Dussehra: ରାଶି ଅନୁସାରେ ଦଶହରା ଦିନ କରନ୍ତୁ ଏହି ସବୁ ଉପାୟ, ବର୍ଷ ସାରା ହେବନି ଧନର ଅଭାବ
Advertisement
Article Detail0/zeeodisha/odisha1927357

Dussehra: ରାଶି ଅନୁସାରେ ଦଶହରା ଦିନ କରନ୍ତୁ ଏହି ସବୁ ଉପାୟ, ବର୍ଷ ସାରା ହେବନି ଧନର ଅଭାବ

Dussehra And Zodiac Signs: ଆସନ୍ତାକାଲି ଦଶହରା (Dussehra)।  ତେବେ, ଦଶହରା ଦିନ ଏପରି କିଛି ଉପାୟ ଆପଣାନ୍ତୁ । ଯାହା ଆପଣଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ପ୍ରଦାନ କରିବ। ଏଥର ଦଶହରା ମଙ୍ଗଳବାର ଦିନ ପଡୁଛି। ରାଶି ଅନୁସାରେ, ଉପାୟ କଲେ ବର୍ଷାସାରା ଆପଣଙ୍କୁ ଧନର ଅଭାବ ରହିବନି । ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। 

Dussehra: ରାଶି ଅନୁସାରେ ଦଶହରା ଦିନ କରନ୍ତୁ ଏହି ସବୁ ଉପାୟ, ବର୍ଷ ସାରା ହେବନି ଧନର ଅଭାବ

Dussehra And Zodiac Signs: ଆସନ୍ତାକାଲି ଦଶହରା (Dussehra)। ଏହି ଦିନ ଭଗବାନ ରାମ ରାବଣକୁ ବଧ କରି ଲଙ୍କା ଜୟ କରିଥିଲେ। ଏହାକୁ ବିଜୟା ଦଶମୀ (bijaya dasami) ମଧ୍ୟ କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଯଦି ଆପଣ  ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଚାହୁଁଛନ୍ତି । ତେବେ, ଦଶହରା ଦିନ ଏପରି କିଛି ଉପାୟ ଆପଣାନ୍ତୁ । ଯାହା ଆପଣଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ପ୍ରଦାନ କରିବ। ଏଥର ଦଶହରା ମଙ୍ଗଳବାର ଦିନ ପଡୁଛି। ରାଶି ଅନୁସାରେ, ଉପାୟ କଲେ ବର୍ଷାସାରା ଆପଣଙ୍କୁ ଧନର ଅଭାବ ରହିବନି । ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। 

ରାଶି ଅନୁସାରେ ଦଶହରାରେ କରନ୍ତୁ ଏହି ସବୁ ଉପାୟ :

ମେଷ: ଦଶହରା ଦିନ ମାଆ ଦୁର୍ଗା ଓ ଭଗବାନ୍ ହନୁମାନଙ୍କ ପାଖରେ ସକାଳେ ସ୍ନାନ ପରେ ଦୀପ ଜାଳନ୍ତୁ। ଏହା କରିବା ଦ୍ବାରା ଆପଣଙ୍କ ଆତ୍ମ ବିଶ୍ବାସ ବଢିବ। ଏବଂ କ୍ୟାରିୟରରେ ସଫଳତା ଫାଇବେ। 

ବୃଷ: ଏହି ରାଶିର ଲୋକମାନେ ଦଶହରା ଦିନ ରାମଚରିତ ମାନସ ପାଠ କରିବା ଦ୍ବାରା ସେମାନଙ୍କ ଜୀବନରୁ ସମସ୍ତ ଦୁଃଖକଷ୍ଟ ଦୂର ହେବା। ଏବଂ ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ବ୍ୟବସାୟ ବଢିବ। 

ମିଥୁନ: ଯଦି ଆପଣ କ୍ୟାରିୟରରେ ସଫଳତା ପାଇବାକୁ ଚାହୁଁଛନ୍ତି । ତେବେ, ଆପଣ ଦୁର୍ଗାମାଆଙ୍କୁ ପଦ୍ମଫୁଲ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କ କ୍ୟାରିୟରରେ କିଭଳି ପରିବର୍ତ୍ତନ ହେବ। 

