Dussehra 2023: ପବିତ୍ର ବିଜୟା ଦଶମୀ ଅବସରରେ ମାଆଙ୍କ ସ୍ବତନ୍ତ୍ର ନୀତିକାନ୍ତି
Advertisement
Article Detail0/zeeodisha/odisha1927639

Dussehra 2023: ପବିତ୍ର ବିଜୟା ଦଶମୀ ଅବସରରେ ମାଆଙ୍କ ସ୍ବତନ୍ତ୍ର ନୀତିକାନ୍ତି

Vijaya Dashami 2023: ଶାରଦୀୟ ଦୁର୍ଗା ପୂଜାର ଶେଷ ଦିନ ଅର୍ଥାତ୍ ଆଜି ପବିତ୍ର ବିଜୟା ଦଶମୀ (Vijaya Dashami 2023) । ଅଶ୍ୱିନୀ ମାସ ଶୁକ୍ଲ ପକ୍ଷର ଦଶମୀ ତିଥିରେ ଦଶହରା (Dussehra 2023) ପର୍ବ ପାଳନ କରାଯାଏ । ପୂଜା ମଣ୍ଡପରେ ବିଜୟା ଦଶମୀ ପାଳିତ ହେବ । ସାରା ରାଜ୍ୟରେ ମହିଷାମର୍ଦ୍ଦିନୀଙ୍କ ପୂଜା ବେଶ ଆଡମ୍ବରରେ ପାଳନ କରାଯାଉଥିବା ବେଳେ ସ୍ୱତନ୍ତ୍ର ମନ୍ତ୍ର, ତନ୍ତ୍ର, ପୂଜା ପାଠରେ ଫାଟି ପଡୁଛି ପରିବେଶ ।

ସୌ(ସୋସିଆଲ ମିଡିଆ)

ବିଜୟା ଦଶମୀ ଅବସରରେ ପୂଜା ମଣ୍ତପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମାଆ ଜଗତଜନନୀଙ୍କ ପୂଜା । ବିଶ୍ବାସ ରହିଛି ଯେ, ଆଜିର ଏହି ପବିତ୍ର ଦିନରେ ମାଆ ଦୁର୍ଗାଙ୍କୁ (Maa Durga) ପୂଜା କଲେ ଦଶ ଜନ୍ମର ପାପରୁ ମୁକ୍ତି ମିଳିଥାଏ । ସେହିପରି ପୁରାଣ ଅନୁଯାୟୀ, ମହିଷାସୁରର ଅତ୍ୟାଚାରରେ ଦେବତାମାନେ ତ୍ରାହି ତ୍ରାହି ଡାକୁଥିବା ବେଳେ ସାରା ପୃଥିବୀ ଭୟରେ ଥରହର ହେଉଥିଲା । ସେହି ସମୟରେ ମହାଦେବ ଓ ଦେବଗଣଙ୍କ ତେଜ ରଶ୍ମିରୁ ଆର୍ବିଭାବ ହୋଇଥିଲେ ମାଆ ଦୁର୍ଗତନାଶିନୀ । ଦେବତା ଗଣ ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କରିଥିଲେ । ଶେଷରେ ମାଆ ଦୁର୍ଗା ଶକ୍ତିଶାଳୀ ମହିଷାସୁରକୁ ବଦ୍ଧ କରି ବ୍ରାହ୍ମଣ୍ତରେ ଶାନ୍ତି ପ୍ରତିଷ୍ଠା କରିଥିଲେ ।  

Also Read-Rahu Ketu 2023: ରାଶି ବଦଳାଇବେ ରାହୁ ଓ କେତୁ, ଶୁଭଫଳ ପାଇବେ ଏହିସବୁ ରାଶି

ଦଶମୀ ପୂଜାକୁ ଅପରାଜିତା ପୂଜା ବୋଲି ମଧ୍ଯ କୁହାଯାଏ । ଏହିଦିନ ମାଆଙ୍କୁ ଅପରାଜିତା ଫୁଲରେ ପୂଜାର୍ଚ୍ଚନା କରାଯାଇଥାଏ । ସେହିପରି ରାଜ୍ୟର କେତେକ ସ୍ଥାନରେ ଅପରାଜିତା ଫୁଲରେ ମା’ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳାମାନେ ଝିଅ ବିଦାକଲା ଭଳି କାନ୍ଦବୋବାଳି କରିଥାନ୍ତି । ଏଥି ସହ ମହିଳାମାନେ ସିନ୍ଦୂର ଖେଳିଥାନ୍ତି । ଏହି ଦିବସର ପ୍ରମୁଖ ଭୋଗ ଦହି ପଖାଳ ଅଟେ।

Also Read-Dussehra: ରାଶି ଅନୁସାରେ ଦଶହରା ଦିନ କରନ୍ତୁ ଏହି ସବୁ ଉପାୟ, ବର୍ଷ ସାରା ହେବନି ଧନର ଅଭାବ