Corona Symptoms VS Cold: ଆପଣଙ୍କୁ ଥଣ୍ଡା ନା କୋରୋନା, ଜାଣନ୍ତୁ ଏହି ସବୁ ଲକ୍ଷଣରୁ...
Advertisement
Article Detail0/zeeodisha/odisha1511321

Corona Symptoms VS Cold: ଆପଣଙ୍କୁ ଥଣ୍ଡା ନା କୋରୋନା, ଜାଣନ୍ତୁ ଏହି ସବୁ ଲକ୍ଷଣରୁ...

Corona Vs Cold Symptoms: ପ୍ରଥମ କୋରୋନା ଶରୀରକୁ କ୍ଷତି ପହଞ୍ଚାଇବା ଆରମ୍ଭ କରି ଅନେକ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ। ଅନ୍ୟପଟେ ଦ୍ୱିତୀୟ ଅସୁବିଧା ହେଉଛି ଅଜାଣତରେ ଆପଣ ଆହୁରି ଅନେକ ଲୋକଙ୍କୁ ସଂକ୍ରମିତ କରିଥାନ୍ତି । ଯଦି ଆପଣଙ୍କୁ ମଧ୍ୟ ଥଣ୍ଡା ବା ସେମିତି କୌଣସି ଲକ୍ଷଣ ଦିଶୁଛି ତେବେ ଆପଣ ଏହି ସବୁ ଲକ୍ଷଣରୁ ଦୂରେଇ ରୁହନ୍ତୁ। 

Corona Symptoms VS Cold: ଆପଣଙ୍କୁ ଥଣ୍ଡା ନା କୋରୋନା, ଜାଣନ୍ତୁ ଏହି ସବୁ ଲକ୍ଷଣରୁ...

Corona Symptoms VS Cold: ଓମିକ୍ରନ ଭାରିଏଣ୍ଟ BF.7 ର ଲକ୍ଷଣ କୁ ଥଣ୍ଡା ସର୍ଦ୍ଦି ସହିତ ବିବେଚନା କରିବା ଏବେ କଷ୍ଟକର କାରଣ ସମସ୍ତ ରୋଗର ଲକ୍ଷଣ ଗୋଟିଏ ପ୍ରକାରର ।  କୋରୋନା ର ବିଏଫ ୭ ଭାରିଏଣ୍ଟ ଲକ୍ଷଣ ପ୍ରାୟତଃ ଥଣ୍ଡା ସର୍ଦ୍ଦି ସହିତ ସମାନ । ହେଲେ ଏଥିରେ ଡ଼ରିବାର କିଛି ନାହିଁ। ତେବେ ଚାଲନ୍ତୁ ଜାଣିବା ଭାରିଏଣ୍ଟକୁ ଓ ସାଧାରଣ ଥଣ୍ଡା କାଶକୁ କେଉଁ ଲକ୍ଷଣ ଦ୍ୱାରା ଚିହ୍ନଟ କରିପାରିବେ । କିଛି କଥା ଉପରେ ଧ୍ୟାନ ରଖିଲେ ଆପଣ ତିନୋଟି ରୋଗର ଲକ୍ଷଣ ବିଷୟରେ ଅତି ସହଜ ଭାବରେ ଜାଣିପାରିବେ।  ଶୀତଦିନେ ଥଣ୍ଡା ହୋଇଥାଏ ଆଉ ଏହି ସମୟରେ ବର୍ତ୍ତମାନ କୋରୋନା ମଧ୍ୟ ବଢିବାରେ ଲାଗିଛି। ଯାହାଫଳରେ ଗଲା ଓ ସର୍ଦ୍ଦି ଯୋଗୁଁ ସଂକ୍ରମଣ ମଧ୍ୟ ବଢିଥାଏ। ତେବେ ଏମିତି ସମୟରେ କେମିତି ଚିହ୍ନିବେ ରୋଗକୁ...

କୋରୋନା ଭାରିଏଣ୍ଟ ଓମିକ୍ରନ୍ (Omicron Variant) ଏବଂ ସାମାନ୍ୟ ଥଣ୍ଡାର ଲକ୍ଷଣ ସମାନ । ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ ଅନେକ ଥର ଲୋକମାନେ କୋରୋନାର ଲକ୍ଷଣକୁ ଚିହ୍ନି ପାରନ୍ତି ନାହିଁ ଏବଂ ଏହାକୁ ସାଧାରଣ ଥଣ୍ଡା ବୋଲି ବିଚାର କରି ଏହାକୁ ଅଣଦେଖା କରିଦିଅନ୍ତି । ଏହି କାରଣରୁ ଦୁଇଟି ଅସୁବିଧା ଉପୁଜିଥାଏ। ପ୍ରଥମ କୋରୋନା ଶରୀରକୁ କ୍ଷତି ପହଞ୍ଚାଇବା ଆରମ୍ଭ କରି ଅନେକ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ। ଅନ୍ୟପଟେ ଦ୍ୱିତୀୟ ଅସୁବିଧା ହେଉଛି ଅଜାଣତରେ ଆପଣ ଆହୁରି ଅନେକ ଲୋକଙ୍କୁ ସଂକ୍ରମିତ କରିଥାନ୍ତି । ତେବେ ଆସନ୍ତୁ ଜାଣିବା କୋରୋନା ଏବଂ ସାମାନ୍ୟ ହେଉଥିବା ଥଣ୍ଡା ମଧ୍ୟରେ ସାଧାରଣ ପାର୍ଥକ୍ୟ କ’ଣ।

