Diabetes: ସାବଧାନ୍! ଭୁଲରେ ଖାଆନ୍ତୁ ନାହିଁ ଏହି ତିନୋଟି ଖାଦ୍ୟ, ନଚେତ ମଧୁମେହରେ ହେବେ ପୀଡ଼ିତ
Advertisement
Article Detail0/zeeodisha/odisha1568538

Diabetes: ସାବଧାନ୍! ଭୁଲରେ ଖାଆନ୍ତୁ ନାହିଁ ଏହି ତିନୋଟି ଖାଦ୍ୟ, ନଚେତ ମଧୁମେହରେ ହେବେ ପୀଡ଼ିତ

Tips To Control Diabetes: ମଧୁମେହ ବା ଡାଏବିଟିସ୍ ବର୍ତ୍ତମାନ ଏହା ଏକ ଗୁରୁତର ବ୍ୟାଧି ହୋଇଗଲାଣୀ । ପୁରା ଦେଶରେ ଏହା କାୟା ବିସ୍ତାର କରିବାରେ ଲାଗିଛି । ଡବ୍ଲୁଏଚଓ ରିପୋର୍ଟ ଅନୁସାରେ,ବିଶ୍ବରେ ୪୨୨ ମିଲିୟନ ଲୋକେ ଏହି ରୋଗରେ ପୀଡିତ। ପ୍ରତ୍ୟକ ବର୍ଷ ପାଖାପାଖି ୧.୫ ମିଲିୟନ ଲୋକେ ଏହି ରୋଗରେ ମୃତ୍ୟୁ ବରଣ କରୁଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରୋଗରେ ପୀଡ଼ିତ ଅଧିକାଂଶ ବ୍ୟକ୍ତି ସେମାନଙ୍କୁ ମଧୁମେହ ହୋଇଥିବା କଥା ଜାଣିପାରନ୍ତି ନାହିଁ।

ସୌଜନ୍ୟ- ସୋସିଆଲ ମିଡିଆ

Tips To Control Diabetes: ମଧୁମେହ ବା ଡାଏବିଟିସ୍ ବର୍ତ୍ତମାନ ଏହା ଏକ ଗୁରୁତର ବ୍ୟାଧି ହୋଇଗଲାଣୀ । ପୁରା ଦେଶରେ ଏହା କାୟା ବିସ୍ତାର କରିବାରେ ଲାଗିଛି । ଡବ୍ଲୁଏଚଓ  ରିପୋର୍ଟ ଅନୁସାରେ,ବିଶ୍ବରେ ୪୨୨ ମିଲିୟନ ଲୋକେ ଏହି ରୋଗରେ ପୀଡିତ। ପ୍ରତ୍ୟକ ବର୍ଷ ପାଖାପାଖି  ୧.୫ ମିଲିୟନ ଲୋକେ ଏହି ରୋଗରେ ମୃତ୍ୟୁ ବରଣ କରୁଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରୋଗରେ ପୀଡ଼ିତ ଅଧିକାଂଶ ବ୍ୟକ୍ତି ସେମାନଙ୍କୁ ମଧୁମେହ ହୋଇଥିବା କଥା ଜାଣିପାରନ୍ତି ନାହିଁ।  ଅସାଧାରଣ ଜୀବନ ଶୈଳୀ ଓ ଖାଦ୍ୟପେୟ ଏହି ରୋଗର ମୁଖ୍ୟ କାରଣ ବୋଲି କୁହାଯାଇପାରିବ। ତେବେ ଏଭଳି କିଛି ଘରୋଇ ଉପଚାର ରହିଛି ଯାହା ଦ୍ବାରା ଆପଣ ଏହି ରୋଗକୁ ନିୟନ୍ତ୍ରଣରେ ରଖି ପାରିବେ । 

