Best Age To Have Baby: ଆପଣ ଜାଣିଛନ୍ତି ସନ୍ତାନ ଜନ୍ମ କରିବା ପାଇଁ ସଠିକ୍ ବୟସ କ'ଣ? ଜାଣନ୍ତୁ କ'ଣ କହୁଛି ବିଜ୍ଞାନ
Advertisement

Best Age To Have Baby: ଆପଣ ଜାଣିଛନ୍ତି ସନ୍ତାନ ଜନ୍ମ କରିବା ପାଇଁ ସଠିକ୍ ବୟସ କ'ଣ? ଜାଣନ୍ତୁ କ'ଣ କହୁଛି ବିଜ୍ଞାନ

Best Age To Have Baby: ବିବାହ (Perfect Marriage Age) ଓ ସନ୍ତାନ ପ୍ରାପ୍ତି ପାଇଁ ସଠିକ୍ ବୟସକୁ ନେଇ ଦୀର୍ଘ ଦିନ ଧରି ବିତର୍କ ଚାଲିଆସୁଛି । ସମସ୍ତଙ୍କ ଚିନ୍ତାଧାରା ଏହା ବିଷୟରେ ଭିନ୍ନ ଅଟେ । ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ବୟସ ଓ ସନ୍ତାନ ଜନ୍ମ ମଧ୍ୟରେ ପ୍ରକୃତରେ ଏକ ଗଭୀର ସଂଯୋଗ ଅଛି କି? କ'ଣ ୩୦-୪୦ ବର୍ଷରୁ ଅଧିକ ବୟସର ଲୋକ ବାପାମା ହୋଇପାରିବେ ନାହିଁ? ଆସନ୍ତୁ ଜାଣିବା ଏ ବିଷୟରେ...

ପ୍ରତୀକାତ୍ମକ ଫଟୋ

Best Age To Have Baby: ପ୍ରାୟତଃ ଲୋକମାନେ କୁହନ୍ତି ଯେ ପୁଅ ଓ ଝିଅମାନେ ଯୁବାବସ୍ଥାରେ ବିବାହ (Marriage) କରିବା ଉଚିତ୍ । ଯାହାଫଳରେ ସେମାନଙ୍କୁ ସନ୍ତାନ ଜନ୍ମ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । କିଛି ଲୋକ ସନ୍ତାନ ଜନ୍ମ କରିବା ପାଇଁ ୨୦ ବର୍ଷକୁ ଉପଯୁକ୍ତ ବୟସ ଭାବରେ ମନେ କରୁଥିବାବେଳେ ଅନେକ ଲୋକ ୩୦ ପରେ ବାପାମା' ହେବା ଭଲ ବୋଲି ଭାବନ୍ତି । ବିବାହ (Perfect Marriage Age) ଓ ସନ୍ତାନ ପ୍ରାପ୍ତି ପାଇଁ ସଠିକ୍ ବୟସ (Best Age To Have Baby) କୁ ନେଇ ଦୀର୍ଘ ଦିନ ଧରି ବିତର୍କ ଚାଲିଆସୁଛି । ସମସ୍ତଙ୍କ ଚିନ୍ତାଧାରା ଏହା ବିଷୟରେ ଭିନ୍ନ ଅଟେ । ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ବୟସ ଓ ସନ୍ତାନ ଜନ୍ମ ମଧ୍ୟରେ ପ୍ରକୃତରେ ଏକ ଗଭୀର ସଂଯୋଗ ଅଛି କି? କ'ଣ ୩୦-୪୦ ବର୍ଷରୁ ଅଧିକ ବୟସର ଲୋକ ବାପାମା ହୋଇପାରିବେ ନାହିଁ? ଆସନ୍ତୁ ଜାଣିବା ଏ ବିଷୟରେ...

ମେଡିକାଲ୍ ନ୍ୟୁଜ୍ ଟୁଡେ ରିପୋର୍ଟ ଅନୁଯାୟୀ, ସନ୍ତାନ ଜନ୍ମ କରିବାର କୌଣସି ଉପଯୁକ୍ତ ବୟସ ନାହିଁ, ଯାହା ସମସ୍ତଙ୍କ ପାଇଁ ସମାନ । ଏହି ବୟସ ସମସ୍ତଙ୍କ ପାଇଁ ଅଲଗା ହୋଇପାରେ । ମହିଳାମାନେ ସାଧାରଣତଃ କିଶୋରାସ୍ଥା (Teenage) ରୁ ମେନୋପୋଜ (Menopause) ପର୍ଯ୍ୟନ୍ତ ସନ୍ତାନ ଜନ୍ମ କରିବାକୁ ସକ୍ଷମ ହୋଇଥାଏ । ଅନ୍ୟପଟେ ପୁରୁଷମାନେ ୬୦ କିମ୍ବା ୭୦ ବର୍ଷ ପର୍ଯ୍ୟନ୍ତ ବାପା ହୋଇପାରନ୍ତି । ଯଦିଓ ଏହି ସବୁ ଜିନିଷ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ନିର୍ଭର କରେ । କିଛି ମହିଳା ଓ ପୁରୁଷଙ୍କର ଦୀର୍ଘ ସମୟ ଧରି ଉତ୍ତମ ପ୍ରଜନନ କ୍ଷମତା ଥିବାବେଳେ କେତେକ ଲୋକ ଅଳ୍ପ ବୟସରେ ଫର୍ଟିଲିଟି ହରାନ୍ତି । ଏହାର ଅନେକ କାରଣ ଥାଇପାରେ ।

