Venus Transit 2023: ରାଶି ପରିବର୍ତ୍ତନ କରିବେ ଶୁକ୍ର, ଜାଣନ୍ତୁ ଆପଣଙ୍କ ରାଶି ଉପରେ କ'ଣ ପଡ଼ିବ ପ୍ରଭାବ?
Advertisement
Article Detail0/zeeodisha/odisha1965419

Venus Transit 2023: ରାଶି ପରିବର୍ତ୍ତନ କରିବେ ଶୁକ୍ର, ଜାଣନ୍ତୁ ଆପଣଙ୍କ ରାଶି ଉପରେ କ'ଣ ପଡ଼ିବ ପ୍ରଭାବ?

Venus Transit 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ (Shukra Gochar 2023) କରିଥାଆନ୍ତି । ଏହି କ୍ରମରେ ଅର୍ଥାତ୍ ନୂଆ ବର୍ଷ ପୂର୍ବରୁ ଶୁକ୍ର ମଧ୍ୟ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ନଭେମ୍ବର ୩୦ ପୂର୍ବାହ୍ନ ୧୨ଟା ୫ ମିନିଟ୍ ସମୟରେ ସେ ତୁଳା ରାଶିକୁ ଚଳନ କରିବେ (Venus Transit 2023) । ଆସନ୍ତୁ ଜାଣିବା ଶୁକ୍ରଙ୍କ ଏହି ଗମନାଗମନ ଦ୍ୱାରା କେଉଁ ରାଶି ଚିହ୍ନ ଉପକୃତ ହେବାକୁ ଯାଉଛି।

Venus Transit 2023: ରାଶି ପରିବର୍ତ୍ତନ କରିବେ ଶୁକ୍ର, ଜାଣନ୍ତୁ ଆପଣଙ୍କ ରାଶି ଉପରେ କ'ଣ ପଡ଼ିବ ପ୍ରଭାବ?

Venus Transit 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ (Shukra Gochar 2023) କରିଥାଆନ୍ତି । ଏହି କ୍ରମରେ ଅର୍ଥାତ୍ ନୂଆ ବର୍ଷ ପୂର୍ବରୁ ଶୁକ୍ର ମଧ୍ୟ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି।  ଶୁକ୍ର (venus)ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଏବଂ ଆନନ୍ଦର କାରଣ ବୋଲି ବିବେଚନା କରାଯାଏ। ଶୁକ୍ର ବର୍ତ୍ତମାନ ମେଷ ରାଶିରେ ଥିବା ବେଳେ ନଭେମ୍ବର ୩୦ ପୂର୍ବାହ୍ନ ୧୨ଟା ୫ ମିନିଟ୍ ସମୟରେ ସେ ତୁଳା ରାଶିକୁ ଚଳନ କରିବେ (Venus Transit 2023) । ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ । ଅନ୍ୟପକ୍ଷରେ, ଯେତେବେଳେ ଶୁକ୍ରଙ୍କ ଅବସ୍ଥା ଖରାପ ହୁଏ, ସେତେବେଳେ ଜଣେ ବ୍ୟକ୍ତିଙ୍କୁ ଅନେକ ଉତ୍ଥାନପତନର ସମ୍ମୁଖୀନ ହେବାକୁ ପଡେ । ଆସନ୍ତୁ ଜାଣିବା ଶୁକ୍ରଙ୍କ ଏହି ଗମନାଗମନ ଦ୍ୱାରା କେଉଁ ରାଶି ଚିହ୍ନ ଉପକୃତ ହେବାକୁ ଯାଉଛି।

Also Read: Today Horoscope: ଅର୍ଥ ପ୍ରାପ୍ତି ଯୋଗ ସହ ଶୁଭଫଳ ପାଇବେ ଏହି ରାଶି, ଜାଣନ୍ତୁ କେମିତି କଟିବ ଆଜିର ଦିନ?