ଚିନି:  ଚିନି ସେବନ ଡାଏବିଟିସର ମୁଖ୍ୟ କାରଣ। ଧଳା ଚିନି ଶରୀର ପାଇଁ ସବୁଠାରୁ କ୍ଷତିକାରକ ବୋଲି ବିବେଚନା କରାଯାଏ । ଆମେ ପ୍ରାୟତଃ ଚା'ରେ ବା କଫିରେ ଧଳା ଚିନି ନେବାକୁ ପସନ୍ଦ କରୁ । କାରଣ ଏହା ଚା ବା କଫିର ସ୍ବାଦ ବଢାଇବାରେ ସାହାର୍ଯ୍ୟ କରେ। କିନ୍ତୁ ମନେ ରଖନ୍ତୁ ଯେ, ଏହି ଧଳା ଚିନିର ସେବନ ଆମ ଶରୀର ପାଇଁ ଅଧିକ କ୍ଷତିକାରକ । ଚିନି ସେହି ଲୋକଙ୍କ ପାଇଁ ସବୁଠାରୁ ବିପଜ୍ଜନକ ହୋଇଯାଏ,ଯେଉଁମାନେ କୌଣସି ପ୍ରକାର ଶାରୀରିକ କାର୍ଯ୍ୟକଳାପ କରନ୍ତି ନାହିଁ , କିନ୍ତୁ ପ୍ରତିଦିନ ଚିନି ଖାଆନ୍ତି। ଏହିପରି ଲୋକମାନେ ମଧୁମେହରେ ପୀଡିତ ହେବାର ଆଶଙ୍କା ଅଧିକ ଥାଏ।  ସେଥିପାଇଁ ଆପଣ ଚିନି ଖାଇବା ବନ୍ଦ କରନ୍ତୁ । ଧଳା ଚିନି ବଦଳରେ ଆପଣ ବ୍ରାଉନ୍ ସୁଗାର ବ୍ୟବହାର କରିପାରିବେ ।

ଏହାବି ପଢନ୍ତୁ : Diabetes: ମଧୁମେହ ରୋଗୀ ଡାଏଟରେ ସାମିଲ କରନ୍ତୁ ଏସବୁ ସବୁଜ ପନିପରିବା, ବଢିବନି ବ୍ଲଡ଼ ସୁଗାର ଲେବୁଲ୍

ଏହାବି ପଢନ୍ତୁ : Health Tips: ରାତିରେ ଆପଣଙ୍କୁ ଠିକରେ ନିଦ ହେଉନି କି? କରନ୍ତୁ ଏସବୁ କାମ

ମଇଦା :  ଅଟାକୁ ବିଶୋଧନ କରି ମଇଦା ପ୍ରସ୍ତୁତ କରାଯାଇଥାଏ ।  ଏହି ବିଶୋଧନ ସମୟରେ, ମଇଦାରେ ଥିବା ସମସ୍ତ ପୁଷ୍ଟିକର ଉପାଦାନ ଯେପରିକି ଫାଇଟୋ ପୁଷ୍ଟିକର ଖାଦ୍ୟ, ଭଲ ଚର୍ବି, ଫାଇବର, ମିନେରାଲ୍ସ ଏବଂ ଭିଟାମିନ୍ ନଷ୍ଟ ହୋଇଯାଏ । ଧଳା ମଇଦାକୁ ନିୟମିତ ବ୍ୟବହାର କରିବା ଦ୍ୱାରା ଟ୍ରାଇଗ୍ଲେସିରାଇଡ୍ (triglyceride) ହେବାର ଆଶଙ୍କା ବଢିଥାଏ । ଏବଂ ଆମ ଶରୀରରେ ଟାଇପ୍-୨ ମଧୁମେହରେ ରୋଗ ଆରମ୍ଭ ହୋଇଥାଏ । 

ଲୁଣ:  ଯେ କୌଣସି ଖାଦ୍ୟରେ ସ୍ୱାଦ ଆଣିବା ପାଇଁ ଲୁଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହା ବିନା ଖାଦ୍ୟ ଅତ୍ୟନ୍ତ ସ୍ୱାଦହୀନ ମନେହୁଏ, କିନ୍ତୁ ଅଧିକ ଲୁଣ ମଧ୍ୟ ଆମ ଶରୀରକୁ କ୍ଷତି ପହଞ୍ଚାଇପାରେ। ଲୁଣ ହାଡକୁ ଦୁର୍ବଳ କରିଥାଏ, ଯେଉଁ କାରଣରୁ ଶରୀରରେ ରକ୍ତଚାପର ସ୍ତର ବଢିଥାଏ । ଏବଂ ପରେ ବ୍ୟକ୍ତି ମଧୁମେହ ରୋଗରେ ପୀଡିତ ହୋଇଥାଏ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)