Chanakya Niti: ଯଦି ଜଣେ ପୁରୁଷଙ୍କର ପାଖରେ ରହିଛି ଏହି ୫ଟି ଗୁଣ ତ ସ୍ତ୍ରୀ ରହିଥାଏ ସର୍ବଦା ସନ୍ତୁଷ୍ଟ, ଦୀର୍ଘ ସମୟ ପର୍ଯ୍ୟନ୍ତ ଛାଡ଼ନ୍ତି ନାହିଁ ସାଥ୍
Advertisement

Chanakya Niti: ଯଦି ଜଣେ ପୁରୁଷଙ୍କର ପାଖରେ ରହିଛି ଏହି ୫ଟି ଗୁଣ ତ ସ୍ତ୍ରୀ ରହିଥାଏ ସର୍ବଦା ସନ୍ତୁଷ୍ଟ, ଦୀର୍ଘ ସମୟ ପର୍ଯ୍ୟନ୍ତ ଛାଡ଼ନ୍ତି ନାହିଁ ସାଥ୍

Chanakya Niti: ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସରଣ କରି ଜଣେ ବ୍ୟକ୍ତି ଭଲ ଜୀବନଯାପନ କରିପାରିବ । ଯିଏ ଚାଣକ୍ୟ ନୀତି ଅନୁସରଣ କରନ୍ତି, ସେ ବହୁତ ସଫଳ ହୋଇପାରନ୍ତି, ବହୁତ ଭଲ ଜୀବନ ସାଥୀ ଏବଂ ସମ୍ପର୍କ ପାଇପାରନ୍ତି । ଏହାସହ ବ୍ୟକ୍ତି ବହୁତ ଟଙ୍କା ରୋଜଗାର କରିପାରନ୍ତି ।

Chanakya Niti: ଯଦି ଜଣେ ପୁରୁଷଙ୍କର ପାଖରେ ରହିଛି ଏହି ୫ଟି ଗୁଣ ତ ସ୍ତ୍ରୀ ରହିଥାଏ ସର୍ବଦା ସନ୍ତୁଷ୍ଟ, ଦୀର୍ଘ ସମୟ ପର୍ଯ୍ୟନ୍ତ ଛାଡ଼ନ୍ତି ନାହିଁ ସାଥ୍

ନୂଆଦିଲ୍ଲୀ: Chanakya Niti: ସଂସ୍କୃତ ଭାଷାରେ ଲିଖିତ ଅର୍ଥଶାସ୍ତ୍ର (Arthashastra) ପ୍ରାଚୀନ ଭାରତର ଶ୍ରେଷ୍ଠ ରଚନାଗୁଡିକ ମଧ୍ୟରୁ ଅନ୍ୟତମ । ଏଥିରେ ରାଜ୍ୟ ପରିଚାଳନା, ରାଜନୀତି, ସମରନୀତି ପରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ବର୍ଣ୍ଣିତ ହୋଇଛି । କୌଟିଲ୍ୟ (Kautilya) ଏହି ଶାସ୍ତ୍ରର ରଚୟିତା । କୌଟିଲ୍ୟ ବିଷ୍ଣୁଗୁପ୍ତ ଓ ଚାଣକ୍ୟ (Chanakya) ନାମରେ ମଧ୍ୟ ପ୍ରସିଦ୍ଧ । ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସରଣ କରି ଜଣେ ବ୍ୟକ୍ତି ଭଲ ଜୀବନଯାପନ କରିପାରିବ । ଯିଏ ଚାଣକ୍ୟ ନୀତି ଅନୁସରଣ କରନ୍ତି, ସେ ବହୁତ ସଫଳ ହୋଇପାରନ୍ତି, ବହୁତ ଭଲ ଜୀବନ ସାଥୀ ଏବଂ ସମ୍ପର୍କ ପାଇପାରନ୍ତି । ଏହାସହ ବ୍ୟକ୍ତି ବହୁତ ଟଙ୍କା ରୋଜଗାର କରିପାରନ୍ତି ।

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଅନେକ କଠିନ ବାର୍ତ୍ତା ଦେଇଛନ୍ତି, କିନ୍ତୁ ଯଦି ସେଗୁଡିକ ଜୀବନରେ ଆପଣା ଯାଏ, ତେବେ ଜୀବନ ବଦଳିଯାଏ । ଏହା ସହିତ ବ୍ୟକ୍ତି ମଧ୍ୟ ସବୁଠାରୁ ବଡ଼ ଚ୍ୟାଲେଞ୍ଜର ସାମ୍ନା କରିପାରେ । ଆଜି ଆମେ ଚାଣକ୍ୟଙ୍କ ସିଦ୍ଧାନ୍ତର ସେହି ନୀତିଗୁଡିକ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଜାଣି ଯେ ଆପଣ ଆପଣଙ୍କର ପାର୍ଟନର ବା ପତ୍ନୀଙ୍କୁ ସର୍ବଦା ଖୁସି ଓ ସନ୍ତୁଷ୍ଟ ରଖିପାରିବେ ।

ପୁରୁଷମାନଙ୍କର ଏହି ଗୁଣଗୁଡିକ ରହିବା ଆବଶ୍ୟକ 

ଯଦି ଜଣେ ପୁରୁଷଙ୍କ ପାଖରେ ଏହି ବିଶେଷ ଗୁଣ ଅଛି, ଯେପରି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ତେବେ ତାଙ୍କ ପତ୍ନୀ ଓ ପୁରା ପରିବାର ସର୍ବଦା ଖୁସି ରୁହନ୍ତି । ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା ରହିଥାଏ । 

