Sunday Remedies: କ୍ୟାରିୟର ଓ ଅର୍ଥାଭାବ ସମସ୍ୟା ଥିଲେ ରବିବାର କରନ୍ତୁ ଏହି ୭ ଉପାୟ
Advertisement

Sunday Remedies: କ୍ୟାରିୟର ଓ ଅର୍ଥାଭାବ ସମସ୍ୟା ଥିଲେ ରବିବାର କରନ୍ତୁ ଏହି ୭ ଉପାୟ

Sunday Upay: ସୂର୍ଯ୍ୟ (Lord Surya) ହେଉଛନ୍ତି ସକଳ ଶକ୍ତିର ଆଧାର। ରବିବାର (Sunday) ଦିନ ସୂର୍ଯ୍ୟ ଦେବଙ୍କ ପାଇଁ ସମର୍ପିତ କରାଯାଇଛି । ଏହି ଦିନ ସୂର୍ଯ୍ୟ ଦେବତାଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ। ହିନ୍ଦୁ ଧର୍ମରେ, ପୃଥିବୀ ପୃଷ୍ଠରୁ ସିଧା ସଳଖ ଦେଖାଯାଉଥିବା ପ୍ରତ୍ୟେକ୍ଷ ଦେବତା ହେଉଛନ୍ତି ସୂର୍ଯ୍ୟ (Lord Surya)। ସେ ସମସ୍ତ ପ୍ରାଣୀ,ଗଛ ଲତାଙ୍କ ଜୀବନର ଆଧାର। ସୂର୍ଯ୍ୟ ଦେବତାଙ୍କୁ ସମସ୍ତ ଗ୍ରହର ରାଜା ବୋଲି ମଧ୍ୟ କୁହାଯାଏ। 

 

ସୌ(ସୋସିଆଲ ମିଡିଆ)

Sunday Remedies: ଜାତକରେ ଗ୍ରହ ମାନଙ୍କର ସ୍ଥିତିକୁ ନେଇ ମଣିଷ ଜୀବନରେ ଶୁଭ ଓ ଅଶୁଭ ଫଳାଫଳ ଦେଖିବାକୁ ମିଳିଥାଏ । ଜାତକର ଖରାପ ପ୍ରଭାବ ହେତୁ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡି଼ଥାଏ । ସନାତନ ଧର୍ମରେ, ସୂର୍ଯ୍ୟଦେବଙ୍କୁ ଏକମାତ୍ର ବିଦ୍ୟମାନ ଦେବତା ଭାବେ ବିବେଚନା କରାଯାଇଛି। ଯେଉଁ ବ୍ୟକ୍ତିର ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ସୁଦୃଢ ଥାଏ ସେହି ବ୍ୟକ୍ତିର ଜୀବନରେ ସୁଖ, ଶାନ୍ତି, ଧନ, ଯଶ ଓ ଖାତି ବୃଦ୍ଧି ପାଇଥାଏ । ସେହିପରି ରାଶିରେ ସୂର୍ଯ୍ୟ ଦେବଙ୍କ ସ୍ଥିତି ଦୁର୍ବଳ ଥିଲେ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡି଼ଥାଏ । ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ ରହିଛି । ତେବେ ରବିବାର ଦିନ ଏହି ଉପାୟ କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ରବିବାର ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ । ଯଦି ଆପଣ ମଧ୍ୟ ଜୀବନରେ ଧନ ଓ ଖ୍ୟାତି ପାଇବାକୁ ଚାହୁଁଛନ୍ତି, ତେବେ ରବିବାର ଦିନ ଏହିସବୁ ଉପାୟ କରନ୍ତୁ ।

ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା

ରବିବାର ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ବାରା ସେ ପ୍ରସନ୍ନ ହୋଇଥାଆନ୍ତି । ତେଣୁ ରବିବାର ଦିନ ସକାଳୁ ଉଠି ଓମ୍ ସୂର୍ଯ୍ୟୟା ନମଃ, ଓମ୍ ଆଦିତ୍ୟାୟ ନମଃ, ବା ଓମ୍ ନାମୋ ଭାସ୍କର ନମଃ” ଆଦି ମନ୍ତ୍ର ଜାପ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଏପରି କରିବା ଦ୍ବାରା ଶୁଭ ଫଳ ମିଳିବା ସହ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ ।  ଜୀବନରେ ଉନ୍ନତି ଆସେ ।

