ଯୁବା ରହିବାର ସହଜ ଉପାୟ, ଜାଣନ୍ତୁ ବ୍ୟାୟାମ ପରେ କେଉଁ ଜୁସ୍ ପିଇବେ
Advertisement

ଯୁବା ରହିବାର ସହଜ ଉପାୟ, ଜାଣନ୍ତୁ ବ୍ୟାୟାମ ପରେ କେଉଁ ଜୁସ୍ ପିଇବେ

Beet Juice Health Benefits: ବିଟରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍ A (Vitamin A) ରହିଥିବାରୁ ଏହାର ଜୁସ୍ (Beet Juice) ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ବିଟ୍ ଜୁସରେ ଆଣ୍ଟିଅକ୍ସିଡେଣ୍ଟ୍, ଆଇରନ୍, ଫୋଲିକ୍ ଏସିଡ୍, ଭିଟାମିନ୍ C ଓ ମ୍ୟାଗ୍ନିସିୟମ୍ ରହିଛି । ଯାହା ତ୍ୱଚା ସମ୍ବନ୍ଧୀୟ ସମସ୍ତ ରୋଗର ଉପଚାର ପାଇଁ ଜରୁରୀ । ଅନେକ ଲୋକ ଏ

ଯୁବା ରହିବାର ସହଜ ଉପାୟ, ଜାଣନ୍ତୁ ବ୍ୟାୟାମ ପରେ କେଉଁ ଜୁସ୍ ପିଇବେ

ନୂଆଦିଲ୍ଲୀ: Beet Juice Health Benefits: ବିଟରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍ A (Vitamin A) ରହିଥିବାରୁ ଏହାର ଜୁସ୍ (Beet Juice) ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ବିଟ୍ ଜୁସରେ ଆଣ୍ଟିଅକ୍ସିଡେଣ୍ଟ୍, ଆଇରନ୍, ଫୋଲିକ୍ ଏସିଡ୍, ଭିଟାମିନ୍ C ଓ ମ୍ୟାଗ୍ନିସିୟମ୍ ରହିଛି । ଯାହା ତ୍ୱଚା ସମ୍ବନ୍ଧୀୟ ସମସ୍ତ ରୋଗର ଉପଚାର ପାଇଁ ଜରୁରୀ । ଅନେକ ଲୋକ ଏହି କାରଣ ଯୋଗୁଁ ଚିନ୍ତାରେ ରହିଥାନ୍ତି ଜିମ୍ ଯିବା ପୂର୍ବରୁ ଓ ପରେ କେଉଁ ଜିନିଷର ସେବକ କରିବା ଉଚିତ୍ ।  ଯାହାଦ୍ୱାରା ଆପଣ ଫିଟ୍ ଓ ସୁସ୍ଥ ରହିପାରିବେ ।  ଆପଣ ଜାଣିଛନ୍ତି କି, ସେକ୍ ଓ ଜୁସ୍ ଏକ୍ସରସାଇଜ୍ ପରେ ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ ।

ବିଟ୍ ଜୁସ (Beet Juice) କୁ ସୁପର ଫୁଡ୍ ବା ସୁପର ଜୁସ୍ କୁହାଯାଇଥାଏ ।  କାରଣ ଆଥଲେଟିକ୍ ପ୍ରଦର୍ଶନରେ ସୁଧାର ଆଣିଥାଏ । ଏହି ଜୁସ୍ ପିଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ  ଏବଂ ରକ୍ତ ପ୍ରବାହ ବୃଦ୍ଧି ପାଇଥାଏ । ଆଇରନ୍, ମ୍ୟାଗ୍ନେସିୟମ୍, ଫୋଲେଟ୍ ଏବଂ ଆଣ୍ଟିଅକ୍ସିଡେଣ୍ଟ ଗୁଣରେ ଭରପୁର ବିଟ୍ ଜୁସ୍ ଏକ ଭଲ ପୋଷ୍ଟ ୱାର୍କଆଉଟ୍ ଡ୍ରିଙ୍କ୍ ଭାବେ ଜଣାଯାଏ ।

