କେଉଁ ପ୍ରଡକ୍ଟ ଉପରେ ପାର୍ବଣ ଋତୁରେ କେତେ ମିଳୁଛି ରିହାତି ଓ କ୍ୟାସବ୍ୟାକ ଜାଣନ୍ତୁ ସମସ୍ତ ବିବରଣୀ
Advertisement
Article Detail0/zeeodisha/odisha1363051

କେଉଁ ପ୍ରଡକ୍ଟ ଉପରେ ପାର୍ବଣ ଋତୁରେ କେତେ ମିଳୁଛି ରିହାତି ଓ କ୍ୟାସବ୍ୟାକ ଜାଣନ୍ତୁ ସମସ୍ତ ବିବରଣୀ

Flipkart Vs Amazon sale: କେଉଁ ପ୍ରଡକ୍ଟ ଉପରେ ପାର୍ବଣ ଋତୁରେ କେତେ ମିଳୁଛି ରିହାତି, ବ୍ୟାଙ୍କ୍ ଅଫରଠାରୁ କ୍ୟାସ୍ ବ୍ୟାକ୍ ପର୍ଯ୍ୟନ୍ତ ଜାଣନ୍ତୁ ସମସ୍ତ ବିବରଣୀ । ଏହି ରିପୋର୍ଟରେ, ଆମେ ଆପଣଙ୍କୁ ଉଭୟ ଆମାଜନ ଓ ଫ୍ଲିପକାର୍ଟ ପ୍ଲାଟଫର୍ମରେ ଉପଲବ୍ଧ ବିଗ୍ ଅଫର, କ୍ୟାସବ୍ୟାକ୍ ସହିତ ବ୍ୟାଙ୍କ ଅଫର ବିଷୟରେ ସୂଚନା ଦେଉଛୁ ।

କେଉଁ ପ୍ରଡକ୍ଟ ଉପରେ ପାର୍ବଣ ଋତୁରେ କେତେ ମିଳୁଛି ରିହାତି ଓ କ୍ୟାସବ୍ୟାକ ଜାଣନ୍ତୁ ସମସ୍ତ ବିବରଣୀ

Flipkart Vs Amazon sale: ଆସିଛି ପାର୍ବଣ ଋତୁ । ଗ୍ରାହକଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଆମାଜନ ଏବଂ ଫ୍ଲିପକାର୍ଟ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱୀତା ଆରମ୍ଭ ହୋଇଛି । ଫେଷ୍ଟିଭାଲ୍ ସେଲ୍ ୨୩ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ପ୍ରାଇମ ମେମ୍ବରଙ୍କ ପାଇଁ ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ୍- ୨୦୨୨, ଗୁରୁବାର (୨୨ ସେପ୍ଟେମ୍ବର)ରୁ ଆରମ୍ଭ କରିଛି । ସେପଟେ ଫ୍ଲିପକାର୍ଟ ପ୍ଲସ୍ ମେମ୍ବର୍ସମାନେ ମଧ୍ୟ ଗୁରୁବାରଠାରୁ ବିଗ୍ ବିଲିୟନ ଡେ- ୨୦୨୨ ସପିଂ କରିପାରିବେ । ଉଭୟ ପ୍ଲାଟଫର୍ମରେ ସ୍ମାର୍ଟଫୋନ ଓ ଇଲେକ୍ଟ୍ରୋନିକ୍ ଉତ୍ପାଦ ଉପରେ ଉଚ୍ଚ ରିହାତି ଉପଲବ୍ଧ ହୋଇଛି । ଯଦି ଆପଣ ବି ପାର୍ବଣ ଋତୁରେ ସପିଂ ପାଇଁ ଯୋଜନା କରିଛନ୍ତି, ତେବେ ଏହି ସବୁ ତଥ୍ୟ ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ରିପୋର୍ଟରେ, ଆମେ ଆପଣଙ୍କୁ ଉଭୟ ଆମାଜନ ଓ ଫ୍ଲିପକାର୍ଟ ପ୍ଲାଟଫର୍ମରେ ଉପଲବ୍ଧ ବିଗ୍ ଅଫର, କ୍ୟାସବ୍ୟାକ୍ ସହିତ ବ୍ୟାଙ୍କ ଅଫର ବିଷୟରେ ସୂଚନା ଦେଉଛୁ । 

