଡିଆ

Diabetes: ମଧୁମେହ ବା ଡାଇବେଟିସ୍ (Diabetes) । ଆଜିକାଲି ସମସ୍ତଙ୍କ ଘରେ କେହି ନା କେହି ଏ ରୋଗରେ ପୀଡିତ ଥିବେ ନିଶ୍ଚୟେ । ହେଲେ ଏ ରୋଗକୁ କିଛି ମାତ୍ରାରେ ରୋକା ଯାଇ ପାରିବା। ବ୍ଲା ଟି ଓ ଗ୍ରୀନ ଟି କୁ ଆପଣ ଦୈନନ୍ଦିନ ଜୀବନରେ ଆପଣଙ୍କ ଖାଦ୍ୟପେୟରେ ସାମିଲ କଲେ । ଏ ରୋଗକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇ ପାରିବ। ଏ କଥା ଆମେ କହୁନୁ। ଗତ କିଛି ଦିନ ତଳେ ଚୀନରେ ଏକ ସର୍ଭେ ହୋଇଥିଲା । ଆଠଟି ଦେଶର ଏକ ମିଲିୟନରୁ ଅଧିକ ବୟସ୍କଙ୍କୁ ନେଇ ଏକ ପରୀକ୍ଷଣ ହୋଇଥିଲା।  ପରୀକ୍ଷଣରୁ ଜଣା ପଡିଛି ଯ, ଦିନକୁ ୪ କପ ଚା ପିଉଥିବା ଲୋକଙ୍କୁ ମଧୁମେହ ହେବାର ଆଶଙ୍କା ୧୭ ପ୍ରତିଶତ କମ ରହୁଛି । ଗ୍ରୀନ ଟି ( green tea)  ସ୍ବାସ୍ଥ୍ୟପକ୍ଷେ ହିତକର ହୋଇଥାଏ। 

ମଧୁମେହ କାରଣ : ଓଜନ ହ୍ରାସ ପାଇଁ ଆପଣାନ୍ତୁ ଏ ସବୁ ଖାଦ୍ୟ, ମିଳିବ ବଡ ଫାଇଦା

ଶରୀରରେ ପାନକ୍ରିୟାସ୍ ନାମକ ଯନ୍ତ୍ର କାର୍ଯ୍ୟକ୍ଷମ ନ ହେବା ଦ୍ଵାରା ଏହି ରୋଗ ସୃଷ୍ଟି ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନରୁ ଜଣାଯାଏ । ଆମ ଶରୀରର ଯକୃତ ପାଖରେ ଥିବା ଏହି ପାନକ୍ରିୟାସ୍ ନାମକ ଗ୍ଲାଣ୍ଡରୁ ସୃଷ୍ଟି ହେଉଥିବା ଇନସୁଲିନ୍ ନାମକ ରସ କ୍ଷରଣ ବନ୍ଦ ହୋଇଯିବା ଦ୍ଵାରା ଆମେ ଖାଉଥିବା ଖାଦ୍ୟର ଶର୍କରା ଜାତୀୟ ଅଂଶ ଗୁଡିକ ହଜମ ନ ହୋଇ ସିଧାସଳଖ ରକ୍ତରେ ମିଶିଯାଇଥାଏ ।  କେତେକ ଅଂଶ ପରିସ୍ରା ଦ୍ଵାରା ବାହାରି ଯାଇଥାଏ । ଏହାଦ୍ଵାରା ଶରୀରସ୍ଥ ଯନ୍ତ୍ର ଗୁଡିକ ସୂଚାର ରୂପେ କାମ କରିପାରନ୍ତି ନାହିଁ ।

ଏହାବି ପଢନ୍ତୁ :

ରୋଗର ଲକ୍ଷଣ :

ଏହି ରୋଗର ବିବିଧ ଲକ୍ଷଣ ଗୁଡିକ ମଧ୍ୟରୁ ବାରମ୍ବାର ପରିଶ୍ରା ଲାଗିବା,ଅଧିକ କ୍ଳାନ୍ତି ଲାଗିବା , ଅଳ୍ପ ପରିଶ୍ରମରେ ଥକିଯିବା, ଚର୍ମ ରୁକ୍ଷ , ଶୁଷ୍କ ହୋଇଯିବା , ସର୍ବଦା ଦୁର୍ବଳ ଅନୁଭବ କରିବା, ଆଖିକୁ ଝାପସା ଦିଶିବା, ଶରୀରର କୌଣସି ସ୍ଥାନରେ କ୍ଷତ ହେଲେ ନ ଶୁଖିବା ଏବଂ ରକ୍ତରେ ଅତ୍ୟଧିକ ଶର୍କରା ବୃଦ୍ଦି ହେଲେ ଜ୍ଵର ଲାଗି ରହିବା ଇତ୍ୟାଦି ପ୍ରଦାନ ଲକ୍ଷଣ ରୋଗୀ ଠାରେ ଦେଖାଯାଇଥାଏ । ମେଦବୃଦ୍ଧି ବ୍ୟକ୍ତି ଖୁବ୍ ଶୀଘ୍ର ଏହିପରି ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥାଏ । ଇଂରାଜୀରେ ଏହି ରୋଗକୁ ‘ଡାଇବେଟିସ୍ – ମିଲିଟସ୍’ କୁହାଯାଏ । ଏହି ମଧୁମେହ ରୋଗ ଦ୍ଵାରା ଉଚ୍ଚ ରକ୍ତଚାପ ରୋଗ ମଧ୍ୟ ସୃଷ୍ଟି ହୋଇପାରେ ।

ମେଦବୃଦ୍ଧି ବା ଓଜନବୃଦ୍ଧି, ଅତ୍ୟଧିକ ଚିନ୍ତା, ଶୋକ ଓ ମୈଥୁନ କ୍ରିୟା ଏହି ରୋଗର ପ୍ରଦାନ କାରଣ ବୋଲି ସମୀକ୍ଷାରୁ ଜଣାଯାଏ । ଇଞ୍ଜେକସନ୍ ଦ୍ଵାରା କୃତ୍ରିମ ଇନସୁଲିନ୍ ଶରୀରରେ ପ୍ରବେଶ କରାଇବା ଏହି ରୋଗର ମୁଖ୍ୟ ଚିକିତ୍ସା ହୋଇଥାଏ । ଏହି ଚିକିତ୍ସାରେ ମୁଖ୍ୟ ଅସୁବିଧା ହେଉଛି ଦୀର୍ଘ ଦିନ ଧରି ରୋଗୀ ନିଜକୁ ନିଜେ ଇଞ୍ଜେକସନ୍ ନେଇ ଏହା ସହିତ ଔଷଧ ସେବନ କରି ମଧ୍ୟ ରୋଗମୁକ୍ତ ହୋଇପାରୁ ନାହିଁ । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)