ଯେତିକି ଅର୍ଥ ଅଛି, ସେତିକିରେ ସନ୍ତୁଷ୍ଟ ରହିବା

ଜଣେ ବ୍ୟକ୍ତି ଟଙ୍କା ରୋଜଗାର କରିବା ପାଇଁ କଠିନ ପରିଶ୍ରମ କରିବା ଉଚିତ୍ । ଯାହାଫଳରେ ସେ ତାଙ୍କ ପତ୍ନୀ ଓ ପୂରା ପରିବାର ଆରାମରେ ବଞ୍ଚିପାରିବେ । କିଛି ଅଭାବ ରହିବ ନାହିଁ । କିନ୍ତୁ ଟଙ୍କା ପରେ ଅଯଥା ଦୌଡ଼ନ୍ତୁ ନାହିଁ । ଅନ୍ୟଥା, ପରିବାରକୁ ସମୟ ଦେଇ ନପାରିବାରୁ ସମ୍ପର୍କକୁ ଦୁର୍ବଳ ହୋଇଯିବ । ପତ୍ନୀଙ୍କୁ ପ୍ରେମ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

ସତର୍କତା 

ବ୍ୟକ୍ତି ସର୍ବଦା ସତର୍କ ରହିବା ଉଚିତ ଯାହା ଦ୍ୱାରା ଶତ୍ରୁମାନେ ତାଙ୍କୁ ଓ ତାଙ୍କ ପରିବାରକୁ କ୍ଷତି ପହଞ୍ଚାଇ ପାରିବେ ନାହିଁ । ଏଥିସହ ନିଜ ପତ୍ନୀ ଓ ପରିବାର ପ୍ରତି ଦାୟିତ୍ୱ ପୂରଣ କରିବାରେ ଯତ୍ନବାନ ହେବା ଆବଶ୍ୟକ । ପତ୍ନୀ ସର୍ବଦା ଏପରି ସ୍ୱାମୀ ସହିତ ଖୁସି ଓ ସନ୍ତୁଷ୍ଟ ରୁହନ୍ତି ।

ବିଶ୍ୱସ୍ତତା

ଜଣେ ବ୍ୟକ୍ତି ସର୍ବଦା ବିଶ୍ୱସ୍ତ ହେବା ଉଚିତ୍ । ସେ ସର୍ବଦା ନିଜ ପତ୍ନୀଙ୍କ ସହ ସଚ୍ଚୋଟ ହେବା ଓ ତାଙ୍କୁ ସମର୍ଥନ କରିବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ:-ଶେଷରେ ମୁହଁ ଖୋଲିଲେ ପୃଥ୍ୱୀ ଶୋ', ବାରମ୍ୱାର ଟିମ୍ ଇଣ୍ଡିଆରେ ଚୟନ ନ ହେବାକୁ ନେଇ କହିଲେ ଏପରି କିଛି

ଅଧିକ ପଢ଼ନ୍ତୁ:-5G କାରଣରୁ ଆକାଉଣ୍ଟ ହୋଇଗଲା ସଫା, ଏହି ଠକେଇରେ ଫସିଲେ ଅନେକ ଲୋକ; ଆପଣ ବି କରନ୍ତୁନି ଏହି ଭୁଲ

ଅଧିକ ପଢ଼ନ୍ତୁ:-ଦୀପାବଳୀ ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ମହଙ୍ଗା ଭତ୍ତାରେ ବମ୍ପର ବୃଦ୍ଧି; ରାଜ୍ୟ ସରକାର କଲେ ଘୋଷଣା

ସମ୍ମାନଜନକ ବ୍ୟବହାର 

ଜଣେ ପୁରୁଷ ସର୍ବଦା ନିଜ ପତ୍ନୀଙ୍କୁ ସମ୍ମାନ ଦେବା ଉଚିତ୍ । ବିଶେଷକରି ଅନ୍ୟମାନଙ୍କ ସାମ୍ନାରେ ତାଙ୍କୁ ସମ୍ମାନର ସହିତ ବ୍ୟବହାର କରାଯିବା ଆବଶ୍ୟକତା ରହିଛି । ପତ୍ନୀ ସର୍ବଦା ଏପରି ସ୍ୱାମୀ ସହିତ ଖୁସି ରୁହନ୍ତି ।

ଖୁସ୍ ମିଜାଜ୍

ଏପରି ପୁରୁଷ ଯିଏ ଅନାବଶ୍ୟକ ଭାବରେ କ୍ରୋଧିତ ହୁଏ ନାହିଁ ଓ ଖୁସ୍ ମିଜାଜ୍ ହୋଇଥାଏ, ମହିଳାମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି । ତାଙ୍କ ସ୍ତ୍ରୀ ଏପରି ପୁରୁଷ ଉପରେ କଦାପି ଅସନ୍ତୁଷ୍ଟ ରହିପାରିବେ ନାହିଁ । ଏପରି ପୁରୁଷ ସହ ପତ୍ନୀ ସର୍ବଦା ରୁହନ୍ତି ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାର ନିଶ୍ଚିତ କରେ ନାହିଁ ।)