Navratri Day 2: ନବରାତ୍ରୀର ଦ୍ୱିତୀୟ ଦିନରେ କାହିଁକି ବ୍ରହ୍ମଚାରିଣୀ ବେଶରେ ପୂଜା ପାଆନ୍ତି ମା’
Advertisement
Article Detail0/zeeodisha/odisha1917197

Navratri Day 2: ନବରାତ୍ରୀର ଦ୍ୱିତୀୟ ଦିନରେ କାହିଁକି ବ୍ରହ୍ମଚାରିଣୀ ବେଶରେ ପୂଜା ପାଆନ୍ତି ମା’

Dussehra Day 2: ସୋମବାର ଦିନ ଆର୍ଥତ୍ ଆଜି ବ୍ରହ୍ମଚାରିଣୀ ବେଶରେ ପୂଜା ପାଇବେ ମାଆ ଜଗତଜନନୀ। ମାଆ ଦୁର୍ଗାଙ୍କୁ ଏହି ବେଶରେ ପୂଜା କରିବା ଦ୍ବାରା ଅସୀମ ଫଳପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ଧାର୍ମିକ ବିଶ୍ୱାସ ଅନୁଯାୟୀ, ମାତା ବ୍ରହ୍ମଚାରିଣୀଙ୍କୁ ଉପାସନା କରିବା ଦ୍ୱାରା ଜୀବନରେ ତ୍ୟାଗ, ନୈତିକତା ଓ ସଂଯମତା ପ୍ରାପ୍ତି ହୋଇଥାଏ ।

ସୌ(ସୋସିଆଲ ମିଡିଆ)

Navratri Day 2: ନବରାତ୍ରୀର ଦ୍ୱିତୀୟ ଦିନରେ ମାତା ବ୍ରହ୍ମଚାରିଣୀଙ୍କୁ ପୂଜା କରିବାର ପରମ୍ପରା ରହିଛି । ସୋମବାର ଦିନ ଆର୍ଥତ୍ ଆଜି ବ୍ରହ୍ମଚାରିଣୀ ବେଶରେ ପୂଜା ପାଇବେ ମାଆ ଜଗତଜନନୀ। ମାଆ ଦୁର୍ଗାଙ୍କୁ ଏହି ବେଶରେ ପୂଜା କରିବା ଦ୍ବାରା ଅସୀମ ଫଳପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ଧାର୍ମିକ ବିଶ୍ୱାସ ଅନୁଯାୟୀ, ମାତା ବ୍ରହ୍ମଚାରିଣୀଙ୍କୁ ଉପାସନା କରିବା ଦ୍ୱାରା ଜୀବନରେ ତ୍ୟାଗ, ନୈତିକତା ଓ ସଂଯମତା ପ୍ରାପ୍ତି ହୋଇଥାଏ ।

ନବରାତ୍ରୀର ଦ୍ବିତୀୟ ଦିନରେ ମାଆ ଦୁର୍ଗାକୁ ବ୍ରହ୍ମଚାରିଣୀ ରୂପରେ ପୂଜା କରାଯାଇଥାଏ । ବ୍ରହ୍ମଚାରିଣୀଙ୍କୁ ଜ୍ଞାନ, ତପସ୍ୟା ଓ ତ୍ୟାଗର ଦେବୀ ବୋଲି କୁହାଯାଇଥାଏ । ମାଆ ଦୁର୍ଗାଙ୍କର ଏହି ସ୍ୱରୂପକୁ ପୂଜା କଲେ ଭକ୍ତଙ୍କୁ ସର୍ବ ସିଦ୍ଧି ମିଳିବା ସହ ବିଜୟ ଲାଭ ହୋଇଥାଏ । ମାଆ ବ୍ରହ୍ମଚାରିଣୀଙ୍କ ଉପାସନା ମନରେ କଲେ ତପସ୍ୟା, ତ୍ୟାଗ, ସଦାଚାର, ଓ ସହନଶୀଳତା ବୃଦ୍ଧି ପାଇଥାଏ ।

କାହିଁକି ପାଇଲେ ବ୍ରହ୍ମଚରିଣୀ ନାମ ?

ମାତା ପାର୍ବତୀ ଶିବଙ୍କୁ ସ୍ବାମୀ ରୂପରେ ପାଇବା ଲାଗି କଠୋର ତପସ୍ୟା କରିଥିଲେ। ଏହି କାରଣରୁ ସେ ‘ବ୍ରହ୍ମଚାରିଣୀ’ ନାମରେ ନାମିତ ହୋଇଥିଲେ। ମହା ନବରାତ୍ରୀର ଦ୍ୱିତୀୟ ଦିନରେ ମା' ଦୁର୍ଗା ବ୍ରହ୍ମଚାରିଣୀଙ୍କ ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଏହି ରୂପରେ ମାଆଙ୍କ ପୂଜା ଓ ଉପାସନା କରିବା ଦ୍ବାରା ଜୀବନର ସମସ୍ତ ଦୁଃଖ, ଦୁର୍ଦ୍ଦଶା ଦୂର ହୋଇଥାଏ । ଛାତ୍ରଛାତ୍ରୀ ବ୍ରହ୍ମଚାରିଣୀଙ୍କ ଉପାସନା କଲେ ବିଦ୍ୟା ଲାଭ ସହ ସଫଳତା ଲାଭ କରିଥାଆନ୍ତି ।