ଘିଅ ଦୀପ ଜାଳନ୍ତୁ

ହିନ୍ଦୁ ଧର୍ମରେ ଦୀପ ଜାଳିବାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଶୁଭ ମନା ଯାଇଥାଏ । ଏହି କାରଣରୁ ସକାଳ ଓ ସନ୍ଧ୍ୟାରେ ପୂଜା ସମୟରେ ଘିଅ ଦୀପ ଜଳାଯାଇଥାଏ । ସୂର୍ଯ୍ୟ ଦେବତାଙ୍କୁ ଖୁସି କରିବା ପାଇଁ ଘରର ଉଭୟ ପାର୍ଶ୍ୱରେ ଦେଶୀ ଘିଅର ଦୀପ ଜଳାନ୍ତୁ । ଏପରି ଦ୍ବାରା ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ ହୋଇଥାଏ । ଏହା ଦ୍ବାରା ମାଆ ଲକ୍ଷ୍ମୀ ମଧ୍ଯ ପ୍ରସନ୍ନ ହୋଇଥାଆନ୍ତି । ଜୀବନରେ ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହୋଇଥାଏ । ବ୍ୟବସାୟରେ ଲାଭ ମିଳିଥାଏ । ଅଭାବ ଅନଟନ ଦୂର ହୋଇଥାଏ ।

ର୍ଥାଭାବ ଦୂର ନେଇ

ଅର୍ଥର ଅଭାବ ଦୂର କରିବାକୁ ଚାହୁଁଥିଲେ ରବିବାର ଦିନ ସକାଳେ ଓସ୍ତ ଗଛ ତଳେ ଏକ ଦୀପ ଜାଳନ୍ତୁ । କିନ୍ତୁ ମନେ ରଖନ୍ତୁ, ଦୀପରେ ଆପଣ ରାଶି ତେଲ ବଦଳରେ ସୋରିଷ ତେଲ ବ୍ୟବହାର କରିବେ। ଏଭଳି ୫ଟି ରବିବାର କରିବା ଦ୍ବାରା ଅର୍ଥାଭାବ ଦୂର ହୋଇଥାଏ ।

ମନୋସ୍କାମନା ପୂରଣ ପାଇଁ

ନିଜର ମନୋସ୍କାମନା ପୂରଣ ପାଇଁ ରବିବାର ଦିନ ବର ଗଛର ଏକ ପତ୍ର ଆଣି ସେଥିରେ ନିଜ ମନ କଥା ଲେଖନ୍ତୁ । ଏହା ପରେ ପତ୍ରକୁ ନିକଟସ୍ଥ ନଦୀ ବା ଜଳାଶୟରେ ଭସାଇ ଦିଅନ୍ତୁ ।

ରବିବାର ଦିନ କରନ୍ତୁ ଦାନ

ଦାନ ଧର୍ମ ପାଇଁ ରବିବାର ଦିନ ସର୍ବୋତ୍ତମ ଅଟେ । ଏହି ଦିନ ଦାନ କରିବା ଦ୍ବାରା ସୂର୍ଯ୍ୟ ଦେବ ପ୍ରସନ୍ନ ହୋଇଥାଆନ୍ତି । ତେଣୁ ରବିବାର ଦିନ ଗୁଡ଼, କ୍ଷୀର, ଚାଉଳ ଓ ପୋଷାକ ଦାନ କରିବା ଦ୍ବାରା ବିଶେଷ ଲାଭ ମିଳିଥାଏ । ଏହି ପ୍ରତିକାର କରିବା ଦ୍ବାରା କାର୍ଯ୍ୟରେ ଆସୁଥିବା ବାଧା ଦୂର ହୋଇଥାଏ । କ୍ୟାରିୟରେ ସଫଳତା ମିଳିଥାଏ । ପରିବାରରେ ସୁଖ ଶାନ୍ତି ବଜାୟ ରହିଥାଏ ।

ଚନ୍ଦନ ତିଲକ ଲଗାନ୍ତୁ

ରବିବାର ଦିନ ଘରୁ ବାହାରକୁ ଯିବା ସମୟରେ ଚନ୍ଦନ ତିଲକ ଲଗାଇବା ଉଚିତ୍ । ବିଶ୍ୱାସ କରାଯାଏ ଯେ, ଏପରି କରିବା ଦ୍ୱାରା ସମସ୍ତ କାର୍ଯ୍ୟ ସିଦ୍ଧ ହେବା ସହ କାର୍ଯ୍ୟରେ ସଫଳତା ମିଳିଥାଏ । ରବିବାର ଦିନ ନାଲି ରଙ୍ଗର କପଡା଼ ପିନ୍ଧିବା ଶୁଭ ବୋଲି ବିବେଚନା କରାଯାଇଥାଏ ।

କାର୍ଯ୍ୟରେ ବାଧ୍ୟା ଆସୁଥିଲେ

ଯଦି ଆପଣଙ୍କର କୌଣସି କାମ ଦୀର୍ଘ ସମୟ ଧରି ଅଟକି ରହିଛି  । ତାହାଲେ ରବିବାର ଦିନ ଚାଉଳ ଓ ଗୁଡ଼ ମିଶ୍ରଣ କରି ଜଳରେ ପ୍ରବାହିତ କରନ୍ତୁ । ଏହି ପ୍ରତିକାର ଦ୍ବାରା ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ସହ କାର୍ଯ୍ୟରେ ଲାଗି ରହିଥିବା ପ୍ରତିବନ୍ଧକ ଦୂର ହୋଇଥାଏ

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)