Health Tips : ଡାଏବେଟିସ ରୋଗୀଙ୍କ ପାଇଁ ରାମବାଣ ଅଣ୍ତା, ହେଲେ ବ୍ୟବହାର ପୂର୍ବରୁ ଜାଣିରଖନ୍ତୁ ଏହି ଜରୁରୀ କଥା
Advertisement
Article Detail0/zeeodisha/odisha1394741

Health Tips : ଡାଏବେଟିସ ରୋଗୀଙ୍କ ପାଇଁ ରାମବାଣ ଅଣ୍ତା, ହେଲେ ବ୍ୟବହାର ପୂର୍ବରୁ ଜାଣିରଖନ୍ତୁ ଏହି ଜରୁରୀ କଥା

Health Tips : ଡାଏବେଟିସ (Diabetes) ବା ମଧୁମେହ ରୋଗ। ଅଣ୍ତା ମଧୁମେହ ରୋଗୀଙ୍କ ପାଇଁ ରାମବାଣ ପରି କାର୍ଯ୍ୟ କରିଥାଏ । ତେବେ କେମିତି ଅଣ୍ତାକୁ ମଧୁମେହ ରୋଗୀମାନେ ବ୍ୟବହାର କରିବେ ?

ସୌଜନ୍ୟ : ସୋସିଆଲ ମିଡିଆ

Health Tips : ଡାଏବେଟିସ (Diabetes) ବା ମଧୁମେହ ରୋଗ। ବର୍ତ୍ତମାନ ଏହା ଏକ ମାରାତ୍ମକ ରୋଗ ହେଇଗଲାଣି। ପିଲାଠୁ ବୟସ୍କ ସମସ୍ତ ଏ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହାର ଉପଚାର ଏକ ଚିନ୍ତାର ବିଷୟ ଅଟେ। ଏଥିପାଇଁ ବିଭିନ୍ନ ଆଧୁନିକ ଔଷଧ ବାହାରିଥିଲେ ମଧ୍ୟ ଏହା ସଠିକ କାମ କରୁନାହିଁ । ଏଥିପାଇଁ ବ୍ୟବହୃତ ଆଧୁନିକ ଔଷଧ ମଧ୍ୟ ଶରୀର ଉପରେ କୁପ୍ରଭାଵ ପକାଉଛି ଏବଂ ଅନ୍ୟ ଏକ ରୋଗ ସୃଷ୍ଟିର କାରଣ ହେଉଛି। ତେବେ,ଆସନ୍ତୁ ଜାଣିବା ଘରୋଇ ଉପଚାର ବିଷୟରେ ।  ଅଣ୍ତା ମଧୁମେହ ରୋଗୀଙ୍କ ପାଇଁ ରାମବାଣ ପରି କାର୍ଯ୍ୟ କରିଥାଏ । ତେବେ କେମିତି ଅଣ୍ତାକୁ ମଧୁମେହ ରୋଗୀମାନେ ବ୍ୟବହାର କରିବେ ? ଯାହା ଦ୍ବାରା ତାଙ୍କୁ ବିଶେଷ ଫାଇଦା ମଧ୍ୟ ମିଳିବ । ତେବେ ଆସନ୍ତୁ ଜାଣିବା । 

