Chanakya Niti: ଯେଉଁ ପୁରୁଷଙ୍କ ମଧ୍ୟରେ ରହିଥାଏ କୁକୁରର ଏହି ୫ଟି ଗୁଣ, ତାଙ୍କ ସ୍ତ୍ରୀ ସର୍ବଦା ରହିଥାଏ ସନ୍ତୁଷ୍ଟ
Advertisement

Chanakya Niti: ଯେଉଁ ପୁରୁଷଙ୍କ ମଧ୍ୟରେ ରହିଥାଏ କୁକୁରର ଏହି ୫ଟି ଗୁଣ, ତାଙ୍କ ସ୍ତ୍ରୀ ସର୍ବଦା ରହିଥାଏ ସନ୍ତୁଷ୍ଟ

Chanakya Niti: ଏକ ସୁନ୍ଦର, ଶୃଙ୍ଖଳିତ ଜୀବନ ଅତିବାହିତ କରିବା ପାଇଁ ଜୀବନରେ ଚାଣକ୍ୟଙ୍କ ନୀତି ବହୁ ଗୁରୁତ୍ୱ ରଖେ । ଏ କଥାକୁ ଅନେକ ଲୋକ ମଧ୍ୟ ସେମାନଙ୍କ ଜୀବନରେ ଉପଯୋଗ କରନ୍ତି । ତେବେ ଚାଣକ୍ୟ ନୀତି ଯଦିଓ ବେଶ କଠୋର, କିନ୍ତୁ ତାହା ବାସ୍ତବ ଜୀବନରେ ଅନେକ ଗୁରୁତ୍ୱବହନ କରିଥାଏ ।

ପ୍ରତୀକାତ୍ମକ ଫଟୋ

Chanakya Niti: ଆଚାର୍ଯ୍ୟ ଚାଣକ୍ୟ (Chanakya) ଙ୍କ ନୀତି ଆଜି ମଧ୍ୟ ଜୀବିତ ରହିଛି । ଚାଣକ୍ୟଙ୍କର ପ୍ରତ୍ୟେକଟି ବାଣୀ ବ୍ୟକ୍ତିଗତ ଜୀବନ ସହ ସମ୍ବନ୍ଧିତ ରହିଛି । ତାଙ୍କର ଏହି ନୀତିକୁ ପାଳନ କରିବା ଦ୍ୱାରା ପ୍ରତ୍ୟେକଟି ବ୍ୟକ୍ତି ନିଜ ଜୀବନକୁ ସଫଳ କରିପାରିବେ । ଏକ ସୁନ୍ଦର, ଶୃଙ୍ଖଳିତ ଜୀବନ ଅତିବାହିତ କରିବା ପାଇଁ ଜୀବନରେ ଚାଣକ୍ୟ  (Chanakya) ଙ୍କ ନୀତି ବହୁ ଗୁରୁତ୍ୱ ରଖେ । ଏ କଥାକୁ ଅନେକ ଲୋକ ମଧ୍ୟ ସେମାନଙ୍କ ଜୀବନରେ ଉପଯୋଗ କରନ୍ତି । ତେବେ ଚାଣକ୍ୟ ନୀତି ଯଦିଓ ବେଶ କଠୋର, କିନ୍ତୁ ତାହା ବାସ୍ତବ ଜୀବନରେ ଅନେକ ଗୁରୁତ୍ୱବହନ କରିଥାଏ । ଚାଣକ୍ୟ କହିଛନ୍ତି ଯେ, ଯଦି ଜଣେ ପୁରୁଷଙ୍କ ମଧ୍ୟରେ କୁକୁରର ୫ଟି ଗୁଣ ଥାଏ, ତେବେ ତାଙ୍କ ସ୍ତ୍ରୀ ସର୍ବଦା ସନ୍ତୁଷ୍ଟ ରୁହେ । ଏହିପରି ଗୁଣ ଥିବା ବ୍ୟକ୍ତି ପରିବାରରେ ସୁଖ ବଜାୟ ରଖନ୍ତି ଓ ସମୃଦ୍ଧ ରୁହନ୍ତି । ତେବେ ଆସନ୍ତୁ ଜାଣିବା ସେହି କେଉଁ କେଉଁ ଗୁଣଗୁଡ଼ିକ ଯାହା ଜଣେ ପୁରୁଷଙ୍କୁ ଅଧିକ ଯୋଗ୍ୟତା ପ୍ରଦାନ କରିଥାଏ ।

୧. ଅଳ୍ପରେ ସନ୍ତୁଷ୍ଟ ରହିବା

ଜଣେ ପୁରୁଷ ଯେତେ ସମ୍ଭବ କାମ କରିବା ଆବଶ୍ୟକ । କାମ ପରେ ମିଳିଥିବା ଅର୍ଥରେ ଖୁସି ହେବା ଉଚିତ୍ । ରୋଜଗାରରୁ ମିଳିଥିବା ଅର୍ଥରୁ ପରିବାରର ପାଳନ ପୋଷଣ କରିବା କରିବା ଆବଶ୍ୟକ । ଯେଉଁ ପୁରୁଷ ଏହା କରେ ସେ ସର୍ବୋତ୍ତମ ମଣିଷ । ଯେପରି ଗୋଟିଏ କୁକୁରକୁ ଯେତେ ଖାଦ୍ୟ ଦିଅନ୍ତୁ, ସେତିକିରେ ସେ ସନ୍ତୁଷ୍ଟ ହୋଇଯାଏ । ସେହିଭଳି ଜଣେ ପୁରୁଷକୁ ମଧ୍ୟ ଯେତିକି ପ୍ରେମ ମିଳୁଛି, ସେତିକିରେ ସନ୍ତୁଷ୍ଟ ରହିବା ଆବଶ୍ୟକ ।