ଦେଶରେ  Omicron BF.7 ସଂକ୍ରମଣର କ୍ଷମତା ଏତେ ନଥିଲେ ବି ଏହି ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାସହ ଏବେ ଶୀତ ଦିନ । ପ୍ରବଳ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠୁଛି। ତେବେ ଲୋକଙ୍କ ମଧ୍ୟରେ ସବୁଠାରୁ ବଡ଼ କନଫ୍ୟୁଜନ ହେଉଛି ଥଣ୍ଡା ଓ କୋରୋନାର ଲକ୍ଷଣ କେଉଁ ପ୍ରକାରର। ଆମ ମାନଙ୍କୁ ଥଣ୍ଡା ହେଲେ ଆମେ ଦୁଇଟି କ୍ଷେତ୍ରରେ ସନ୍ଦେହରେ ଥାଉ ଗୋଟିଏ ହେଉଛି ସାମାନ୍ୟ ଫ୍ଲୁ ବା ସାମାନ୍ୟ ଥଣ୍ଡା । ଅନ୍ୟଟି ହେଉଛି କୋରୋନା ମହାମାରୀ (Corona Pandemic) । ସବୁ ସନ୍ଦେହ ରୋଗର ଲକ୍ଷଣକୁ ନେଇ। BF.7 ଓମିକ୍ରନ ର ସବ ଭାରିଏଣ୍ଟ(Omicron Sub Variant) ଅଟେ। ଏହି ଭାରିଏଣ୍ଟର ଲକ୍ଷଣ ହେଉଛି ସର୍ଦ୍ଦି, କାଶ,ନାକରୁ ପାଣି ବାହାରିବା, ଜ୍ୱର, ଗଳ ଯନ୍ତ୍ରଣା ଇତ୍ୟାଦି। ସେମିତିରେ ଜାଣିବା କଷ୍ଟକର ଯେ, ଏହା ସାଧାରଣ ଥଣ୍ଡା ନା ଓମିକ୍ରନର ସବ୍ ଭାରିଏଣ୍ଟ। 

ଏକ ଖବର ସରବରାହ ସଂସ୍ଥାର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏକ ବିଶେଷଜ୍ଞଙ୍କ କହିବା କଥା, ଭାରତରେ ଏହି ଭାରିଏଣ୍ଟ ଅଗଷ୍ଟ ୨୦୨୨ରୁ ରହିଛି। ଏହି କାରଣରୁ ଦେଶରେ କୋରୋନା ମାମଲା (Corona Case) ବଢିପାରେ। ବିଶେଷଜ୍ଞ କହିଛନ୍ତି ଯେ, ଏଥିରେ ସଂକ୍ରମଣ ବଢିବାର ବହୁତ କ୍ଷମତା ରହିଛି ସତ ମାତ୍ର ଭାରତରେ ହେଲଥ୍ ସିଷ୍ଟମ ଉପରେ ଏହାର କିଛି ଖାସ୍ ପ୍ରଭାବ ପଡ଼ୁନାହିଁ। ଯାହା ଫଳରେ ଭାରତରେ ଏହି ସଂକ୍ରମଣ ଗମ୍ଭୀର ସ୍ଥିତିରେ ପହଞ୍ଚିପାରିବ ନାହିଁ। 

ଯଦି ଗଳା ଯନ୍ତ୍ରଣା, ଜ୍ୱର, ନାକରୁ ପାଣି , କାଶ, ଥକ୍କାପଣ, ଶରୀର ଯନ୍ତ୍ରଣା, ମୁଣ୍ଡବିନ୍ଧା, ନିଶ୍ୱାସ ପ୍ରଶ୍ୱାସରେ କଷ୍ଚ ଅନୁଭବ କରିବା, ଜ୍ୱର, ପ୍ରବଳ ମୁଣ୍ଡବିନ୍ଧା, ଗଳା ସଂକ୍ରମଣ ଏବଂ କାଶ ଭଳି ଲକ୍ଷଣ ରହିଥାଏ ତେବେ ଏହି ଅବସ୍ଥାରେ ଆପଣ କୋଭିଡ ପରୀକ୍ଷା କରିବା ଜରୁରୀ। କାରଣ ଏହା କୋରୋନାର ଏକ ସଙ୍କେତ(Corona Symptoms) ହୋଇପାରେ । ଗନ୍ଧ କିମ୍ବା ସ୍ୱାଦ ନପାଇବା ଦ୍ୱାରା ମଧ୍ୟ କୋରୋନାର ଲକ୍ଷଣ ବୋଲି ବିବେଚନା କରାଯାଏ। ତେବେ ଅନେକ କ୍ଷେତ୍ରରେ ଏହି ଦୁଇଟି ଲକ୍ଷଣ ବିନା ମଧ୍ୟ କୋରୋନା ହୋଇପାରେ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜୀ ଓଡି଼ଶା ନ୍ୟୁଜ୍ ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)

Also Read: Corona Infection: କୋରୋନା ସଂକ୍ରମଣ ବଢାଉଛି ଏହି ଖାଦ୍ୟ, ସପ୍ତାହେ ପର୍ଯ୍ୟନ୍ତ ରହିଥାଏ ଏହାର ପ୍ରଭାବ

Also Read: Green Peas: ମାତ୍ର କିଛି ମିନିଟରେ ଜାଣନ୍ତୁ ଗ୍ରୀନ୍ ମଟର ଅସଲି ନା ନକଲି, FSSAI କହିଲା ଏହି ସହଜ ଟ୍ରିକ୍