Sun Transit 2023: ଏହିଦିନ ରାଶି ବଦଳାଇବେ ଗ୍ରହାଧିପତି ସୂର୍ଯ୍ୟ, ୮ ରାଶି ଉପରେ ମାଡ଼ି ଆସିବ ବିପଦ!
Advertisement
Article Detail0/zeeodisha/odisha1898705

Sun Transit 2023: ଏହିଦିନ ରାଶି ବଦଳାଇବେ ଗ୍ରହାଧିପତି ସୂର୍ଯ୍ୟ, ୮ ରାଶି ଉପରେ ମାଡ଼ି ଆସିବ ବିପଦ!

Surya Gochar 2023: ଏହି ରାଶି ପରିବର୍ତ୍ତନ ବେଳେ ସୂର୍ଯ୍ୟ ତୁଳା ରାଶିର ନୀଚ ସ୍ଥାନକୁ ଚଳନ କରିବେ । କୁହାଯାଏ, କୌଣସି ଗ୍ରହ ରାଶିର ନୀଚ ସ୍ଥାନକୁ ଚଳନ କଲେ ସେମାନଙ୍କର ଶୁଭ ପ୍ରଭାବ ହ୍ରାସ ପାଇଥାଏ । ସୂର୍ଯ୍ୟ ମାନ, ସମ୍ମାନ, ପରାକ୍ରମ ଓ ଯଶର କାରକ ଅଟନ୍ତି । ତେବେ ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ କିଛି ରାଶିଙ୍କ ଉପରେ କୁପ୍ରଭାବ ପକାଇବ। ସୂର୍ଯ୍ୟ ଗ୍ରହମାନଙ୍କର ରାଜା ଅଟନ୍ତି । 

ସୌ(ସୋସିଆଲ ମିଡିଆ)

Sun Transit 2023: ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କର ଏହି ଚଳନ କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ। ବର୍ତ୍ତମାନ ସୂର୍ଯ୍ୟ କନ୍ୟା ରାଶିରେ ଅବସ୍ଥାପନ କରିଥିବା ବେଳେ ଆସନ୍ତା ଅକ୍ଟୋବର ୧୮ ତାରିଖରେ ତୁଳା ରାଶିକୁ ଚଳନ କରିବେ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ପ୍ରତି ମାସରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି ରାଶି ପରିବର୍ତ୍ତନ ବେଳେ ସୂର୍ଯ୍ୟ ତୁଳା ରାଶିର ନୀଚ ସ୍ଥାନକୁ ଚଳନ କରିବେ । କୁହାଯାଏ, କୌଣସି ଗ୍ରହ ରାଶିର ନୀଚ ସ୍ଥାନକୁ ଚଳନ କଲେ ସେମାନଙ୍କର ଶୁଭ ପ୍ରଭାବ ହ୍ରାସ ପାଇଥାଏ । ସୂର୍ଯ୍ୟ ମାନ, ସମ୍ମାନ, ପରାକ୍ରମ ଓ ଯଶର କାରକ ଅଟନ୍ତି । ତେବେ ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ କିଛି ରାଶିଙ୍କ ଉପରେ କୁପ୍ରଭାବ ପକାଇବ। ସୂର୍ଯ୍ୟ ଗ୍ରହମାନଙ୍କର ରାଜା ଅଟନ୍ତି । ଯେଉଁ ବ୍ୟକ୍ତିର ଜାତକରେ ସୂର୍ଯ୍ୟ ଉଚ୍ଚ ସ୍ଥାନରେ ରହିଥାଆନ୍ତି । ସେହି ବ୍ୟକ୍ତିଙ୍କୁ ମାନ, ସମ୍ମାନ ଓ ଉଚ୍ଚ ପଦବୀ ପ୍ରାପ୍ତି ହୋଇଥାଏ । ଆଗାମୀ  ୧୮ ତାରିଖ ଦିନ ସୂର୍ଯ୍ୟ ତୁଳା ରାଶିକୁ ଚଳନ କରିବେ । ଫଳରେ ୧୨ଟି ରାଶି ଉପରେ ଏହାର ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପଡିବ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଏହି ଚଳନ କେଉଁ ରାଶି ଉପରେ କ’ଣ ପ୍ରଭାବ ପକାଇବ ।

ମେଶ ରାଶି: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସୂର୍ଯ୍ୟଙ୍କ ଏହି ଚଳନ ଶୁଭପ୍ରଦ ହେବନାହିଁ । ଏହି ସମୟରେ ପାରିବାରିକ ସମସ୍ୟା ଦେଖାଦେବ । ଦାମ୍ପତ୍ୟ ଜୀବନରେ କଳହ ଲାଗି ରହିବ । ବ୍ୟବସାୟରେ କ୍ଷତି ହେବ ।

ବୃଷ ରାଶି: ବୃଷ ରାଶି ପାଇଁ ମଧ୍ୟ ଏହି ଚଳନ ଶୁଭ ହେବନାହିଁ । ସୂର୍ଯ୍ୟ ଶତ୍ରୁଙ୍କ କବଳରୁ ରକ୍ଷା କଲେ ମଧ୍ୟ ପରିବାରରେ କଳହ ଲାଗି ରହିବ । ଋଣଭାର ବଢ଼ିବ। କର୍ମ କ୍ଷେତ୍ରରେ ସମସ୍ୟାମାନ ଲାଗି ରହିବ ।

