Budh Gochar 2023: ମିଥୁନ ରାଶିରେ ବିରାଜମାନ ବୁଧ, ୫ ରାଶିଙ୍କୁ ମାଲେମାଲ କରିବ ଏହି ରାଜଯୋଗ!
Advertisement
Article Detail0/zeeodisha/odisha1771562

Budh Gochar 2023: ମିଥୁନ ରାଶିରେ ବିରାଜମାନ ବୁଧ, ୫ ରାଶିଙ୍କୁ ମାଲେମାଲ କରିବ ଏହି ରାଜଯୋଗ!

Budh Gochar 2023: ଗ୍ରହମାନଙ୍କ ଆଗମନ ବା ପ୍ରତ୍ୟାବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ବୁଧଙ୍କୁ ବୁଦ୍ଧିର କାରଣ ଭାବେ ବିବେଚନା କରାଯାଏ । ଗ୍ରହମାନଙ୍କ ରାଜ କୁମାର କୁହାଯାଉଥିବା ବୁଧ ଜୁନ୍ ମାସରେ ସ୍ୱରାଶି ମିଥୁନକୁ ଗୋଚର କରିଥିବା ବେଳେ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏଠାରେ ବିରାଜମାନ ରହିବେ । 

ସୌ(ସୋସିଆଲ ମିଡିଆ)

Budh Gochar 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ (grah gochar 2023) କରିଥାଆନ୍ତି । ଗ୍ରହମାନଙ୍କ ଆଗମନ ବା ପ୍ରତ୍ୟାବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ବୁଧଙ୍କୁ ବୁଦ୍ଧିର କାରଣ ଭାବେ ବିବେଚନା କରାଯାଏ । ଗ୍ରହମାନଙ୍କ ରାଜ କୁମାର କୁହାଯାଉଥିବା ବୁଧ ଜୁନ୍ ମାସରେ ସ୍ୱରାଶି ମିଥୁନକୁ ଗୋଚର (Budh Gochar 2023 )କରିଥିବା ବେଳେ ସେପ୍ଟେମ୍ବର ମାସ ୨୦ ତାରିଖ ପର୍ଯ୍ୟନ୍ତ ଏଠାରେ ବିରାଜମାନ ରହିବେ । ରାଶି ପରିବର୍ତ୍ତନ (Budh Gochar 2023) ରାଶିଚକ୍ରରେ ଥିବା କିଛି ରାଶିଙ୍କ ଜୀବନ ଉପରେ ବିଶେଷ ପ୍ରଭାବ ପକାଇଛି । ମିଥୁନ ରାଶିରେ ପୂର୍ବରୁ ସୂର୍ଯ୍ୟ ବିରାଜମାନ ଥିବାରୁ ବୁଧଙ୍କ ଗୋଚର ବା ରାଶି ପରିବର୍ତ୍ତନ ଫଳରେ ବୁଦ୍ଧାଦିତ୍ୟ ଯୋଗ (Budhaditya Yog 2023) ସୃଷ୍ଟି ହୋଇଛି । ସେପଟେ ବୁଧଙ୍କ ଏହି ରାଶି ପରିବର୍ତ୍ତନ ଯୋଗୁଁ (Budh Rashi Parivartan 2023) ୫ଟି ରାଶିକୁ ରାଜ ଯୋଗର ଲାଭ ପ୍ରାପ୍ତି ହୋଇଛି । ତେବେ ଆସନ୍ତୁ ଜାଣିବା ଏହି ସମୟ ମଧ୍ଯରେ କେଉଁ କେଉଁ ରାଶିଙ୍କ ଲାଗି ଶୁଭ ସମୟ ରହିଛି।

