Broccoli: ଏହି ରୋଗୀଙ୍କ ପାଇଁ ବିଷ ସଦୃଶ ହୋଇଥାଏ ବ୍ରୋକୋଲି, ଖାଇବା ପୂର୍ବରୁ ଜାଣିରଖନ୍ତୁ ଏହି ବଡ଼ କଥା
Advertisement

Broccoli: ଏହି ରୋଗୀଙ୍କ ପାଇଁ ବିଷ ସଦୃଶ ହୋଇଥାଏ ବ୍ରୋକୋଲି, ଖାଇବା ପୂର୍ବରୁ ଜାଣିରଖନ୍ତୁ ଏହି ବଡ଼ କଥା

Broccoli Side Effects: ବ୍ରୋକୋଲି ଅନ୍ୟଦିନ ଅପେକ୍ଷା ଶୀତଦିନେ ଖାସ୍ କରି ବଜାରରେ ଅଧିକ ବିକ୍ରି ହୋଇଥାଏ । ବ୍ରୋକୋଲିକୁ ସାଧାରଣତଃ ସାଲାଡରେ ବ୍ୟବହୃତ ହୋଇଥାଏ । ଏହାର କାରଣ ହେଉଛି ଏଥିରେ ଅନେକ ପୋଷକ ତତ୍ତ୍ୱର ରହିଛି। ଓଜନ ହ୍ରାସ କରିବା ଏବଂ ଶରୀରକୁ ସୁସ୍ଥ ରଖିବାରେ ଏହା ଅତ୍ୟନ୍ତ ଲାଭଦାୟକ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବ୍ରୋକୋଲିର ଅତ୍ୟାଧିକ ବ୍ୟବହାର ଦ୍ୱାରା ଗୋଟିଏ କିମ୍ବା ଦୁଇଟି ନୁହେଁ ଅନେକ କ୍ଷତି ଆପଣଙ୍କ ସ୍ବାସ୍ଥ୍ୟରେ ହୋଇପାରେ।

Broccoli: ଏହି ରୋଗୀଙ୍କ ପାଇଁ ବିଷ ସଦୃଶ ହୋଇଥାଏ ବ୍ରୋକୋଲି, ଖାଇବା ପୂର୍ବରୁ ଜାଣିରଖନ୍ତୁ ଏହି ବଡ଼ କଥା

Broccoli Side Effects: ବ୍ରୋକୋଲି ଅନ୍ୟଦିନ ଅପେକ୍ଷା ଶୀତଦିନେ ଖାସ୍ କରି ବଜାରରେ ଅଧିକ ବିକ୍ରି ହୋଇଥାଏ । ବ୍ରୋକୋଲିକୁ ସାଧାରଣତଃ ସାଲାଡରେ ବ୍ୟବହୃତ ହୋଇଥାଏ । ଏହାର କାରଣ ହେଉଛି ଏଥିରେ ଅନେକ ପୋଷକ ତତ୍ତ୍ୱର ରହିଛି।  ଓଜନ ହ୍ରାସ କରିବା ଏବଂ ଶରୀରକୁ ସୁସ୍ଥ ରଖିବାରେ ଏହା ଅତ୍ୟନ୍ତ ଲାଭଦାୟକ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବ୍ରୋକୋଲିର ଅତ୍ୟାଧିକ ବ୍ୟବହାର ଦ୍ୱାରା ଗୋଟିଏ କିମ୍ବା ଦୁଇଟି ନୁହେଁ ଅନେକ କ୍ଷତି ଆପଣଙ୍କ ସ୍ବାସ୍ଥ୍ୟରେ ହୋଇପାରେ। ଏହା ଆପଣଙ୍କ ଯକୃତକୁ କ୍ଷତି ପହଞ୍ଚାଇବା ସହ  ହଜମ ପ୍ରକ୍ରିୟାରେ ମଧ୍ୟ ସମସ୍ୟା ସୃଷ୍ଟି କରେ।  ଏବଂ ଗର୍ଭଧାରଣରେ ମଧ୍ୟ କ୍ଷତି ପହଞ୍ଚାଇପାରେ।  ଏହାର କାରଣ ଏଥିରେ ଫାଇବର ଓ ଭିଟାମିନ୍ ଭରପୂର ରହିଛି । ଯାହା ହଜମକାରୀ ଏନଜାଇମରେ ବାଧା ସୃଷ୍ଟି କରିଥାଏ । ଏହି କାରଣରୁ ଆପଣଙ୍କୁ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡିପାରେ। 

ଏହି ଲୋକମାନେ ବ୍ରୋକୋଲି ଖାଇବା ଉଚିତ୍ ନୁହେଁ :  ଯେଉଁମାନଙ୍କର ଯକୃତ ଦୁର୍ବଳ କିମ୍ବା ଯକୃତ ଜନିତ କୌଣସି ସମସ୍ୟା ରହିଛି। ସେମାନେ ଭୁଲରେ ମଧ୍ୟ ବ୍ରୋକୋଲି ଖାଇବା ଉଚିତ୍ ନୁହେଁ। ଏହାର କାରଣ ହେଉଛି ବ୍ରୋକୋଲିରେ ବହୁ ପରିମାଣରେ ଫାଇବର ଥାଏ। ଯେଉଁ କାରଣରୁ ଅନ୍ତନଳୀରେ ଗ୍ୟାସ୍ ସମସ୍ୟା ସୃଷ୍ଟି କରେ । ଏହା ଯକୃତର କାର୍ଯ୍ୟରେ ବାଧା ସୃଷ୍ଟି କରେ।  ଯାହା ଫ୍ଲାଟୁଲେନ୍ସ (flatulence) ଭଳି ସମସ୍ୟା ସୃଷ୍ଟି କରିପାରେ ।