ବିଜ୍ଞାନ ଅନୁଯାୟୀ, ଯେତେବେଳେ କୌଣସି ପୁଅ କିମ୍ବା ଝିଅ କିଶୋର ଅବସ୍ଥାରେ ପ୍ରବେଶ କରନ୍ତି, ସେତେବେଳେ ସେମାନଙ୍କର ଫର୍ଟିଲିଟି ବା ପ୍ରଜନନ (Fertility) କ୍ଷମତା  ଆରମ୍ଭ ହୁଏ । ସାଧାରଣତଃ ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ସର୍ବାଧିକ ପ୍ରଜନନ ୨୦ରୁ ୩୦ ବର୍ଷ ମଧ୍ୟରେ ହୋଇଥାଏ । ଆମେରିକୀୟ ସୋସାଇଟି ଫର ଫର୍ଟିଲିଟି ମେଡିସିନ୍ ଅନୁଯାୟୀ ମହିଳାମାନଙ୍କ ୩୦ ବର୍ଷ ବୟସ ପରେ ପ୍ରଜନନ ସାମାନ୍ୟ ହ୍ରାସ ପାଇଥାଏ । ଏହା ୩୫ରୁ ୪୫ ବର୍ଷ ମଧ୍ୟରେ ଯଥେଷ୍ଟ କମିଯାଏ । ଜଣେ ୩୦ ବର୍ଷ ବୟସ୍କା ସୁସ୍ଥ ମହିଳାଙ୍କ ପ୍ରତି ମାସରେ ଗର୍ଭଧାରଣ କରିବାର ପ୍ରାୟ ୨୦ ପ୍ରତିଶତ ସମ୍ଭାବନା ରହିଥାଏ ।

୪୦ ବର୍ଷ ବୟସ ପରେ ଏହି ସଂଖ୍ୟା ୫ ପ୍ରତିଶତମରୁ କମ୍ ହୋଇଯାଏ । ଏହା ଏକ ପ୍ରାକୃତିକ ପ୍ରକ୍ରିୟା । ଯଦିଓ ମେନୋପୋଜର ବୟସ ପ୍ରାୟ ୫୦ ବର୍ଷ ଓ ମହିଳାମାନେ ମେନୋପୋଜ ପୂର୍ବରୁ ଗର୍ଭବତୀ ହୋଇପାରନ୍ତି । ପୁରୁଷ ମାନଙ୍କ ବିଷୟରେ କହିବାକୁ ଗଲେ, ସେମାନଙ୍କର ପ୍ରଜନନ ପାଇଁ କୌଣସି ବୟସ ସୀମା ନାହିଁ, କିନ୍ତୁ ବୟସ ସହିତ ସେମାନଙ୍କର ଶୁକ୍ରାଣୁ ସଂଖ୍ୟା ଓ ଗୁଣରେ ହ୍ରାସ ଘଟିଥାଏ । ୬୦ ବର୍ଷ ପରେ ପୁରୁଷମାନଙ୍କର ବାପା ହେବାର ରାସ୍ତା ବହୁତ କଷ୍ଟସାଧ୍ୟ ହୋଇପାରେ ।

ଅଧିକ ପଢ଼ନ୍ତୁ:-ପାକିସ୍ତାନ ନୁହେଁ, ଏହି ଦେଶରେ ଖେଳାଯିବ ଏସିଆ କପ୍ ୨୦୨୩! କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଅଧିକ ପଢ଼ନ୍ତୁ:-ଭାରତକୁ ଲାଗିଲା ଜୋରଦାର ଝଟକା, କ୍ରିକେଟରୁ ଅବସର ନେଲେ ଏହି ଦ୍ରୁତ ବୋଲର

ଅଧିକ ପଢ଼ନ୍ତୁ:-ଉମ୍ରାନ ମଲିକ ତିଲକ ନଲଗାଇବା ବିବାଦ ପରେ ସାମ୍ନାକୁ ଆସିଲା ନୂଆ ଫଟୋ, ସମାଲୋଚକଙ୍କୁ ମିଳିଲା ମୁହଁତୋଡ଼ ଜବାବ

 

ବୟସ ଏକମାତ୍ର କାରକ ନୁହେଁ ଯାହା ମହିଳାଙ୍କ ଗର୍ଭଧାରଣ କରିବାର କ୍ଷମତାକୁ ପ୍ରଭାବିତ କରିଥାଏ । ଆମେରିକାରେ ପ୍ରାୟ ୧୨-୧୩ ପ୍ରତିଶତ ଦମ୍ପତିଙ୍କ ବୟସ ନିର୍ବିଶେଷରେ ଗର୍ଭବତୀ ହେବାରେ ଅସୁବିଧା ହୁଏ । ବ୍ୟକ୍ତିଗତ ସ୍ୱାସ୍ଥ୍ୟ ପ୍ରତ୍ୟେକ ବୟସରେ ସନ୍ତାନ ପ୍ରାପ୍ତି କରିବାର କ୍ଷମତାକୁ ପ୍ରଭାବିତ କରିଥାଏ । ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ (PCOS) ଓ ଏଣ୍ଡୋମେଟ୍ରିଓସିସ୍ ଭଳି ଚିକିତ୍ସା ଅବସ୍ଥା ଅଳ୍ପ ବୟସରେ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇପାରେ । ମାନସିକ କାରକ ଓ ଆର୍ଥିକ ଅବସ୍ଥା ଯୋଗୁଁ ଲୋକମାନେ ମଧ୍ୟ କିଛି ପରିମାଣରେ ପ୍ରଭାବିତ ହୁଅନ୍ତି ।