Venus Transit 2023: ଶୁକ୍ରଙ୍କ ଚଳନ ବଦଳାଇବ ତିନି ରାଶଙ୍କ ଭାଗ୍ୟ!
Advertisement
Article Detail0/zeeodisha/odisha1958635

Venus Transit 2023: ଶୁକ୍ରଙ୍କ ଚଳନ ବଦଳାଇବ ତିନି ରାଶଙ୍କ ଭାଗ୍ୟ!

Venus Transit 2023: ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଏକ ଶୁଭ ଗ୍ରହ (venus) ବୋଲି ବିବେଚନା କରାଯାଏ। ଶୁକ୍ର ନଭେମ୍ବର ୨୯ ସକାଳ ୬ଟା ୪୫ ମିନିଟ୍ ସମୟରେ କୁମ୍ଭ ରାଶିକୁ ଚଳନ କରିବେ। ତେବେ, ଶୁକ୍ରଙ୍କର (Shukra Gochar 2023) ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ।  

Venus Transit 2023: ଶୁକ୍ରଙ୍କ ଚଳନ ବଦଳାଇବ ତିନି ରାଶଙ୍କ ଭାଗ୍ୟ!

Venus Transit 2023: ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଏକ ଶୁଭ ଗ୍ରହ (venus) ବୋଲି ବିବେଚନା କରାଯାଏ। ଶୁକ୍ରଙ୍କୁ ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଏବଂ ଆନନ୍ଦର କାରକ ବୋଲି କୁହାଯାଏ। ଶୁକ୍ର ବର୍ତ୍ତମାନ ମୀନ ରାଶିରେ ବିରାଜମାନ ଥିବା ବେଳେ ନଭେମ୍ବର ୨୯ ସକାଳ ୬ଟା ୪୫ ମିନିଟ୍ ସମୟରେ କୁମ୍ଭ ରାଶିକୁ ଚଳନ କରିବେ। ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ । ତେବେ, ଶୁକ୍ରଙ୍କର (Shukra Gochar 2023) ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ।  ତେବେ ଆସନ୍ତୁ ଜାଣିବା କେଉଁ ୩ ରାଶିକୁ (zodiac sign) ଧନବାନ କରିବ ଶୁକ୍ରଙ୍କ ଚଳନ ।

Also Read: Sonepur News: ହାରିଗଲେ ଦୁଖୀ ନେଗୀ, ୧୮ ଘଣ୍ଟାର ରେସକ୍ୟୁ ଅପରେସନ୍ ପରେ ହୋଇଥିଲେ ଉଦ୍ଧାର

Also Read: Shani Ketu Shadashtak Yog: ୨୦୨୪ ଯାଏଁ ଏହି ୪ ରାଶିଙ୍କ ଉପରେ ରହିବ ଶନି-କେତୁଙ୍କ କୋପ ଦୃଷ୍ଟି

ମାଲେମାଲ୍ ହେବେ ଏହି ସବୁ ରାଶି :

କର୍କଟ: ଶୁକ୍ରଙ୍କ ରାଶି ପରିବର୍ତ୍ତନ ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ। ଖାସ୍ କରି ଏହି ସମୟରେ ଅବିବାହିତ ଲୋକଙ୍କ ବିବାହ ଯୋଗ ରହିଛି। ଜୀବନ ସାଥୀଙ୍କ ସହ ପ୍ରେମ ସମ୍ପର୍କ ମଜବୁତ୍ ହେବ। ଏପରିକି ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ବି ଯୋଡି ହେବାର ସମ୍ଭାବନା ରହିଛି। ବିବାହିତ ଜୀବନ ସୁଖମୟ ହେବ। ଏହି ଅବଧି ମଧ୍ୟରେ ଆପଣଙ୍କୁ ନୂତନ ନିଯୁକ୍ତି ପାଇଁ ବିଦେଶରୁ ଅଫର ମିଳିପାରେ। କମ୍ପିଟେଟିଭ୍ ଏକ୍ସାମ୍  ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଏହି ସମୟରେ ଶୁଭଫଳ ପାଇବେ। ବ୍ୟବସାୟୀମାନଙ୍କ ପାଇଁ ଭଲ ସମୟ ରହିଛି। ଖାସ୍ କରି ଏହି ସମୟରେ ଆପଣ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ରୋଜଗାର ପାଇଁ ନୂଆ ବାଟ ଖୋଲିବ। 

କନ୍ୟା: ନଭେମ୍ବର ୨୯ରୁ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଏହି ଅବଧିରେ, ଆପଣ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ। କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି।  ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି, ତେବେ ଚେଷ୍ଟା ଜାରି ରଖନ୍ତୁ ସଫଳତା ପାଇବେ। ବ୍ୟବସାୟ ପାଇଁ ବଡ ଡିଲ୍ ବି ଫାଇନାଲ୍ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୁରୁଣା ବିନିଯୋଗରୁ ଲାଭ ମିଳିବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ଜମି ସମ୍ବନ୍ଧୀୟ କାର୍ଯ୍ୟରେ ଆର୍ଥିକ ଲାଭ ପାଇବେ। 

ବିଛା:  ଶୁକ୍ରଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଚମକିବ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ କ୍ୟାରିୟରରେ ସଫଳତା ପାଇବେ। ଆୟର ଉତ୍ସ ସୃଷ୍ଟି ହେବ। ଏହି ଅବଧି ମଧ୍ୟରେ ଆପଣ ନୂତନ ଗାଡି ଓ ଘର ମଧ୍ୟ କ୍ରୟ କରିବାର ସମ୍ଭାବନା ରହିଛି। ଖାସ୍ କରି, ବେପାର ବାଣିଜ୍ୟରୁ ମଧ୍ୟ ଆପଣଙ୍କୁ ବେଶ ଦୁଇ ପଇସା ଲାଭ ମିଳିବ। ପାରିବାରିକ ଜୀବନ ସୁଖମୟ ହେବାସହ ପୁରୁଣା ବିବାଦରୁ ମୁକ୍ତି ମିଳିବ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)