୨. ସତର୍କ ରହିବା

କୁକୁରମାନେ ଗଭୀର ନିଦ୍ରାରେ ମଧ୍ୟ ସତର୍କ ରୁହନ୍ତି, ସେହିଭଳି ଜଣେ ପୁରୁଷ ମଧ୍ୟ ନିଜ ପରିବାର-ସ୍ତ୍ରୀ ଏବଂ କର୍ତ୍ତବ୍ୟକୁ ନେଇ ସଚେତନ ରହିବା ଆବଶ୍ୟକ । ଶତ୍ରୁମାନଙ୍କ ପ୍ରତି ସର୍ବଦା ସାବଧାନ ରୁହନ୍ତୁ, ଯେତେ ବି ଗଭୀର ନିଦ୍ରାରେ ଥାଆନ୍ତୁ ନା କାହିଁ ଜଣେ ପୁରୁଷ ପରିବାରର ସୁରକ୍ଷା ପାଇଁ ସର୍ବଦା ସତର୍କ ରହିବା ଆବଶ୍ୟକ । ଏପରି ଗୁଣ ଥିବା ଜଣେ ପୁରୁଷ ସହ ବିବାହ କରି ମହିଳା ସର୍ବଦା ଖୁସି ରୁହନ୍ତି ।

୩. ବିଶ୍ୱସ୍ତତା

କୁକୁର ଏକ ବିଶ୍ୱସ୍ତ ପ୍ରାଣୀ ଯାହାକୁ କେହି ସନ୍ଦେହ କରିପାରିବେ ନାହିଁ । ସେହିଭଳି ଜଣେ ପୁରୁଷ ସର୍ବଦା ବିଶ୍ୱସ୍ତ ହେବା ଆବଶ୍ୟକ । ଯଦିଓ ଆଜିକାଲି ଏହା ଦେଖାଯାଏ ନାହିଁ, ପ୍ରତ୍ୟେକ ପୁରୁଷ ଅନ୍ୟ ଜଣେ ମହିଳାଙ୍କୁ ଦେଖିବାକୁ ଲାଲୟିତ ରୁହନ୍ତି ଏବଂ ଏପରି ଘରର ମହିଳା କେବେ ଖୁସି ରୁହନ୍ତି ନାହିଁ । ଯେଉଁ ପୁରୁଷଙ୍କ ବିଶ୍ୱସ୍ତତା କୁକୁର ପରି ଅଛି, ତାଙ୍କ ସ୍ତ୍ରୀ ସର୍ବଦା ଖୁସି ରହିଥାଏ ।

୪. ବୀରତା

କୁକୁର ହେଉଛି ଏକ ସାହସୀ ଜୀବ ଯିଏ ନିଜର ମାଲିକ ପାଇଁ ଜୀବନ ଦେଇପାରେ । ସେହିଭଳି ଜଣେ ପୁରୁଷ ମଧ୍ୟ ସାହସୀ ହେବା ଆବଶ୍ୟକ । ଆବଶ୍ୟକ ପଡ଼ିଲେ ନିଜ ସ୍ତ୍ରୀ ପାଇଁ ଜୀବନ ବାଜି ଲଗାଇଦେଇ ପାରୁଥିବା ପୁରୁଷ ଭାଗ୍ୟଶାଳୀ ମହିଳାଙ୍କୁ ମିଳିଥାଏ ।

ଏହା ବି ପଢ଼ନ୍ତୁ:-ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଇରାନର ଖେଳାଳିମାନେ ଜାତୀୟ ସଂଗୀତ ଗାଇବାକୁ କଲେ ମନା, କାରଣ ଜାଣିଲେ ହୋଇଯିବେ ଚକିତ

ଏହା ବି ପଢ଼ନ୍ତୁ:-ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶେଷ ଟି-20 ମ୍ୟାଚ୍ କେବେ, କେଉଁଠାରେ ଦେଖିପାରିବେ; ଏଠାରେ ଜାଣନ୍ତୁ ପୂରା ଡିଟେଲ୍ସ

ଏହା ବି ପଢ଼ନ୍ତୁ:-ଟି-20 ବିଶ୍ୱକପ ୨୦୨୨ରେ ପରାଜୟ ପରେ ହଠାତ୍ ଏହି ଖେଳାଳି ଛାଡ଼ିଲେ ଅଧିନାୟକତ୍ୱ, ଫ୍ୟାନ୍ସ ନିରାଶ

 

୫. ସନ୍ତୁଷ୍ଟ ରଖିବା

ଜଣେ ପୁରୁଷ ସର୍ବଦା ନିଜ ସ୍ତ୍ରୀକୁ ସନ୍ତୁଷ୍ଟ ରଖିବା ଆବଶ୍ୟକ । ନିଜ ସ୍ତ୍ରୀର ସମସ୍ତ ଯୁକ୍ତିଯୁକ୍ତ କଥା ଗ୍ରହଣ କରିବା ଆବଶ୍ୟକ ଓ ଆପଣ ସ୍ତ୍ରୀକୁ ମଧ୍ୟ ଭାବପ୍ରବଣ ଭାବରେ ସନ୍ତୁଷ୍ଟ ରଖିବା ଉଚିତ୍ । ଯେଉଁ ପୁରୁଷ ଏହା କରେ ସେ ସର୍ବଦା ନିଜ ସ୍ତ୍ରୀ ପାଇଁ ପ୍ରିୟ ରହିବ ଓ ସମ୍ପର୍କ ଅତୁଟ ରହିବ । ଏହିପରି ଉଭୟ ମହିଳା ଓ ପୁରୁଷ ନିଜକୁ ଭାଗ୍ୟବାନ ମନେ କରିବେ ।