କୋଟିପତି ହେବେ ଏହି ସବୁ ରାଶି:

ମିଥୁନ: ଶୁକ୍ରଙ୍କ ରାଶି ପରିବର୍ତ୍ତନ ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ। ଏହି ଅବଧି ମଧ୍ୟରେ , ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହେବା ସହ ଘରେ ସୁଖ ସମୃଦ୍ଧି ମାଡି଼ ଯିବ। କ୍ୟାରିୟରରେ ସଫଳତା ପାଇବେ। କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି, ତେବେ ଚେଷ୍ଟା ଜାରି ରଖନ୍ତୁ, ସଫଳତା ପାଇବ । ବ୍ୟବସାୟୀମାନେ ମଧ୍ୟ ଲାଭବାନ୍ ହେବେ।  ପୁରୁଣା ବିନିଯୋଗରୁ ଲାଭ ମିଳିବ। 
ଆପଣଙ୍କ ସାଥୀ ସହିତ ଆପଣଙ୍କର ଭୁଲ ବୁଝମଣା ଦୂର ହୋଇଯିବ । ଏହି ସମୟ ଛାତ୍ରମାନଙ୍କ ପାଇଁ କଠିନ ହୋଇପାରେ ।  ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।

ତୁଳା : ଏହି ରାଶିର ପ୍ରଭୁ ହେଉଛନ୍ତି ଶୁକ୍ର । ତୁଳା ରାଶିରେ ଶୁକ୍ରଙ୍କ ଗୋଚର ଏହି ରାଶିକୁ ଲାଭବାନ୍ କରିବ। ନୂତନ ରୋଜଗାର ପାଇଁ ବାଟ ଖୋଲିବ ।ଆର୍ଥିକ ସ୍ଥିତି ମଜବୁତ୍ ହେବେ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ । କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି । ବ୍ୟବସାୟୀମାନଙ୍କ ପାଇଁ ସମୟ ଏତେଟା ଭଲ ନାହିଁ। ତେଣୁ ଭାବିଚିନ୍ତି ନିସ୍ପତି ନିଅନ୍ତୁ।  ପୌତୃକ ସମ୍ପତ୍ତିରୁ ମଧ୍ୟ ଲାଭ ପାଇବେ। ବିଦେଶ ଭ୍ରମଣ କରିବାର ସୁଯୋଗ ମିଳିପାରେ। ଜମା ହୋଇଥିବା ସମ୍ପତ୍ତିରୁ ଲାଭ ପାଇବାର ସମ୍ଭାବନା ରହିଛି। ନୂଆ ଜମି ମଧ୍ୟ କ୍ରୟ କରିପାରନ୍ତି। 

ବିଛା: ସେହିପରି ବିଛା ରାଶିର ଲୋକଙ୍କ ଉପରେ ଧନର ବର୍ଷା କରିବେ ଶୁକ୍ର। ଏହି ସମୟ ମଧ୍ୟରେ ବିଶେଷ କରି ଅବିବାହିତ ଲୋକଙ୍କର ଭଲ ବିବାହ ପ୍ରସ୍ତାବ ଆସିପାରେ। ଏପରିକି ବିବାହ ମଧ୍ୟ ଠିକ୍ ହୋଇପାରେ। ଯେଉଁମାନେ ଚାକିରି କରିଛନ୍ତି । ସେମାନଙ୍କୁ କାର୍ଯ୍ୟାଳୟରେ ପଦୋନ୍ନତି ମିଳିପାରେ। ଧାର୍ମିକ କାର୍ଯ୍ୟରେ ସମୟ ବିତିବ। ଆପଣ ନିଜ ସାଥୀଙ୍କ ସହିତ ବିଦେଶ ଯିବାକୁ ଯୋଜନା କରିପାରନ୍ତି। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବେ। ଏହି ସମୟ ମଧ୍ୟରେ ଆପଣ କିଛି ଭଲ ଖବର ଶୁଣିବାକୁ ପାଇପାରନ୍ତି ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)