କ'ଣ ଆପଣ ପିଉଛନ୍ତି କି କଞ୍ଚା କ୍ଷୀର? ଜାଣନ୍ତୁ ଏହା ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନା କ୍ଷତିକାରକ
Advertisement
Article Detail0/zeeodisha/odisha1190596

କ'ଣ ଆପଣ ପିଉଛନ୍ତି କି କଞ୍ଚା କ୍ଷୀର? ଜାଣନ୍ତୁ ଏହା ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନା କ୍ଷତିକାରକ

କ୍ଷୀର (Milk) କୁ ଏକ ସମ୍ପୂର୍ଣ୍ଣ ଖାଦ୍ୟ ଭାବରେ ବିବେଚନା କରାଯାଏ କାରଣ ଏଥିରେ ପ୍ରାୟ ସମସ୍ତ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ । ଯେଉଁଥିପାଇଁ ଅଧିକାଂଶ ସ୍ୱାସ୍ଥ୍ୟ ବିଶେଷଜ୍ଞ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହାକୁ ପିଇବା ପାଇଁ ପରାମର୍ଶ ଦିଅନ୍ତି । ଦୁଗ୍ଧ ଅନେକ ଉପାୟରେ ବ୍ୟବହୃତ ହୋଇଥାଏ କିଛି ଲୋକେ ଏହାକୁ ସିଧାସଳଖ ପିଇଥାଆନ୍ତି ତ କିଏ ଦୁଗ୍ଧଜାତ ଦ୍

କ'ଣ ଆପଣ ପିଉଛନ୍ତି କି କଞ୍ଚା କ୍ଷୀର? ଜାଣନ୍ତୁ ଏହା ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନା କ୍ଷତିକାରକ

ନୂଆଦିଲ୍ଲୀ: କ୍ଷୀର (Milk) କୁ ଏକ ସମ୍ପୂର୍ଣ୍ଣ ଖାଦ୍ୟ ଭାବରେ ବିବେଚନା କରାଯାଏ କାରଣ ଏଥିରେ ପ୍ରାୟ ସମସ୍ତ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ । ଯେଉଁଥିପାଇଁ ଅଧିକାଂଶ ସ୍ୱାସ୍ଥ୍ୟ ବିଶେଷଜ୍ଞ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହାକୁ ପିଇବା ପାଇଁ ପରାମର୍ଶ ଦିଅନ୍ତି । ଦୁଗ୍ଧ ଅନେକ ଉପାୟରେ ବ୍ୟବହୃତ ହୋଇଥାଏ କିଛି ଲୋକେ ଏହାକୁ ସିଧାସଳଖ ପିଇଥାଆନ୍ତି ତ କିଏ ଦୁଗ୍ଧଜାତ ଦ୍ରବ୍ୟ ଖାଇ ଏହି ସୁପରଫୁଡର ଲାଭ ଉଠାଇ ଥାଆନ୍ତି । ତେବେ ଏହି ସୁପର ଡ୍ରିଙ୍କକୁ କିପରି ପିଇବେ ଆପଣ । ଆସନ୍ତୁ ଜାଣିବା କ୍ଷୀର କଞ୍ଚା କିମ୍ବା ସିଝା ପିଇବା କେତେ ଉପକାରିତା ।

କଞ୍ଚା କ୍ଷୀର ପିଇଲେ କ'ଣ ହୁଏ ?  ପ୍ରକୃତ କଥା କି କଞ୍ଚା କ୍ଷୀର (Raw Milk) ପିଇବା ଦ୍ୱାରା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ । ଆମେରିକାର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସିର ଫୁଡ୍ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ୍ ଅନୁଯାୟୀ କଞ୍ଚା କ୍ଷୀରରେ ଅନେକ କ୍ଷତିକାରକ ଜୀବାଣୁ ରହିଥାଏ ଯେପରି କି ଇସୋରିକିଆ କୋଲାଏ ଓ ଲିଷ୍ଟେରିଆ, ସାଲମୋନେଲ ଇତ୍ୟାଦି । ତେଣୁ ଯେକୌଣସି ବ୍ୟକ୍ତି କଞ୍ଚା କ୍ଷୀର ପିଇଲେ ଖାଦ୍ୟ ବିଷାକ୍ତ ବା (ଫୁଡ ପଏଜନିଙ୍ଗ) ହେବାର ଆଶଙ୍କା ରହିଥାଏ । କାରଣ କଞ୍ଚା କ୍ଷୀରରେ ଥିବା ବ୍ୟାକ୍ଟେରିଆ ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଏହା ସହ ଡାଇରିଆ, ଆର୍ଥ୍ରାଇଟିସ୍ ଏବଂ ଡିହାଇଡ୍ରେସନ ଭଳି ସମସ୍ୟା ହୋଇପାରେ ।

ଏହା ବି ପଢ଼ନ୍ତୁ:-ଚିନ୍ତନ ଶିବିର ପରେ କଂଗ୍ରେସର ବଢ଼ିଲା ଚିନ୍ତା, ଏବେ ଦଳ 'ମିନି ଶିବିର' ପାଇଁ ହେଉଛି ପ୍ରସ୍ତୁତ

ଏହା ବି ପଢ଼ନ୍ତୁ:-ପୁଟିନଙ୍କ ଟେନସନ୍ ବଢ଼ାଇଲା ନାଟୋ, ଋଷ ସୀମାରେ ମୁତୟନ କଲା ୪୦ ହଜାର ସୈନ୍ୟ

 

କଞ୍ଚା କ୍ଷୀରରେ ଥାଏ ଜୀବାଣୁ କାରଣ ଗାଈଙ୍କ କ୍ଷୀର ବାହାର କରିବା ସମୟରେ ତାଙ୍କ ଥନ ପରିସ୍କାର ନ ଥାଏ ଏହା ବ୍ୟତୀତ ସଫା ହାତ, ପରିସ୍କାର ବାସନର ବ୍ୟବହାର ହୋଇ ନଥାଏ ଯାହା ଦ୍ୱାରା କ୍ଷୀରରେ ମଇଳା ଯାଇଥାଏ ସେଥିପାଇଁ ଆମେ କ୍ଷୀରକୁ ଫୁଟାଇବା ଦ୍ୱାରା କ୍ଷୀରରେ ଥିବା ବ୍ୟାକ୍ଟେରିଆ ଗୁଡିକ ମରି ଯାଇଥାଏ ।