ଯୋଗ କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ: ହୋଇପାରେ ସାଙ୍ଘାତିକ କ୍ଷତି
Advertisement
Article Detail0/zeeodisha/odisha2284571

ଯୋଗ କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ: ହୋଇପାରେ ସାଙ୍ଘାତିକ କ୍ଷତି

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଯୋଗାସନ ଉଭୟ ଶରୀର ଓ ମନ ପାଇଁ ଲାଭକାରୀ ଅଟେ ।ଯୋଗାସନ ସମୟରେ ଭୁଲ୍ କରିବା ଉଚିତ୍ ନୁହେଁ।ଅଧିକ ପଢନ୍ତୁ...

yogaasan

Yoga:ସୁସ୍ଥ ଜୀବନଶୈଳୀ ପାଇଁ ସନ୍ତୁଳିତ ଆହାର ସହ ବ୍ୟାୟାମ ଏବଂ ସୁନିଦ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଯୋଗାସନ ଉଭୟ ଶରୀର ଓ ମନ ପାଇଁ ଲାଭଦାୟକ ଅଟେ । ନିୟମିତ ଯୋଗାସନ ଦ୍ୱାରା ଶରୀରକୁ ନମନୀୟ କରିବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । କିନ୍ତୁ କେବଳ ଯୋଗାସନ କରିବା ଯଥେଷ୍ଟ ନଥାଏ । ଅଧିକାଂଶ ବ୍ୟକ୍ତି ଯୋଗାସନ କରିବା ସମୟରେ କିଛି ଭୁଲ କରିଥାନ୍ତି । ଫଳରେ ଯୋଗାସନର ପୂର୍ଣ୍ଣ ଫାଇଦା ମିଳିନଥାଏ ।

. କୌଣସି ଆସନ କରିବା ସମୟରେ ଜବରଦସ୍ତି କରନ୍ତୁ ନାହିଁ । ଏହା ଦ୍ୱାରା ଶରୀରରେ ଯନ୍ତ୍ରଣା ଅନୁଭବ ହୋଇଥାଏ । କୌଣସି ମୁଦ୍ରା ପରଫେକ୍ଟ ହେବା ପାଇଁ ସମୟ ଲାଗିଥାଏ ।

୨. ଟାଇଟ୍ ପୋଷାକ ପିନ୍ଧି କେବେ ବି ଯୋଗାସନ କରନ୍ତୁ ନାହିଁ । ସବୁବେଳେ ଢ଼ିଲା ଏବଂ ଆରାମଦାୟକ ପୋଷାକ ପରିଧାନ କରନ୍ତୁ ।
.ଯୋଗାସନ କରିବା ସମୟରେ କୌଣସି ଚିନ୍ତାଧାରା ମନରେ ଆଣନ୍ତୁ ନାହିଁ । ଏହା ଦ୍ୱାରା ମନ ଭ୍ରମିତ ହୋଇଥାଏ ଏବଂ ଯୋଗାସନର ପୂର୍ଣ୍ଣ ଫାଇଦା ମିଳିନଥାଏ । ଏହା ବାଦ୍ ଯୋଗାସନ କରିବା ସମୟରେ ଅଧିକ କଥାବାର୍ତ୍ତା କରନ୍ତୁ ନାହିଁ ।

. ଭୋଜନ କରିବା ପରେ ଯୋଗାସନ କରିବା ବର୍ଜିତ ଅଟେ । ଭୋଜନ ପରେ କେବଳ ‘ବଜ୍ରାସନ’ କରିପାରିବେ । ଏହା ହଜମ ପ୍ରକ୍ରିୟାରେ ସହାୟକ ହୋଇଥାଏ । ଅପରପକ୍ଷରେ ଯୋଗାସନର ୨-୩ ଘଣ୍ଟା ପୂର୍ବରୁ ଭୋଜନ କରିପାରିବେ । ଯେତେଦୂର ସମ୍ଭବ ପ୍ରାତଃକାଳରେ ଖୋଲା ବାତାବରଣରେ ଖାଲି ପେଟରେ ଯୋଗାସନ କରିବା ଉତ୍ତମ ଅଟେ ।

୫. ଯୋଗ ପ୍ରଶୀକ୍ଷକଙ୍କ ବିନା ପରାମର୍ଶରେ କୌଣସି ଯୋଗାସନ କରନ୍ତୁ ନାହିଁ । ଏହା ଶରୀର ଉପରେ ବିପରିତ ପ୍ରଭାବ ପକାଇପାରେ ।

. ଯୋଗାସନ ସମୟରେ ଡିଜିଟାଲ ଉପକରଣ ଯେପରି ମୋବାଇଲ, ଟିଭି ଇତ୍ୟାଦିରୁ ଦୂରେଇ ରୁହନ୍ତୁ ।

. ଆପଣଙ୍କୁ ଆଘାତ ଲାଗିଥିଲେ ଯୋଗାସନ କରିବା ଠାରୁ ଦୂରେଇ ରୁହନ୍ତୁ । ଏହି ସମୟରେ କୌଣସି ମୁଦ୍ରା କରିବା ସମୟରେ ଅସୁବିଧା ହୋଇଥାଏ ।