ମିଥୁନ ରାଶି: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଶୁଭଫଳ ଦେବନାହିଁ । ଫଳରେ ଏହି ସମୟରେ ପିଲାଙ୍କ ସ୍ବାସ୍ଥ୍ୟା ଖରାପ ହେବ । ପାଠ ପଢାରେ ମନ ଲାଗିବ ନାହିଁ । ଧନକୁ ନେଇ ଚିନ୍ତା ଲାଗି ରହିବ ।

କର୍କଟ ରାଶି: ପାରିବାରିକ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇବ । ମାତ-ପିତାଙ୍କ ଶରୀର ଅସୁସ୍ଥ ରହିବ । ଦାମ୍ପତ୍ୟ ଜୀବନରେ ବିଭ୍ରାଟ ଦେଖାଦେବ । ଅର୍ଥହାନୀ ନେଇ ଯୋଗ ରହିଛି । ଦୂରସ୍ଥାନକୁ ଯାତ୍ରା କଲେ ଅସୁବିଧାରେ ପଡ଼ିପାରନ୍ତି ।

କନ୍ୟା ରାଶି: ଏହି ରାଶି ପାଇଁ ମଧ୍ଯ ଗୋଚର ପ୍ରତିକୂଳ ରହିବ । ଦାମ୍ପତ୍ୟ ଜୀବନରେ ଅଶାନ୍ତି ଲାଗି ରହିବ । ଏହି ସମୟରେ କୌଣସି ବଡ଼ ମିଟିଂ ପ୍ଲାନିଂ କରନ୍ତୁ ନାହିଁ । ଦେଖିଚାହିଁ ଯାତ୍ରା କରନ୍ତୁ ।

ତୁଳା ରାଶି: ତୁଳା ରାଶିରେ ସୂର୍ଯ୍ୟ ନିମ୍ନରେ ଥିବା କାରଣରୁ ବ୍ୟକ୍ତିଙ୍କ ମାନ ସମ୍ମାନରେ ବାଧ୍ୟା ଆସିପାରେ । ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖାଦେବ । ମନ ଅଶାନ୍ତ ରହିବ । ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ ।

ମକର ରାଶି: ଏହି ଅବଧି ମଧ୍ଯରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ। ବ୍ୟବସାୟରେ କ୍ଷତି ହେବାର ଆଶଙ୍କା ରହିଛି । ଚାକିରି କ୍ଷେତ୍ରରେ ସମସ୍ୟା ଦେଖାଦେବ । ବିଦେଶ ଯାତ୍ରାରୁ ନିବୃତ ରୁହନ୍ତୁ ।

କୁମ୍ଭ ରାଶି: କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଙ୍କ ଏହି ଚଳନ କ୍ଷତିକାରକ ସାବ୍ୟସ୍ତ ହେବ । ତେଣୁ ଏହି ସମୟରେ ସତର୍କ ରୁହନ୍ତୁ । ବନ୍ଧୁଙ୍କ ସହିତ ବିବାଦ ଦେଖାଦେଇପାରେ । ଧାର୍ମିକ କାମରେ ମନ ଲାଗିବ ନାହିଁ । ଭାବିଚିନ୍ତି ଦୂରସ୍ଥାନକୁ ଯାତ୍ରା କରନ୍ତୁ ।

ତେବେ ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ସିଂହ, ବିଛା, ଧନୁ ଓ ମୀନ ରାଶି ପାଇଁ ଶୁଭ ରହିବ । ଏହି ସମୟରେ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଖୋଲିବା ସହ ଆୟ ଓ ବ୍ୟବସାୟରେ ବୃଦ୍ଧି ହେବ । ବିଛା ରାଶିର ଜାତକଙ୍କୁ ଚାକିରିରେ ବରିଷ୍ଠଙ୍କ ସହଯୋଗ ମିଳିବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଆୟର ନୂତନ ସ୍ରୋତ ସୃଷ୍ଟି ହେବ । ମାଲି ମକଦ୍ଦମାରେ ସଫଳତା ମିଳିବ । ଧନୁ ରାଶିର ଜାତକଙ୍କ ପାଇଁ ଏହି ଗୋଚର ଶୁଭ ହେବ । ବିଦେଶ ଯାତ୍ରା ସହ ଧନଲାଭର ଯୋଗ ରହିଛି । ବକେୟା ଟଙ୍କା ମିଳିବା ନେଇ ସମ୍ଭାବନା ରହିଛି । ସେହିପରି ମୀନ ରାଶିର ଜାତକଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ । ସୂର୍ଯ୍ୟଙ୍କ କୃପାରୁ ଅଟକି ଥିବା କାମ ଶୀଘ୍ର ପୂରଣ ହେବା ସହ ଧନପ୍ରାପ୍ତି ନେଇ ଯୋଗ ରହିଛି ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)