Flipkart Vs Amazon sale: ସ୍ମାର୍ଟଫୋନ୍ ଅଫର୍ସ 

ଆମାଜନ ଏବଂ ଫ୍ଲିପକାର୍ଟର ଫେଷ୍ଟିଭାଲ୍ ସେଲ୍ ରେ ସମସ୍ତ କମ୍ପାନିର ସ୍ମାର୍ଟଫୋନ କ୍ରୟ ଉପରେ ବିଗ୍ ଡିସକାଉଣ୍ଟ ମିଳୁଛି । ଫ୍ଲିପକାର୍ଟରେ, 'ଆଇଫୋନ୍ ୧୨ ମିନି'ର ପ୍ରାରମ୍ଭିକ ମୂଲ୍ୟ ୩୩,୯୯୦ ଟଙ୍କା ଏବଂ ଆଇଫୋନ୍ ୧୧ର ମୂଲ୍ୟ ୨୯,୯୯୦ ଟଙ୍କା ରହିଛି । ସେପଟେ ଆମାଜନରେ ଆଇଫୋନ୍-୧୨ ଉପରେ ପ୍ରାରମ୍ଭିକ ମୂଲ୍ୟ ୩୨,୦୦୦ ଟଙ୍କା ରଖାଯାଇଛି । 

ଉଭୟ ଆମାଜନ ଓ ଫ୍ଲିପକାର୍ଡରେ ଆଇଫୋନ୍ ସହିତ ସାମସଙ୍ଗ ଫୋନ୍ ଗୁଡିକ ବହୁତ ଭଲ ରିହାତି ଦାମରେ ମିଳୁଛି ।  ଫ୍ଲିପକାର୍ଟରେ ସାମସଙ୍ଗର ଫ୍ଲାଗସିପ୍ ଫୋନ୍ ସାମସଙ୍ଗ ଗାଲାକ୍ସି S22 + (Samsung Galaxy S22+)ର ମୂଲ୍ୟ ୫୯,୯୯୯ ଟଙ୍କା ରହିଛି । ସେପଟେ ଆମାଜନରେ ୨୪,୯୯୯ ଟଙ୍କା ମୂଲ୍ୟର ସାମସଙ୍ଗ ଗାଲାକ୍ସି M33 5G ସେଟ୍ ୧୪,୪୯୯ ଟଙ୍କା ରଖାଯାଇଛି । ଏହାସହିତ Oneplus ସ୍ମାର୍ଟଫୋନ୍ ଗୁଡିକ ମଧ୍ୟ ଆମାଜନ୍ ସେଲ୍ ରେ ରିହାତି ମୂଲ୍ୟରେ ମିଳୁଛି ।  Oneplus 10R ପ୍ରାଇମ୍ ଏଡିସନ ଉପରେ ୬,୦୦୦ ଟଙ୍କାର ଡିସକାଉଣ୍ଟ ସହିତ ୩୨,୯୯୯ ଟଙ୍କାରେ ବିକ୍ରି ହେଉଛି । ଅନ୍ୟପକ୍ଷରେ, ଯଦି ଆପଣ ଶସ୍ତା ଦାମରେ ଓ ଏଣ୍ଟ୍ରି ଲେବଲ୍ ଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ନିକଟରେ ଲଞ୍ଚ୍ ହୋଇଥିବା Redmi A1କୁ ଆମାଜନରୁ ୬,୦୦୦ରୁ କମ୍ ମୂଲ୍ୟରେ କ୍ରୟ କରିପାରିବେ । 

