Coffee Face Pack Benefits ସପ୍ତାହରେ ଥରେ ଲଗାନ୍ତୁ ମୁହଁରେ କଫି ପ୍ୟାକ୍, ମିଳିବ ୫ ପ୍ରକାର ଲାଭ
Advertisement

Coffee Face Pack Benefits ସପ୍ତାହରେ ଥରେ ଲଗାନ୍ତୁ ମୁହଁରେ କଫି ପ୍ୟାକ୍, ମିଳିବ ୫ ପ୍ରକାର ଲାଭ

ସାଧାରଣତଃ ଚେହେରାରେ ଚମକ ଆଣିବା ସମସ୍ତଙ୍କର ଇଚ୍ଛା । କିନ୍ତୁ ବଦଳୁଥିବା ଲାଇଫ ଷ୍ଟାଇଲ ,ଖରାପ ଖାଇବା ଅଭ୍ୟାସ ଏବଂ ପ୍ରଦୂଷଣ ହେତୁ ଚେହେରାରେ ବ୍ରଣ ଦେଖାଯାଇଥାଏ । ଏହା ସହ ଚର୍ମ ଅତ୍ୟଧିକ ତେଲିଆ ମଧ୍ୟ ହୋଇଯାଏ । ଏହା ବ୍ୟତୀତ ବେଳେ ବେଳେ ମୁହଁରେ ଏଲର୍ଜି ଦେଖାଦେଇଥାଏ । ଏହାକୁ ଏଡାଇବା ପାଇଁ ଆପଣ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିଥାଆନ୍ତି । ତେବେ ଏହି ସବୁ ସମସ୍ୟାରୁ ଦୂର କରିବା ପାଇଁ କଫି ବେଶ ଉପଯୋଗୀ । କେବଳ ଯେ କଫି ପିଇବା ଦ୍ବାରା ନୁହେଁ ବରଂ ଏହାର ଫେସ୍ ପ୍ୟାକକୁ ମୁହଁରେ ଲଗାଇଲେ ଆପଣ ଲାଭ ପାଇବେ । କଫିକୁ ବ୍ୟବହାର କରି ଆପଣ ନିଜର ଚର୍ମ ସମ୍ବନ୍ଧୀୟ  ସମସ୍ତ ସମସ୍ୟା ଦୂର କରିପାରିବେ । 

 

Coffee Face Pack Benefits ସପ୍ତାହରେ ଥରେ ଲଗାନ୍ତୁ ମୁହଁରେ କଫି ପ୍ୟାକ୍, ମିଳିବ ୫ ପ୍ରକାର ଲାଭ

ଏହି ପ୍ୟାକ୍ କିପରି  ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା -

ପୁଷ୍ଟିକର ବିଶେଷଜ୍ଞଙ୍କ ମତରେ  ପ୍ରଥମେ ଆପଣଙ୍କୁ ତିନିରୁ ଚାରି ଚାମଚ କଫି ନେବେ ଏଥିରେ ଏକ ଚାମଚ ନଡିଆ ତେଲ ଏବଂ ମହୁ ମିଶାନ୍ତୁ । ସମ୍ଭବ ହେଲେ ଆପଣ ଗୋଲାପ ଜଳ ମଧ୍ୟ ମିଶାଇପାରିବେ । ଏହି ସବୁ ମିଶ୍ରଣକୁ ମିଶାଇବା ପରେ  ଏହି ପ୍ୟାକକୁ ମୁହଁରେ ଲଗାନ୍ତୁ ।ଏହି ପ୍ୟାକକୁ ୨୫ ମିନିଟ୍ ପାଇଁ ମୁହଁରେ ଲଗାଇ ରଖନ୍ତୁ । ଏହି ପ୍ୟାକ୍ ଆପଣଙ୍କ ଚର୍ମକୁ ଚମକାଇବ ସହ ପିମ୍ପଲକୁ ଦୂର କରିବାରେ ସହାୟକ ହୋଇଥାଏ  । 

କଫି ଫେସ୍ ପ୍ୟାକର ଲାଭ
-ପୁଷ୍ଟିକର ବିଶେଷଜ୍ଞଙ୍କ ମତରେ କଫି ପ୍ୟାକ୍ କେବଳ ଯେ ଚେହେରାରେ ଚମକ ଆଣିବ ତାହା ନୁହେଁ ବରଂ ବ୍ରଣ ସମସ୍ୟାକୁ ଦୂର କରିଥାଏ ।ଏହା ସହ ଆପଣ ମୁହଁ ସତେଜ ଦେଖାଯାଇଥାଏ । 

- ଏହା ବ୍ୟତୀତ ଚର୍ମର ମୃତକୋଷିକାକୁ ବି ଦୂର କରିଥାଏ । ପୁଷ୍ଟିକର ବିଶେଷଜ୍ଞଙ୍କ ମତରେ ଯେଉଁମାନଙ୍କର ଅତ୍ୟଧିକ ତେଲିଆ କିମ୍ବା ଶୁଷ୍କ ଚର୍ମ ଥାଏ ସେମାନେ ମଧ୍ୟ ଏହି ପ୍ୟାକ  ନିଶ୍ଚିତ ଭାବେ ଟ୍ରାଏ କରନ୍ତୁ । ଏହା ଦ୍ହାରା ଆପଣଙ୍କୁ ନିଶ୍ଚିତ ଲାଭ ମିଳିବ । 

-କଫି ଫେସ୍ ପ୍ୟାକ୍ ଦ୍ବାରା ଡାର୍କ ସର୍କଲ ହଟାଇବା ସହ ବ୍ଲାକ ହେଡ୍ସକୁ ବି ଦୂର କରିବାରେ ସହାୟକ ହୋଇଥାଏ ।

- ଏହି ପ୍ୟାକ ବ୍ୟବହାର କରିବା ଦ୍ବାରା ଆପଣଙ୍କ ଚେହେରା ସଫା ରହିଥାଏ । ଏହାକୁ ସପ୍ତାହରେ ଥରେ ପ୍ରୟୋଗ କରନ୍ତୁ । ଆପଣଙ୍କୁ ଧୀରେ ଧୀରେ ଏହାର ଉପକାରିତା ଦେଖିବାକୁ ପାଇବେ ।