ମାଆ ବ୍ରହ୍ମଚାରିଣୀଙ୍କୁ ନେଇ ପୌରାଣିକ କଥା

ପୂରାଣ ଅନୁଯାୟୀ, ଦେବୀ ପାର୍ବତୀ ଦକ୍ଷ ପ୍ରଜାପତିଙ୍କ ଘରେ ବ୍ରହ୍ମଚାରିଣୀ ରୂପରେ ଜନ୍ମ ନେଇଥିଲେ। ଭଗବାନ ଶିବକୁ ପ୍ରସନ୍ନ କରିବା ପାଇଁ ସେ ତପସ୍ୟା କରିବା ଲାଗି କଠୋର ପ୍ରତିଜ୍ଞା କରିଥିଲେ । ମାଆ ପାର୍ବତୀଙ୍କ ଏହି ତପସ୍ୟା ହଜାର ହଜାର ବର୍ଷ ଧରି ଚାଲିଥିଲା । ଝଡ଼, ତୋଫାନ, ଖରା କି ବର୍ଷା ତାଙ୍କର ଏହି ତପସ୍ୟାକୁ ଭଙ୍ଗ କରିପାରିନଥିଲା । କୁହାଯାଏ, ହଜାର ହଜାର ବର୍ଷ ଧରି ଚାଲିଥିବା ଏହି ତପସ୍ୟା ସମୟରେ ମାତା ବ୍ରହ୍ମଚାରିଣୀ କେବଳ ଫଳ, ଫୁଲ ଓ ବେଲପତ୍ର ଖାଇ ବଞ୍ଚିଥିଲେ। କଠୋର ତପସ୍ୟା ପରେ ମଧ୍ଯ ଯେତେବେଳେ ଭଗବାନ ଶିବ ପ୍ରସନ୍ନ ହୋଇନଥିଲେ ଏହାପରେ ସେ ଏହି ସବୁକୁ ମଧ୍ଯ ତ୍ୟାଗ କରି ବିନା ଜଳ ଓ ଭୋଜନରେ ତପସ୍ୟା ଆରମ୍ଭ କରିଥିଲେ । ପତ୍ର ଖାଇବା ତ୍ୟାଗ କରିଥିବାରୁ ସେ ‘ଅର୍ପଣା’ ନାମରେ ମଧ୍ଯ ନାମିତ । ବ୍ରହ୍ମଚାରିଣୀଙ୍କ ଏହି କଠୋର ତପସ୍ୟା ବଳରେ ପ୍ରସନ୍ନ ହୋଇ ସୃଷ୍ଟିକର୍ତ୍ତା ବ୍ରହ୍ମା ତାଙ୍କୁ ଏକ ବରଦାନ ଦେଇ କହିଥିଲେ, ଏହିପରି କଠୋର ତପସ୍ୟା ଆଗରୁ କେହି ମଧ୍ଯ କରିନାହାନ୍ତି ତୁମର ଏହି ଆଲୌକିକ କାର୍ଯ୍ୟକୁ ସବୁ ଆଡୁ ପ୍ରସଂଶା କରାଯାଉଛି । ତୁମର ମନୋକାମନା ନିଶ୍ଚିତ ପୂର୍ଣ୍ଣ ହେବ। ଭଗବାନ ଶିବ ତମକୁ ସ୍ବାମୀ ରୂପରେ ନିଶ୍ଚିତ ପ୍ରାପ୍ତ ହେବେ ।

ମାଆ ବ୍ରହ୍ମଚାରିଣୀଙ୍କ ପୂଜାବିଧି

ନବରାତ୍ରୀର ଦ୍ବିତୀୟ ଦିନରେ ମାଆ ବ୍ରହ୍ମଚାରିଣୀଙ୍କୁ ହଳଦିଆ ଓ ଧଳା ରଙ୍ଗର ବସ୍ତ୍ର ପ୍ରଦାନ କରି ପୂଜା କରନ୍ତୁ । ଏହି ଦିନରେ ଦେବୀଙ୍କୁ ଧଳା ରଙ୍ଗର ବସ୍ତୁ ସମର୍ପିତ କଲେ ଭାଗ୍ୟଦୋୟ ହେବା ସହ ଶୁଭଫଳ ମିଳିଥାଏ । ବ୍ରହ୍ମଚାରିଣୀଙ୍କୁ ମିଶ୍ରି, ଚିନି ବା ପଞ୍ଚାମୃତର ଭୋଗ ଲଗାଇ ପାରିବେ। ପୂଜା ସମୟରେ ମାଆଙ୍କ ମନ୍ତ୍ର ଜାପ କରନ୍ତୁ ।

ଏହା ବି ପଢନ୍ତୁ-Navratri 2023: ଆଜି ମାଆଙ୍କୁ ଅର୍ପଣ କରନ୍ତୁ ଏହି ମିଠା ଭୋଗ ! ମିଳିବ ଆଶୀର୍ବାଦ