Navratri Day 3: ଆଜି ନବରାତ୍ରୀର ତୃତୀୟ ଦିନ, ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଛନ୍ତି ମାଆ
Advertisement
Article Detail0/zeeodisha/odisha1918717

Navratri Day 3: ଆଜି ନବରାତ୍ରୀର ତୃତୀୟ ଦିନ, ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଛନ୍ତି ମାଆ

Durga Puja 2023: କୁହାଯାଏ,  ମା’ ଚନ୍ଦ୍ରଘଣ୍ଟାଙ୍କ ଘଣ୍ଟ ଧ୍ଵନିରେ ଅତ୍ୟାଚାରୀ ଦାନବ ଓ ଦୈତ୍ୟ ଭୟଭୀତ ହୋଇଥାଆନ୍ତି । ମାଆ ଚନ୍ଦ୍ରଘଣ୍ଟା ମସ୍ତକରେ ଅର୍ଦ୍ଧଚନ୍ଦ୍ର ଧାରଣ କରିଥିବା ବେଳେ ସିଂହ ଉପରେ ବିରାଜି ଥାଆନ୍ତି । ଏହି ସ୍ୱରୂପରେ ମା’ଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ‘ଚନ୍ଦ୍ରଘଣ୍ଟା’ (Maa Chandraghanta) ବୋଲି କୁହାଯାଏ ।

ସୌ(ସୋସିଆଲ ମିଡିଆ)

Navratri Day 3: ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା (Durga Puja 2023)।  ଆଜି ଦୁର୍ଗାପୂଜା ବା ନବରାତ୍ରୀର (Navratri)ର ତୃତୀୟ ଦିନ ଅଟେ । ଏହି ଦିନ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଆନ୍ତି ମାଆ ଜଗତଜନନୀ। କୁହାଯାଏ,  ମା’ ଚନ୍ଦ୍ରଘଣ୍ଟାଙ୍କ ଘଣ୍ଟ ଧ୍ଵନିରେ ଅତ୍ୟାଚାରୀ ଦାନବ ଓ ଦୈତ୍ୟ ଭୟଭୀତ ହୋଇଥାଆନ୍ତି । ମାଆ ଚନ୍ଦ୍ରଘଣ୍ଟା ମସ୍ତକରେ ଅର୍ଦ୍ଧଚନ୍ଦ୍ର ଧାରଣ କରିଥିବା ବେଳେ ସିଂହ ଉପରେ ବିରାଜି ଥାଆନ୍ତି । ଏହି ସ୍ୱରୂପରେ ମା’ଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ‘ଚନ୍ଦ୍ରଘଣ୍ଟା’ (Maa Chandraghanta) ବୋଲି କୁହାଯାଏ ।

ପୁରାଣ ଅନୁଯାୟୀ, ବ୍ରହ୍ମାଙ୍କ ଠାରୁ ବରପ୍ରାପ୍ତ ପରେ ଦୁର୍ଗ ରାକ୍ଷସ ଆହୁରୀ ଶକ୍ତିଶାଳୀ ଓ ଅତ୍ୟାଚାରୀ ହୋଇଉଠିଲା । ତ୍ରିଲୋକ ଜିତିବା ପରେ ସେ ଦେବଲୋକ ଯାଇ ଦେବରାଜ ଇନ୍ଦ୍ରଙ୍କୁ ଭୟଭୀତ କରିଥିବା। ଦେବଗଣ ସମ୍ମୀଳିତ ହୋଇ ଲଢ଼ିଇ ଆରମ୍ଭ କରିବା ସତ୍ତ୍ବେ ପରାସ୍ତ ହୋଇଥିଲେ । ଦୁର୍ଗ ଦୈତ୍ୟ ଦେବଗଣଙ୍କୁ ବନ୍ଦୀ କରି ନିଜ ଦୁର୍ଗର କାଳ କୋଠରୀରେ ନିର୍ଯ୍ୟାତନା ଦେଇଥିଲା । ଏହାପରେ ଦେବଗଣ ମହାଶକ୍ତିଙ୍କୁ ପ୍ରାର୍ଥନା କରିଥିଲେ । ଦୟାରେ ବିଗଳିତ ମା’ ଆବିର୍ଭୂତ ହୋଇ ନିଜ ଅଗ୍ନିଗର୍ଭା ନେତ୍ରରେ ଦୁର୍ଗ ଧ୍ୱଂସ କରି ଦେବଗଣକୁ ଉଦ୍ଧାର କରିଥିଲେ । ଦୁର୍ଗ ରାକ୍ଷସ ଯେତେବେଳେ ଦୁର୍ଗା ମା’ଙ୍କୁ ଆକ୍ରମଣ କରିଥିଲା ସେହି ସମୟରେ ମା’ ସହସ୍ରଭୂଜା ହୋଇ ଅସୁମାରି ଶସ୍ତ୍ର ଧାରଣ କରି ରାକ୍ଷସକୁ ବଧ କଲେ । ସେହି ଦିନଠାରୁ ସେ ‘ଦୁର୍ଗ ନାଶକାରୀ ଦୁର୍ଗା’ ଭାବେ ମଧ୍ଯ ନାମିତ ହୋଇଥିଲେ ।

ଅସୁର ବା ରାକ୍ଷସ ମାନଙ୍କ ହତ୍ୟା କରିବା ପାଇଁ ଭଗବାନ ଶିବ ତ୍ରିଶୁଳ ଓ ବିଷ୍ଣୁ ଚକ୍ର ପ୍ରଦାନ କରିଥିଲେ । ଅନ୍ୟ ଦେବତା ମଧ୍ୟ ମାଆଙ୍କ ହାତରେ ଅସ୍ତ୍ରଶସ୍ତ୍ର, ଦେବରାଜ ଇନ୍ଦ୍ର ଘଣ୍ଟା ଓ ସୂର୍ଯ୍ୟ ଦେବତା ମାଆଙ୍କ ହାତରେ ଖଣ୍ତା ଓ ଯାତ୍ରା ପାଇଁ ସିଂହକୁ ବାହନ ରୂପେ ପ୍ରଦାନ କରିଥିଲେ । ଦେବୀ ଚନ୍ଦ୍ରଘଣ୍ଟା ନବରାତ୍ରୀର ଶେଷ ଦିନରେ ମହିଷାସୁରକୁ ହତ୍ୟା କରି ଜଗତକୁ ସୁରକ୍ଷା ଦେଇଥିଲେ ।

Also Read-Chandra Grahan 2023: ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ଛତିଶା ନିଯୋଗ ପରେ ସମୟ ଧାର୍ଯ୍ୟ..