କର୍କଟ: ଦଶହରା ଦିନ ପଞ୍ଚମୁଖି ହନୁମାନଙ୍କ ପାଖରେ କଦଳୀ ଭୋଗ ଲଗାନ୍ତୁ । ଏବଂ ହଳଦିଆ ରଙ୍ଗର ଫୁଲ ଚଢାନ୍ତୁ ଦେଖିବେ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଧିରେ ଧିରେ ଉଭେଇ ଯିବ। ଏବଂ ଘରେ ଧନ ସମ୍ପତ୍ତି ମାଡି଼ଯିବ। 

ସିଂହ : ଏହି ଲୋକମାନେ ଦଶହରା ଦିନ ହନୁମାନ ଚାଳିସା ପାଠ କରନ୍ତୁ। କାହିଁକିନା ପ୍ରଭୁ ରାମଙ୍କ ପରମ ଭକ୍ତ ହେଉଛନ୍ତି ହନୁମାନ। ତେଣୁ ହନୁମାନଙ୍କୁ ପୂଜା କଲେ ପ୍ରଭୁ ରାମ ପ୍ରସନ୍ନ ହୋଇ ଥାଆନ୍ତି । ଏବଂ ଧନ ସମ୍ପତ୍ତି ଉଜାଡି଼ ଦେଇଥାଆନ୍ତି। 

କନ୍ୟା : ଏହି ରାଶିର ଲୋକମାନେ ଦଶହରା ଦିନ ହନୁମାନଙ୍କୁ ପୂଜା କରନ୍ତୁ। ଏବଂ ତାଙ୍କ ନିକଟରେ ଏକ ଘିଅ ଦୀପ ଜାଳନ୍ତୁ । ଏହାସହ ସୁନ୍ଦରକନ୍ଦ ପାଠ କରନ୍ତୁ । ଏହା କରିବା ଦ୍ବାରା ହନୁମାନ ଆପଣଙ୍କ ଉପରେ ହନୁମାନଙ୍କ ଆର୍ଶିବାଦ ରହିବ।

ତୁଳା : ଏହି ରାଶିର ଲୋକମାନେ ହନୁମାନଙ୍କୁ ଚାଉଳ ଖିରି ଭୋଗ ଲଗାଇବା ଉଚିତ୍। ଫଳରେ ପ୍ରଭୁଙ୍କ ଆର୍ଶିବାଦ କାରଣଙ୍କୁ ଆପଣଙ୍କ ଜୀବନରେ ସମସ୍ତ ସମସ୍ୟାର ଅନ୍ତ ଘଟିବ। 

ବିଛା: ସେହିପରି ଏହି ରାଶିର ଲୋକେମାନେ ହନୁମାନଙ୍କୁ ବିଭିନ୍ନ ଫଳ ଭୋଗ ଲଗାନ୍ତୁ । ଶୁଭଫଳ ପାଇବେ। 

ଧନୁ : ଏହି ରାଶିର ଲୋକମାନେ ଦଶହରା ଦିନ ଭଗବାନ୍ ହନୁମାନ ଓ ଦୁର୍ଗାଙ୍କ ପାଖରେ ମହୁ ଭୋଗ ଚଢାନ୍ତୁ । ଆର୍ଥିକ ସମସ୍ୟାରେ ସୁଧାର ଆସିବ। 

ମକର : ଦଶହରା ଦିନ, ଏହି ରାଶିର ଲୋକ  ମାଆ ଦୁର୍ଗା ଓ ହନୁମାନଙ୍କୁ ମସୁର ଡାଲିରେ ପ୍ରସ୍ତୁତ ଭୋଗ ଚଢାନ୍ତୁ। ଆଉ ସେହି ଭୋଗକୁ ଅସହାୟ ଲୋକଙ୍କୁ ଦାନ କରନ୍ତୁ । କ୍ୟାରିୟରରେ ସଫଳତା ପାଇବେ। 

କୁମ୍ବ: ଦଶହରା ଦିନ, ମାଆଙ୍କ ନିକଟରେ ମିଠା ଭୋଗ କରନ୍ତୁ । ବୈବାହିକ ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। 

ମୀନ: ଦଶହରା ଦିନ ଏହି ରାଶିର ଲୋକ ମାଆ ଦୁର୍ଗାଙ୍କୁ ନାଲି ରଙ୍ଗର ଫୁଲ ଚଢାନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ସମସ୍ତ ମନୋସ୍କାମନା ପୂରଣ ହେବ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)