Flipkart Vs Amazon sale: ବୈଦ୍ୟୁତିକ ଉତ୍ପାଦ

ଆମାଜନ ଏବଂ ଫ୍ଲିପକାର୍ଟ ସେଲ୍ ରେ ସ୍ମାର୍ଟଫୋନ୍, ଟିଭି, ଲାପଟପ୍, ଟାବଲେଟ୍, ସ୍ମାର୍ଟ ଉପକରଣ, ଅଡିଓ ଉତ୍ପାଦ ଏବଂ ଇଲେକ୍ଟ୍ରୋନିକ୍ ଉତ୍ପାଦ ମଧ୍ୟ ରିହାତି ମୂଲ୍ୟରେ ମିଳୁଛି । ଆମାଜନ ସେଲ୍ ରେ ଟିଭି ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ସହିତ ୨୪ ମାସ ପର୍ଯ୍ୟନ୍ତ ନୋ-କଷ୍ଟ EMIରେ ମିଳୁଛି । ଏଥିସହିତ, ଫ୍ଲିପକାର୍ଟରେ ଟିଭି ଏବଂ ବ୍ଲୁଟୁଥ ଉପକରଣରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ରିହାତିରେ ବ୍ୟାଙ୍କ ଅଫର ଏବଂ ବିନିମୟ ଅଫର ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଫ୍ଲିପକାର୍ଟ ସେଲ୍ ରେ  ବ୍ଲୁଟୁଥ୍ କଲିଂ ସ୍ମାର୍ଟୱାଚ୍ ର ପ୍ରାରମ୍ଭିକ ମୂଲ୍ୟ ୧,୭୯୯ ଟଙ୍କାରେ କ୍ରୟ କରାଯାଉଛି । ଆମାଜନରେ ୨୧,୯୯୯ ଟଙ୍କା ମୂଲ୍ୟର Oneplus 32-ଇଞ୍ଚ ସ୍ମାର୍ଟ ଟିଭି ୧୧,୪୯୦ ଟଙ୍କାରେ କିଣାଯାଇପାରିବ । 

Flipkart Vs Amazon sale: ବ୍ୟାଙ୍କ ଅଫର୍ସ

ପାର୍ବଣ ଋତୁରେ ଇ-କମର୍ସ ଫ୍ଲାଟଫର୍ମରେ ସେଲ୍ ଉପରେ ବ୍ୟାଙ୍କ ଅଫର ବିଷୟରେ କହିବାକୁ ଗଲେ, ଆମାଜନରେ SBI ବ୍ୟାଙ୍କ କ୍ରେଡିଟ ଏବଂ ଡେବିଟ୍ କାର୍ଡରେ 10 ପ୍ରତିଶତ ରିହାତି ଉପଲବ୍ଧ ହୋଇଛି । ଏଥିସହିତ, ଆମାଜନରେ ବିଭିନ୍ନ ଉତ୍ପାଦ ଉପରେ ବିନିମୟ ଅଫର ମଧ୍ୟ ପ୍ରଦାନ କରୁଛି । ଅନ୍ୟପକ୍ଷରେ, ଯଦି ଆମେ ଫ୍ଲିପକାର୍ଟ ଉପରେ ନଜର ପକାଇବା ତେବେ ଆକ୍ସିସ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ କାର୍ଡରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି । ଏହାସହିତ ପେଟିଏମ୍ ୱାଲେଟ୍ ଏବଂ ପେଟିଏମ୍ ୟୁପିଆଇରେ କ୍ୟାସ୍ ବ୍ୟାକ୍ ମଧ୍ୟ ଉପଲବ୍ଧ ହୋଇଛି । ଫ୍ଲିପକାର୍ଟରେ ଏକ୍ସଚେଞ୍ଜ୍ ଅଫର୍ ମଧ୍ୟ ଉପଲବ୍ଧ ହୋଇଛି ।