Budh Gochar 2023: ଏହି ଦିନ ବୁଧ କରିବେ ରାଶି ପରିବର୍ତ୍ତନ, ରାଜ ଯୋଗର ଲାଭ ପାଇବେ ଏହି ୫ ରାଶି!
Advertisement
Article Detail0/zeeodisha/odisha1750003

Budh Gochar 2023: ଏହି ଦିନ ବୁଧ କରିବେ ରାଶି ପରିବର୍ତ୍ତନ, ରାଜ ଯୋଗର ଲାଭ ପାଇବେ ଏହି ୫ ରାଶି!

Budh Gochar: ବୁଧଙ୍କ ରାଶି ପରିବର୍ତ୍ତନ ଅନ୍ୟ ରାଶିର ଜୀବନ ଉପରେ ବିଶେଷ ପ୍ରଭାବ ପକାଇବ । ମିଥୁନ ରାଶିରେ ପୂର୍ବରୁ ସୂର୍ଯ୍ୟ ବିରାଜମାନ ଥିବାରୁ ବୁଧଙ୍କ ଗୋଚର ବା ରାଶି ପରିବର୍ତ୍ତନ ଫଳରେ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେବ । ତେବେ ଆସନ୍ତୁ ଜାଣିବା ଏହି ସମୟ ମଧ୍ଯରେ କେଉଁ କେଉଁ ରାଶିଙ୍କର ଫିଟିବ ଭାଗ୍ୟ ।

ସୌ(ସୋସିଆଲ ମିଡିଆ)

Budh Gochar 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ (grah gochar 2023) କରିଥାଆନ୍ତି । ଗ୍ରହମାନଙ୍କ ଆଗମନ ବା ପ୍ରତ୍ୟାବର୍ତ୍ତନ ଯୋଗୁଁ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡ଼ିଥାଏ । ଗ୍ରହମାନଙ୍କ ରାଜକୁମାର କୁହାଯାଉଥିବା ବୁଧ ଜୁନ୍ ୨୪ ତାରିଖ ଦ୍ବିପ୍ରହର ୧୨:୩୫ ମିନିଟ୍ ରେ ସ୍ୱରାଶି ମିଥୁନକୁ ଗୋଚର (Budh Gochar 2023 )କରିବାକୁ ଯାଉଛନ୍ତି । ବୁଧଙ୍କୁ ବୁଦ୍ଧିର କାରଣ ବୋଲି ବିବେଚନା କରାଯାଏ । ଏଭଳି ପରିସ୍ଥିତିରେ ବୁଧଙ୍କ ରାଶି ପରିବର୍ତ୍ତନ (Budh Gochar 2023) ଅନ୍ୟ ରାଶିର ଜୀବନ ଉପରେ ବିଶେଷ ପ୍ରଭାବ ପକାଇବ । ମିଥୁନ ରାଶିରେ ପୂର୍ବରୁ ସୂର୍ଯ୍ୟ ବିରାଜମାନ ଥିବାରୁ ବୁଧଙ୍କ ଗୋଚର ବା ରାଶି ପରିବର୍ତ୍ତନ ଫଳରେ ବୁଦ୍ଧାଦିତ୍ୟ ଯୋଗ (Budhaditya Yog 2023) ସୃଷ୍ଟି ହେବ । ସେପଟେ ବୁଧଙ୍କ ଏହି ରାଶି ପରିବର୍ତ୍ତନ ଯୋଗୁଁ (Budh Rashi Parivartan 2023) ୫ଟି ରାଶିକୁ ରାଜ ଯୋଗର ଲାଭ ମିଳିବ । ତେବେ ଆସନ୍ତୁ ଜାଣିବା ଏହି ସମୟ ମଧ୍ଯରେ କେଉଁ କେଉଁ ରାଶିଙ୍କର ଫିଟିବ ଭାଗ୍ୟ ।

