ପୁରୁଷଙ୍କ ପାଇଁ ଖଜୁରୀ ସେବନ କୌଣସି ବରଦାନ ଠାରୁ କମ୍ ନୁହେଁ; ପ୍ରତିଦିନ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ
Advertisement
Article Detail0/zeeodisha/odisha1198320

ପୁରୁଷଙ୍କ ପାଇଁ ଖଜୁରୀ ସେବନ କୌଣସି ବରଦାନ ଠାରୁ କମ୍ ନୁହେଁ; ପ୍ରତିଦିନ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

Health Benefits of Dates: କ୍ୟାଲୋରୀ,ଫାଇବର,ପ୍ରୋଟିନ୍,ପୋଟାସିୟମ ଏବଂ କପର ପରି ପୋଷକ ତତ୍ତ୍ୱ ମିଳିଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ପୁରୁଷଙ୍କ ଶାରୀରିକ ଶକ୍ତି ବୃଦ୍ଧି ହୋଇଥାଏ ଆଉ ଦୁର୍ବଳତା ଦୂର ହୋଇଥାଏ । କେବଳ ଏତିକି ନୁହେଁ ଏହାକୁ ଖାଇବା ଦ୍ୱାରା ସ୍ପର୍ମ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ଖଜୁରୀର ଉପକାରିତା ।

ପୁରୁଷଙ୍କ ପାଇଁ ଖଜୁରୀ ସେବନ କୌଣସି ବରଦାନ ଠାରୁ କମ୍ ନୁହେଁ; ପ୍ରତିଦିନ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

Health Benefits of Dates: ଖଜୁରୀ ସେବନରେ ଅନେକ ଲାଭ ମିଳିଥାଏ । ଏହା ଅନେକ ରୋଗରୁ ଉପଶମ ଦେଇଥାଏ । କିନ୍ତୁ ଆପଣ ଜାଣନ୍ତି କି ପୁରୁଷଙ୍କ ପାଇଁ ଖଜୁରୀ ଏକ ବରଦାନ ଠାରୁ କମ୍ ନୁହେଁ । ଆଜ୍ଞା ହଁ, ପୁରୁଷଙ୍କ ପାଇଁ ଖଜୁରୀ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାର । 

କ୍ୟାଲୋରୀ,ଫାଇବର,ପ୍ରୋଟିନ୍,ପୋଟାସିୟମ ଏବଂ କପର ପରି ପୋଷକ ତତ୍ତ୍ୱ ମିଳିଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ପୁରୁଷଙ୍କ ଶାରୀରିକ ଶକ୍ତି ବୃଦ୍ଧି ହୋଇଥାଏ ଆଉ ଦୁର୍ବଳତା ଦୂର ହୋଇଥାଏ । କେବଳ ଏତିକି ନୁହେଁ ଏହାକୁ ଖାଇବା ଦ୍ୱାରା ସ୍ପର୍ମ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ଖଜୁରୀର ଉପକାରିତା ।

୧. ହଜମ ପ୍ରକ୍ରିୟାକୁ ବୃଦ୍ଧି କରିଥାଏ । ପାଚନ ସମସ୍ୟାକୁ ଦୂର କରିବା ସହ କୋଷ୍ଠକାଠିନ୍ୟ ଦୂର କରିବା ଏବଂ ପେଟ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ । ତେଣୁ ପୁରୁଷ ମାନେ ପ୍ରତିଦିନ ଖଜୁରୀ ଖାଇବା ଉଚିତ୍ ।

୨. ମସ୍ତିଷ୍କ ଶକ୍ତି ବୃଦ୍ଧି କରିବାରେ ବେଶ ସହାୟକ ଖଜୁରୀ । ଏହା ମସ୍ତିଷ୍କର ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏ । ଭିଟାମିନ ବି ଏବଂ କୋଲିନ୍ ମିଳିଥାଏ ଯାହା ଆପଣଙ୍କର ସ୍ମରଣଶକ୍ତିକୁ ପ୍ରଖର କରିଥାଏ । ତେଣୁ ପୁରୁଷମାନେ ସେମାନଙ୍କ ଖାଦ୍ୟରେ ଖଜୁରୀକୁ ଅନ୍ତର୍ଭୁକ୍ତ କରିବା ଜରୁରୀ ।

୩. ସ୍ପର୍ମ ବୃଦ୍ଧିରେ ସାହାଯ୍ୟ କରେ ଖଜୁରୀ । ଏହାର କାରଣ ହେଉଛି ଇଷ୍ଟ୍ରାଡିୟଲ୍ ଓ ଫ୍ଲେଭୋନଏଡ୍ ମିଳିଥାଏ ଯାହା ସ୍ପର୍ମ ବୃଦ୍ଧିରେ ସାହାଯ୍ୟ କରିଥାଏ । ଏଥିପାଇଁ ପୁରୁଷ ମାନେ ଏହାର ସେବନ କରିବା ଲାଭପ୍ରଦ ।

୪. ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ କାରଣ ଖଜୁରୀରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ବହୁତ କମ୍ ଥାଏ ତେଣୁ ଏହାକୁ ସେବନ କଲେ ବ୍ଲଡ ସୁଗର ସ୍ତରକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ । ମଧୁମେହ ରୋଗରେ ପୀଡିତ ପୁରୁଷ ଖଜୁରୀ ସେବନ କରିବା ଆବଶ୍ୟକ ।

ଏହା ବି ପଢ଼ନ୍ତୁ:-ହାସ୍ୟ ଅଭିନେତା ଯୋଗେଶ ଜୋଜୋଙ୍କୁ ମାଡ଼ ଓ ହତ୍ୟା ଧମକ, ରୁଜୁ ହେଲା ମାମଲା

ଏହା ବି ପଢ଼ନ୍ତୁ:-ବିୟର ପିଉଥିବା ଲୋକମାନେ ସାବଧାନ! ସ୍ୱାସ୍ଥ୍ୟକୁ ପହଞ୍ଚାଇଥାଏ ଏହି ୮ଟି କ୍ଷତି

ଏହା ବି ପଢ଼ନ୍ତୁ:-ପୁଅର ଭୁଲ ପାଇଁ ବାପାଙ୍କୁ ମିଳିଲା ଏପରି ଦଣ୍ଡ, ଜାଣିଲେ ଉଡ଼ିଯିବ ଆପଣଙ୍କ ହୋଶ୍!

 

୫. ପୁରୁଷମାନେ ଏହି ପରି ଖଜୁରୀ ଖାଇବା ଉଚିତ୍ । ଖଜୁରୀକୁ ରାତିରେ କ୍ଷୀର ସହିତ ଖାଇପାରିବେ । କ୍ଷୀରରେ ଫୁଟାଇବା ପରେ ଆପଣ ଏହାକୁ ପିଇପାରିବେ ।

୬. ଖଜୁରୀକୁ ରାତିରେ ପାଣିରେ ଭିଜାଇ ରଖି ଏହାକୁ ସକାଳେ ଖାଲି ପେଟରେ ଖାଇପାରିବେ ।

୭. ଅପରାହ୍ନର ସାଲାଡରେ ଆପଣ ଖଜୁରୀକୁ ମିଶାଇ ଖାଇପାରିବେ ।