Also Read : Baigana Khaibara Khati: ଏହି ୫ଟି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଭୁଲରେ ବି ଖାଆନ୍ତୁନି ବାଇଗଣ, ନଚେତ୍ ଭୋଗିବେ ଏସବୁ ସମସ୍ୟା!

Also Read : Foods For Memory: ୩୦ ବର୍ଷ ପରେ ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, କମିବନି ସ୍ମରଣ ଶକ୍ତି

ହଜମ ସମସ୍ୟାରେ ପୀଡିତ ଥିବା ବ୍ୟକ୍ତି ଖାଆନ୍ତୁ ନାହିଁ ବ୍ରୋକୋଲି:  ଦୁର୍ବଳ ହଜମ ପ୍ରକ୍ରିୟା ଥିବା ବ୍ୟକ୍ତିମାନେ ଭୁଲରେ ମଧ୍ୟ ବ୍ରୋକୋଲି ଖାଇବା ଉଚିତ୍ ନୁହେଁ । ଏହାର କାରଣ ହଜମକାରୀ ଏନଜାଇମକୁ କ୍ଷତି ପହଞ୍ଚାଏ ,ଏହା ଖାଦ୍ୟ ହଜମକୁ ରୋକିଥାଏ । ହାଇପୋଥାଇର ଏଡାଇଜିମରେ ପୀଡିତ ଲୋକମାନେ ବ୍ରୋକୋଲି ଖାଇବା ଉଚିତ୍ ନୁହେଁ । କାରଣ ଏହା ଥାଇରଏଡ୍ର ସମସ୍ୟାକୁ ବଢାଇଥାଏ ।

ଅତ୍ୟାଧିକ ବ୍ରୋକୋଲି ଖାଇବା ପେଟ ସମସ୍ୟାକୁ ମଧ୍ୟ ବଢାଇଥାଏ : ଅତ୍ୟଧିକ ବ୍ରୋକୋଲି ଖାଇବା ଦ୍ୱାରା ପେଟ ସମସ୍ୟା ଦେଖାଦେଇଥାଏ । ଏ-ଗୁଡ଼ିକରେ ପେଟ ବ୍ୟଥା ଏବଂ କୋଷ୍ଠକାଠିନ୍ୟ ହେବାର ଆଶଙ୍କା ଅଧିକ ଥାଏ । କେବଳ ଏତିକି ନୁହେଁ,ଏହା ଅନ୍ତନଳୀକୁ ପ୍ରଭାବିତ କରିଥାଏ । ଏପରି ପରିସ୍ଥିତିରେ ଅତି କମ ବ୍ରୋକୋଲି ଖାଇବା ଉଚିତ୍। ତେବେ ବ୍ରୋକୋଲି ଖାଇବା ପୂର୍ବରୁ ଏହାକୁ ଭଲ ଭାବେ ଧୋଇ ପାଣିରେ ଫୁଟାନ୍ତୁ ଏବଂ ଲୁଣ ମିଶାଇବା ପରେ ଏହାକୁ ଖାଆନ୍ତୁ ।

ଆଲର୍ଜି ଭଳି ସମସ୍ୟା ଦେଖାଦେଇଥାଏ: ଯଦି ଆପଣ ଅତ୍ୟାଧିକ ବ୍ରୋକୋଲି ଖାଉଛନ୍ତି ,ତେବେ,ଆପଣଙ୍କ ଠାରେ ଆଲର୍ଜିର ସମସ୍ୟା ଦେଖାଦେଇପାରେ । କେବଳ ସେତିକି ନୁହେଁ,ଏହା ଆପଣଙ୍କ ତ୍ୱଚାରେ କୁଞ୍ଚନ,ଦାଗ ଏବଂ ଲାଲ ଭଳି ସମସ୍ୟା ସୃଷ୍ଟି କରେ। 

ଗର୍ଭାବସ୍ଥାରେ ଅଧିକ ବ୍ରୋକୋଲି ଖାଆନ୍ତୁ ନାହିଁ : ମହିଳାମାନେ ଗର୍ଭାବସ୍ଥାରେ ଅଧିକ ବ୍ରୋକୋଲି ଖାଇବା ଉଚିତ୍ ନୁହେଁ । ଏହା ଉଭୟ ମହିଳା ଏବଂ ଶିଶୁର ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ। ଫ୍ରିଜରେ ରଖାଯାଇଥିବା ଥଣ୍ଡା ଏବଂ କଞ୍ଚା ବ୍ରୋକୋଲି ଖାଇବା ଅଧିକ ବିପଜ୍ଜନକ ଅଟେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)