ଏହି ୫ ରାଶିଙ୍କ ବଦଳିବ ଭାଗ୍ୟ

ବୃଷ ରାଶି- ବୁଧଙ୍କ ରାଶି ପରିବର୍ତ୍ତନ ଯୋଗୁଁ, କାର୍ଯ୍ୟରତ ଲୋକଙ୍କ ପଦୋନ୍ନତି ନେଇ ଯୋଗ ସୃଷ୍ଟି ହେବ । କାର୍ଯ୍ୟ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟାମାନ ଦୂର ହେବ । ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ । ଦୂରଯାତ୍ରା ମଙ୍ଗଳମୟ ରହିବ । ହସଖୁସିରେ ସମୟ ଅତିବାହିତ ହେବ ।

ମିଥୁନ ରାଶି- ମିଥୁନ ରାଶିରେ ବୁଧଙ୍କ ଗୋଚର ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ବିଶେଷ ଲାଭଦାୟୀ ରହିବ । ଏହାର ପ୍ରଭାବରେ ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ର ସହ ଜଡ଼ିତ ଲୋକଙ୍କ ଅଗ୍ରଗତି ହେବ । ଆର୍ଥିକ୍ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବେ । ଆକସ୍ମିତ ଅର୍ଥ ଲାଭ ନେଇ ଯୋଗ ରହିଛି । କର୍ମକ୍ଷେତ୍ରରେ ଥିବା ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ପଦୋନ୍ନତି ନେଇ ଯୋଗ ରହିଛି ।

ସିଂହ ରାଶି- ବୁଧଙ୍କ ରାଶି ପରିବର୍ତ୍ତନ ଯୋଗୁଁ ଏହି ରାଶିର ବ୍ୟକ୍ତି ବିଶେଷ ମାନେ ବିଶେଷ ଭାବେ ଉପକୃତ ହେବେ । ଚାକିରି ଖୋଜୁଥିବା ଲୋକମାନଙ୍କୁ ଖୁବ ଶୀଘ୍ର ନୂତନ ଚାକିରିର ସନ୍ଧାନ ମିଳିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ । ବ୍ୟୟ କମିବା ସହ ଆୟରେ ବୃଦ୍ଧି ଘଟିବ । ନୂତନ ବ୍ୟବସାୟ ଲାଗି ସମୟ ଅନୁକୂଳ ଅଟେ ।

ନ୍ୟା ରାଶି- ବୁଧ କନ୍ୟାର ରାଶିର ଶାସକ ଗ୍ରହ ଅଟନ୍ତି । ମିଥୁନ ରାଶିରେ ବୁଧଙ୍କ ପ୍ରବେଶ ଯୋଗୁଁ ସୃଷ୍ଟି ହେଉଥିବା ବୁଦ୍ଧାଦିତ୍ୟ ରାଜ ଯୋଗ ଫଳରେ କନ୍ୟା ରାଶିର ବ୍ୟକ୍ତି ବିଶେଷ ମାନେ ବିଶେଷ ଲାଭଦାୟୀ ହେବେ । ଚାକିରୀ କରୁଥିବା ଲୋକଙ୍କ ପଦୋନ୍ନତି ହେବା ନେଇ ସମ୍ଭାବନା ରହିଛି । ବ୍ୟବସାୟରେ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ମଙ୍ଗଳମୟ ହେବା   ସହ ସମ୍ପର୍କରେ ମଧୁରତା ଆସିବ ।

ତୁଳା ରାଶି- ବୁଧଙ୍କ ଗୋଚର ଫଳରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପ୍ରେମ ଜୀବନରେ ମଧୁରତା ଆସିବ । ଅବିବାହିତଙ୍କ ବିବାହ ନେଇ ଯୋଗ ଫିଟିବ । ବ୍ୟବସାୟ କରୁଥିବା ଲୋକେ ଟଙ୍କା ପାଇବେ । ଆର୍ଥିକ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)