ବୃଷ ରାଶି- ବୁଧଙ୍କ ରାଶି ପରିବର୍ତ୍ତନ ଯୋଗୁଁ, ଚାକିରି କରୁଥିବା ଲୋକଙ୍କ ପଦୋନ୍ନତି ନେଇ ଯୋଗ ରହିଛି । କାର୍ଯ୍ୟ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟାମାନ ଦୂର ହେବ । ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ । ଦୂରଯାତ୍ରା ମଙ୍ଗଳମୟ ରହିବ । ହସଖୁସିରେ ସମୟ ଅତିବାହିତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ ରାଶି- ମିଥୁନ ରାଶିରେ ବୁଧଙ୍କ ଗୋଚର ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ବିଶେଷ ଲାଭଦାୟୀ ରହିଛି । ଏହାର ପ୍ରଭାବରେ ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ର ସହ ଜଡ଼ିତ ଲୋକଙ୍କ ଅଗ୍ରଗତି ହେବ। ଆର୍ଥିକ୍ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବେ । ଆକସ୍ମିତ ଅର୍ଥ ଲାଭ । କର୍ମକ୍ଷେତ୍ରରେ ଅଧିକାରୀମାନେ ପ୍ରସଂଶା କରିବା ପଦୋନ୍ନତି ନେଇ ଯୋଗ ରହିଛି । କୋର୍ଟ କଚେରୀ ମାମଲାରେ ବିଜୟୀ ଲାଭ କରିବେ ।

ସିଂହ ରାଶି- ବୁଧଙ୍କ ରାଶି ପରିବର୍ତ୍ତନ ଯୋଗୁଁ ଏହି ରାଶିର ବ୍ୟକ୍ତି ବିଶେଷ ମାନେ ବିଶେଷ ଭାବେ ଉପକୃତ ହୋଇଛନ୍ତି । ଚାକିରି ସନ୍ଧାନରେ ଥିବା ଲୋକମାନଙ୍କୁ ନୂତନ ଚାକିରି ନେଇ ଅଫର ମିଳିପାରେ। ପୁରୁଣା ବିନିଯୋଗରୁ ଲାଭ ପାଇବେ । ବ୍ୟୟ କମିବା ସହ ଆୟରେ ବୃଦ୍ଧି ଘଟିବ । ନୂତନ ବ୍ୟବସାୟ ଲାଗି ସମୟ ଅନୁକୂଳ ଅଟେ ।

କନ୍ୟା ରାଶି- ବୁଧ କନ୍ୟାର ରାଶିର ଶାସକ ଗ୍ରହ ଅଟନ୍ତି । ମିଥୁନ ରାଶିରେ ବୁଧଙ୍କ ପ୍ରବେଶ ଯୋଗୁଁ ସୃଷ୍ଟି ହେଉଥିବା ବୁଦ୍ଧାଦିତ୍ୟ ରାଜ ଯୋଗ ଫଳରେ କନ୍ୟା ରାଶିର ବ୍ୟକ୍ତି ବିଶେଷ ମାନେ ବିଶେଷ ଲାଭଦାୟୀ ହେବେ । ଚାକିରି କରୁଥିବା ଲୋକଙ୍କ ପଦୋନ୍ନତି ନେଇ ବାଟ ଫିଟିବ । ବ୍ୟବସାୟରେ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ମଙ୍ଗଳମୟ ହେବ । ପାରିପାରିବ ସମ୍ପର୍କରେ ମଧୁରତା ଆସିବ । ଦୂରସ୍ଥାନକୁ ଯାତ୍ରା ଭାଲଦାୟୀ ରହିବ ।

ତୁଳା ରାଶି-  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପ୍ରେମ ଜୀବନରେ ମଧୁରତା ଆସିବ । ଅବିବାହିତଙ୍କ ବିବାହ ନେଇ ଯୋଗ ଫିଟିବ । ବ୍ୟବସାୟ କରୁଥିବା ଲୋକେ ବକେୟା ଟଙ୍କା ପାଇବେ । ଆର୍ଥିକ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ । ପିତାମାତାଙ୍କ ସ୍ବାସ୍ଥ୍ୟ ଭଲ ରହିବ । ଦୀର୍ଘ ଦିନରୁ ବ୍ୟବସାୟକୁ ନେଇ ଥିବା ଆଶା ପୂରଣ ହେବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)