କଣ ଅଧିକ ଫୁଲକୋବି ଖାଉଛନ୍ତି କି ? ସାବଧାନ ହୋଇଯାଆନ୍ତୁ ଶରୀର ପାଇଁ ଅଧିକ କ୍ଷତିକାରକ
Advertisement
Article Detail0/zeeodisha/odisha1326466

କଣ ଅଧିକ ଫୁଲକୋବି ଖାଉଛନ୍ତି କି ? ସାବଧାନ ହୋଇଯାଆନ୍ତୁ ଶରୀର ପାଇଁ ଅଧିକ କ୍ଷତିକାରକ

ସାଧାରଣତଃ ସମସ୍ତେ ଫୁଲକୋବି ଖାଇବାକୁ ପସନ୍ଦ କରନ୍ତି କିନ୍ତୁ ଆପଣ ଜାଣନ୍ତି କି ଏହାକୁ ଅଧିକ ପରିମାଣର ଖାଇଲେ ଶରୀରକୁ ହୁଏ ଅଧିକ କ୍ଷତି । 

 

ପ୍ରତିକାତ୍ମକ ଫଟୋ

ଫୁଲକୋବି ହେଉଛି ଏକ ଏମିତି ପନିପରିବା ଯାହା ଭାରତର ପ୍ରତ୍ୟେକ କୋଣ ଅନୁକୋଣର ଲୋକେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି । ଫୁଲକୋବିର ପକୋଡା ସହ ଅନେକ ପ୍ରକାରର ତରକାରୀ ତିଆରି ହୋଇଥାଏ । ଏହାକୁ ରାନ୍ଧିବା ଅତ୍ୟନ୍ତ ସହଜ ଏବଂ ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ଉତ୍ତାପର ଆବଶ୍ୟକତା ରହେ ନାହିଁ ତେଣୁ ଖୁବ ଶୀଘ୍ର ତିଆରି ହୋଇଥାଏ । ଡାଏଟିସିଆନଙ୍କ ମତରେ ଆମେ ଅଧିକ ପରିମାଣର କୋବି ଖାଇବା ଉଚିତ୍ ନୁହେଁ । ଏହା ପଛର କାରଣ କଣ ରହିଛି ଆସନ୍ତୁ ଜାଣିବା । 
  
ଫୁଲକୋବିର ଅଧିକ ସେବନ କ୍ଷତିକାରକ ?
ଫୁଲକୋବି ଯେତିକି ସୁନ୍ଦର ଦେଖାଯାଏ ତାହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ମଧ୍ୟ ଅଟେ । ଏଥିରେ ଅନେକ ପୋଷକ ତତ୍ତ୍ବ ରହିଥାଏ ଯାହା ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ତେବେ ଏମିତି କଣ କାରଣ ରହିଛି ଏହାର ଅତ୍ୟଧିକ ବ୍ୟବହାର ଆମ ପାଇଁ କ୍ଷତିକାରକ । 

Also Read ; ଆଳୁ ଚୋପାର ଉପକାରିତା ବିଷୟରେ ଜାଣିଲେ ହେବେ ଆଶ୍ଟର୍ଯ୍ୟ, ଜାଣନ୍ତୁ କଣ ରହିଛି ଲାଭ

ଥାଇରଏଡ୍ ସମସ୍ୟା- 
ଯେଉଁମାନେ ଥାଇରଏଡ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ପାଇଁ ଫୁଲକୋବି ଅଧିକ ଖାଇବା କ୍ଷତିକାରକ ହୋଇପାରେ କାରଣ ଏଥିରେ  T3 ଏବଂ T4 ହରମୋନ କ୍ଷରଣକୁ ଅଧିକ କରିଥାଏ ଯାହା ଥାଇରଏଡ୍ ରୋଗୀଙ୍କ ପାଇଁ ଉଚିତ୍ ନୁହେଁ । 

ରକ୍ତ ଗାଢା ହୋଇଯିବା-
ଫୁଲକୋବି ପୋଟାସିୟମର ଏକ ସମୃଦ୍ଧ ଉତ୍ସ ଭାବରେ ବିବେଚନା କରାଯାଏ । ତେଣୁ ଯେଉଁ ମାନେ ଏହାକୁ ଅଧିକ ଖାଆନ୍ତି ସେମାନଙ୍କ ରକ୍ତ ଧୀରେ ଧୀରେ ଗାଢା ହେବାକୁ ଲାଗେ । ଯେଉଁ ମାନେ ହୃଦଘାତରେ ଆକ୍ରାନ୍ତ ସେମାନେ ରକ୍ତକୁ ପତଳା କରିବା ପାଇଁ ଔଷଧ ସେବନ କରୁଛନ୍ତି ସେମାନେ ଫୁଲକୋବି ଖାଇବା ବିପଦଜ୍ଜନକ ହୋଇପାରେ । 

ପେଟରେ ଗ୍ୟାସ୍ -
ଫୁଲକୋବିରେ ରାଫିନୋଜ୍ ନାମକ ଏକ ଉପାଦାନ ଥାଏ । ଏହା ଏକ ପ୍ରକାର କାର୍ବୋହାଇଡ୍ରେଟ୍ ଯାହା ଶରୀରର ପ୍ରାକୃତିକ ଭାବରେ ବ୍ରେକ କରିବାରେ ଅସମର୍ଥ କିନ୍ତୁ ଏହା କ୍ଷୁଦ୍ର ଅନ୍ତନଳୀ ଦେଇ ବଡ ଅନ୍ତନଳୀରେ ପହଞ୍ଚେ ଯେଉଁ କାରଣରୁ ପେଟରେ ଗ୍ୟାସ୍ ସମସ୍ୟା ଉପୁଜିବାରେ ଲାଗେ ।