କଣ ବିପି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ କି କଦଳୀ! ଜାଣନ୍ତୁ ଏହାର ଉପକାରିତା
Advertisement
Article Detail0/zeeodisha/odisha1165920

କଣ ବିପି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ କି କଦଳୀ! ଜାଣନ୍ତୁ ଏହାର ଉପକାରିତା

ଏହି ଫଳ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ,କିନ୍ତୁ ଆପଣ ଜାଣନ୍ତି କି କଦଳୀ ଖାଇବା ଆପଣଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ କେତେ ଲାଭଦାୟକ?

କଣ ବିପି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ କି କଦଳୀ! ଜାଣନ୍ତୁ ଏହାର ଉପକାରିତା

କଦଳୀ ଆପଣଙ୍କୁ ଗୋଟିଏ ନୁହେଁ ଅନେକ ରୋଗରୁ ଦୂରେଇ ରଖେ। ଏହି ଫଳ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ,କିନ୍ତୁ ଆପଣ ଜାଣନ୍ତି କି କଦଳୀ ଖାଇବା ଆପଣଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ କେତେ ଲାଭଦାୟକ?  ଆସନ୍ତୁ ଜାଣିବା କଦଳୀରେ କଣ ଉପକାରିତା ରହିଛି। କଦଳୀରେ ପୋଟାସିୟମ୍ ଏବଂ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ। ଏହା କେବଳ ଆପଣଙ୍କ ବିପିକୁ କଣ୍ଟ୍ରୋଲ କରେ ତାହା ନୁହେଁ ବରଂ ହାଡକୁ ମଧ୍ୟ ଶକ୍ତିଶାଳୀ କରିଥାଏ।  ଖରାଦିନରେ କଦଳୀ ଏକ ପ୍ରମୁଖ ଶକ୍ତି ଉତ୍ସ ଭାବରେ ପରିଗଣିତ। ଏଥିପାଇଁ କିଛି ଲୋକେ ପ୍ରତିଦିନ କଦଳୀ ଖାଇବାକୁ ପସନ୍ଦ କରନ୍ତି। ତେବେ ଆସନ୍ତୁ ଜାଣିବା କଦଳୀର ଉପକାରିତା କଣ?

କଦଳୀରେ ଶୀଘ୍ର ପେଟ ଭରେ
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କଦଳୀରେ ଅନେକ କାର୍ବୋହାଇଡ୍ରେଟ୍ ଥାଏ ଯାହାକୁ ଖାଇବା ଦ୍ବାରା ପେଟ ଶୀଘ୍ର ଭରିଯାଏ।  ଅଫିସ୍ କିମ୍ବା କଲେଜ ଯିବା ସମୟରେ ଆପଣ ନିଜ ଜଳଖିଆ ମିସ୍ କରୁଛନ୍ତି ତେବେ କଦଳୀ ଖାଇବା ପରେ ବାହାରକୁ ଯାଆନ୍ତୁ କାରଣ ଏହାକୁ ଖାଇଲେ ତତକ୍ଷାତ୍ ଶକ୍ତି ମିଳିଥାଏ।

ମାନସିକ ଚାପମୁକ୍ତ
ମାନସିକ ଚାପରୁ ମୁକ୍ତି ପାଇଁ କଦଳୀ ହେଉଛି ବହୁ ଲାଭଦାୟକ। ବାସ୍ତବରେ କଦଳୀରେ ଟ୍ରାଇପଟୋଫାନ୍ ନାମକ ଏକ ଉପାଦାନ ରହିଛି। ଏହି ଟ୍ରାଇପଟୋଫାନ୍ କାରଣରୁ ଆମ ଶରୀରରେ ସେରୋଟୋନିନ୍ ତିଆରି ହୁଏ ଆଉ ସେରୋଟୋନିନ୍ କୁ ହାପି ହରମୋନ୍ ମଧ୍ୟ କୁହାଯାଏ ଯାହା ଦ୍ବାରା ଆପଣ ମାନସିକ ଚାପ ଠାରୁ ଦୂରେଇ ରହିଥାଆନ୍ତି।  
 
ପାଚନ ସମସ୍ୟା ଦୂର
ହଜମ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ କଦଳୀ ବହୁତ ଲାଭଦାୟକ ଅଟେ। ବାସ୍ତବରେ କଦଳୀରେ ଥିବା ଷ୍ଟାର୍ଚ ଆମ ହଜମ ପ୍ରକ୍ରିୟା ପାଇଁ ଗୁରୁତ୍ବପୂର୍ଣ୍ଣ  ଭଲ ବ୍ୟାକ୍ଟେରିଆ ପାଇଁ ଲାଭଦାୟକ ଅଟେ। କଦଳୀରେ ମଧ୍ୟ ଆଣ୍ଟି ଏସିଡ୍ ଥାଏ ତେଣୁ ଆପଣଙ୍କର ହୃଦଘାତର ସମସ୍ୟା ଥାଏ ତେବେ କଦଳୀ ଖାଇବା ଦ୍ବାରା ଆପଣଙ୍କ ପାଇଁ ଲାଭ ଅଟେ।
ଶକ୍ତ ହୁଏ ହାଡ
ହାଡକୁ ମଜବୁତ କରିବା ପାଇଁ କଦଳୀ ଖାଇବା ଉଚିତ୍। କାରଣ ୩୦ ବର୍ଷ ବୟସ ପରେ ଆପଣଙ୍କ ହାଡର ସମସ୍ୟା ଅନୁଭୂତ ହୁଏ। ଏପରି ପରିସ୍ଥିତିରେ ଆପଣ ପ୍ରତିଦିନ ଗୋଟିଏ କଦଳୀ ଖାଇବା ଉଚିତ୍।