ଇଂଲଣ୍ଡରେ North Mbrail University ଦ୍ୱାରା କରାଯାଇଥିବା ରିସର୍ଚ୍ଚ ଅନୁସାରେ, ବିଟ୍ ଜୁସ୍ (Beet Juice) ପିଇବା ଦ୍ୱାରା ମାଂସପେଶୀ ଉପରେ ଏହାର ବହୁ ସୁପ୍ରଭାବ ପଡିଥାଏ । କୌଣସି ଅନ୍ୟ ଖାଦ୍ୟ ପଦାର୍ଥ ତୁଳନାରେ ଏହା ଦ୍ରୁତ ଗତିରେ ଶରୀରକୁ ପୋଷକ ଯୋଗାଏ । ୨୦ଜଣ ଲୋକଙ୍କୁ ନେଇ ଏକ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ୩ଟି ଦଳରେ ବିଭାଜନ କରାଯାଇଥିଲା । ଗୋଟିଏ ଦଳ୨୫୦ ମିଲିଲିଟର ବିଟ୍ ଜୁସ୍ ସେବନ କରିଥିଲେ ।  ଦ୍ୱିତୀୟ ଦଳ ୧୨୫ ମିଲିଲିଟର ଏବଂ ତୃତୀୟ ଦଳକୁ ଏକ ପ୍ଲସବୋ ପ୍ରଦାନ କରାଯାଇଥିଲା ।  

ଏହା ବି ପଢ଼ନ୍ତୁ:-କେକେଙ୍କ ପୂର୍ବରୁ ୨୦୨୧ରେ ଏହି ସେଲିବ୍ରେଟମାନଙ୍କ ମୃତ୍ୟୁ କାରଣ ଥିଲା ହୃଦଘାତ

ଏହା ବି ପଢ଼ନ୍ତୁ:-ହୃଦଘାତ ନା ଅପ୍ରାକୃତିକ ମୃତ୍ୟୁ? ଲାଇଭ୍ କନ୍ସର୍ଟ ପରେ କେକେଙ୍କ ମୃତ୍ୟୁକୁ ନେଇ ଉଠିଛି ଏହି ୫ଟି ବଡ଼ ପ୍ରଶ୍ନ

ଏହା ବି ପଢ଼ନ୍ତୁ:-ରାଜ୍ୟ ସଭା ନିର୍ବାଚନ ପରେ ସଚିନଙ୍କୁ ମିଳିବ ରାଜସ୍ଥାନର କମାଣ!

ପରୀକ୍ଷାରୁ ଏହା ଜାଣିବାକୁ ମିଳିଲା ଯେ, ଯେଉଁ ଦଳ ଅଧିକ ବିଟ୍ ଜୁସ୍ (Beet Juice) ସେବନ କରିଥିଲେ ସାମନଙ୍କ ମାଂଶପେଶୀ ଶୀଘ୍ର ଠିକ ହୋଇଗଲା । ବିଟ୍ ଜୁସରେ ନାଇଟ୍ରିକ୍ ଅକ୍ସାଇଡ୍ ରହିଥିବାରୁ ମାଂସପେଶୀକୁ ଦୃତଗତିରେ  ଠିକ୍ କରିବାକୁ ସାହାଯ୍ୟ କରିଥାଏ  ଏବଂ ଜୁସ୍ ଯନ୍ତ୍ରଣାକୁ କମ୍ କରିଥାଏ ।  ପରୀକ୍ଷକ ଏହା ମଧ୍ୟ ଦାବି କରିଛନ୍ତି ଯେ, ଆପଣ ଏକ୍ସରସାଇଜ୍ ପରେ ବିଟ୍ ଜୁସ୍ ସହଜରେ ସେବନ କରିପାରିବେ । ପରୀକ୍ଷାରୁ ଏହା ଜଣାପଡ଼ିଲା  ମାରାଥନ ପୂର୍ବରୁ ଏହି ଜୁସକୁ ସେବନ ଦ୍ୱାରା ଦୃତ ଗତିରେ ଚାଲିବାକୁ ସାହାଯ୍ୟ କରିଥାଏ ।