ଅଣ୍ତାକୁ ଆପଣ ନିଜ ବ୍ରେକଫାଷ୍ଟ ବା ସକାଳ ଜଳଖିଆରେ ସାମିଲ କରିପାରିବେ। ଯାଦା ଦ୍ବାରା ଆପଣଙ୍କୁ ବିଶେଷ ଫାଇଦା ମିଳିବ । ବ୍ଲଡ୍ ସୁଗାର ଲେବଲ (blood sugar levels)କୁ ନିୟନ୍ତ୍ରଣ  ରଖିବାରେ ଅଣ୍ତା ସହାୟକ ହୋଇଥାଏ। ମଧୁମେହ ରୋଗୀଙ୍କୁ ସୁସ୍ଥ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ଯାହା ଦ୍ବାରା ସେମାନଙ୍କର ବ୍ଲଡ୍ ସୁଗାର ନିୟନ୍ତ୍ରଣରେ ରହିବ । ବିଶେଷ କରି ଖାଦ୍ୟରେ ମସୁର ଡାଲି, ରୁଟି, ଓଡସ୍, ପୋହା ଓ ସାଲାଡ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ଡାଏଟିସିଆନ୍ ଓ ଡାକ୍ତରମାନେ ବ୍ଲଡ ସୁଗାର ଲେବଲ ଅନୁଯାୟୀ ଭୋଜନ କରିବାକୁ ରୋଗୀଙ୍କ ଡାଏଟରେ ମଧ୍ୟ ପରିବର୍ତ୍ତନ ଆଣିଥାନ୍ତି । ଅନ୍ୟପକ୍ଷରେ ଅଣ୍ଡା ମଧୁମେହ ରୋଗୀଙ୍କୁ ମଧ୍ୟ ବହୁତ ଲାଭ ଦିଏ । ତଥାପି, ଅଣ୍ତାର ହଳଦିଆ ଅଂଶକୁ ଡାଇବେଟିସ ରୋଗୀମାନେ ଖାଇବା ଉଚିତ୍ ନୁହେଁ । ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଅଣ୍ଡା ଖାଇବା ଦ୍ୱାରା ୭୦ ପ୍ରତିଶତ କ୍ୟାଲୋରୀ ଏବଂ ୬ ଗ୍ରାମ ପ୍ରୋଟିନ୍ ମିଳିଥାଏ । ଯାହା ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ମଧୁମେହରେ ପ୍ରୋଟିନ୍ ସପ୍ଲିମେଣ୍ଟ କରିବା ପାଇଁ ଅଣ୍ଡା ଏକ ଭଲ ବିକଳ୍ପ ହୋଇପାରେ ।

ଏହାବି ପଢନ୍ତୁ : Health Tips : ଆପଣ ଆଣ୍ଠୁଗଣ୍ଠି ଯନ୍ତ୍ରଣାରେ ପିଡିତ କି ? ଆପଣାନ୍ତୁ ଏହି ଘରୋଇ ଉପଚାର

ତେବେ ମଧୁମେହ ରୋଗୀମାନେ ବ୍ରେକଫାଷ୍ଟରେ ଅଣ୍ତା ଅମଲେଟ ଖାଇପାରିବେ।  ଏଥିରେ ଥିବା ଫାଇବର, କ୍ୟାଲୋରୀ ଏବଂ ପ୍ରୋଟିନ୍ ସୁଗାର ଲେବଲ ( sugar level in control) କୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ । ଏହି ରୋଗୀମାନେ ମଧ୍ୟ ଦିନରେ ଥରଟିଏ ଓଡସ ମିଲ ମଧ୍ୟ ଖାଇବା ଜରୁରୀ ।  କାରଣ ଏଥିରେ ପ୍ରାୟ ୩୦ ଗ୍ରାମ କାର୍ବସ୍ ଥାଏ । ଯାହା ଶରୀର ପାଇଁ ବେଶ ଉପାଦେୟ ।  ମଧୁମେହ ରୋଗୀଙ୍କ ପାଇଁ ଦୁଗ୍ଧଜାତ ଦ୍ରବ୍ୟ ବେଶ ଲାଭକାରୀ ସାବ୍ୟସ୍ତ ହୋଇଛି । ପ୍ରତିଦିନ ମଧୁମେହ ରୋଗୀଙ୍କୁ ଗୋଟିଏ ଗ୍ଲାସ କ୍ଷୀର ପିଇବା ପାଇଁ  ଡାକ୍ତର ପରାମର୍ଶ ଦେଇଥାନ୍ତି । ଚିଜ୍ (Cheese ) ମଧ୍ୟ ଖାଇବା ବହୁତ ହିତକର ହୋଇଥାଏ । ଚିଜ ଏକ କ୍ୟାଲସିୟମ ଯୁକ୍ତ ଖାଦ୍ୟ । ଏଥିରେ ଅନେକ ପୁଷ୍ଟିକର ଗୁଣ ଥାଏ । ଏହା ମଧ୍ୟ ପ୍ରୋଟିନର ଏକ ଉତ୍ତମ ଉତ୍ସ । ଯାହା ଆପଣଙ୍କୁ ଅଧିକ ସମୟ ପାଇଁ ପୂର୍ଣ୍ଣ ଅନୁଭବ କରିବାରେ ସାହାଯ୍ୟ କରେ । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)