Sun Transit: ରାଶି ବଦଳାଇବେ ସୂର୍ଯ୍ୟ, ଧନଧାନ୍ୟରେ ଭରିବ ୩ ରାଶିର ଜୀବନ!
Advertisement

Sun Transit: ରାଶି ବଦଳାଇବେ ସୂର୍ଯ୍ୟ, ଧନଧାନ୍ୟରେ ଭରିବ ୩ ରାଶିର ଜୀବନ!

Sun Transit: ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କର ଏହି ଚଳନ କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ। ବର୍ତ୍ତମାନ ସୂର୍ଯ୍ୟ କନ୍ୟା ରାଶିରେ ଅବସ୍ଥାପନ କରିଥିବା ବେଳେ ଆସନ୍ତା ୧୮ ତାରିଖରେ ତୁଳା ରାଶିକୁ ଚଳନ କରିବେ ।

ସୌ(ସୋସିଆଲ ମିଡିଆ)

Sun Transit: ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କର ଏହି ଚଳନ କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ। ବର୍ତ୍ତମାନ ସୂର୍ଯ୍ୟ କନ୍ୟା ରାଶିରେ ଅବସ୍ଥାପନ କରିଥିବା ବେଳେ ଆସନ୍ତା ୧୮ ତାରିଖରେ ତୁଳା ରାଶିକୁ ଚଳନ କରିବେ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ପ୍ରତି ମାସରେ ରାଶି ପରିବର୍ତ୍ତନ କରିଥାଆନ୍ତି । ତୁଳା ରାଶିକୁ ଗୋଚର କରି ସୂର୍ଯ୍ୟ ନୀଚ ସ୍ଥାନକୁ ଚଳନ କରିବେ । କୁହାଯାଏ, କୌଣସି ଗ୍ରହ ରାଶିର ନୀଚ ସ୍ଥାନକୁ ଚଳନ କଲେ ସେମାନଙ୍କର ଶୁଭ ପ୍ରଭାବ ହ୍ରାସ ପାଇଥାଏ । ସୂର୍ଯ୍ୟ ମାନ, ସମ୍ମାନ, ପରାକ୍ରମ ଓ ଯଶର କାରକ ଅଟନ୍ତି । ତେବେ ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ କିଛି ରାଶିଙ୍କ ଉପରେ କୁପ୍ରଭାବ ପକାଇବ। ସୂର୍ଯ୍ୟ ଗ୍ରହମାନଙ୍କର ରାଜା ଅଟନ୍ତି । ଯେଉଁ ବ୍ୟକ୍ତିର ଜାତକରେ ସୂର୍ଯ୍ୟ ଉଚ୍ଚ ସ୍ଥାନରେ ରହିଥାଆନ୍ତି । ସେହି ବ୍ୟକ୍ତିଙ୍କୁ ମାନ, ସମ୍ମାନ ଓ ଉଚ୍ଚ ପଦବୀ ପ୍ରାପ୍ତି ହୋଇଥାଏ । ଆଗାମୀ  ୧୮ ତାରିଖ ଦିନ ସୂର୍ଯ୍ୟ ତୁଳା ରାଶିକୁ ଚଳନ କରିବେ । ଫଳରେ ୧୨ଟି ରାଶି ଉପରେ ଏହାର ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପଡିବ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଏହି ଚଳନ କେଉଁ ରାଶି ଉପରେ କ’ଣ ପ୍ରଭାବ ପକାଇବ ।

ମେଷ ରାଶି- ତୁଳା ରାଶିକୁ ସୂର୍ଯ୍ୟଙ୍କ ଚଳନ ରାଶିଚକ୍ରର ସମସ୍ତ ରାଶିଙ୍କୁ ପ୍ରଭାବିତ କରିବାକୁ ଥିବା ବେଳେ ମେଷ ରାଶି ପାଇଁ ଏହା ଶୁଭଫଳ ଆଣିଦେବ । ଏହି ସମୟ ମଧ୍ଯରେ ବ୍ୟବସାୟରେ ବିପୁଳ ଲାଭ ସହ ଚାକିରିରେ ପଦୋନ୍ନତି  ମିଳିବା ନେଇ ଯୋଗ ରହିଛି । ପରିବାରର ଆର୍ଥିକ ସ୍ଥିତି ଭଲ ରହିବ। ଗୁରୁଜନଙ୍କଠାରୁ ଆର୍ଥିକ ଲାଭ ପାଇପାରନ୍ତି । ବୈବାହିକ ଜୀବନରେ ମଧୁରତା ଆସିବ । କୋର୍ଟ କଚେରୀ ମାମଲାରେ ସଫଳତା ।

ତୁଳା ରାଶି- ଏହି ସମୟ ତୁଳା ରାଶିର ବ୍ୟକ୍ତି ବଶେଷଙ୍କ ପାଇଁ ବେଶ ଶୁଭ ରହିବ । ଚାକିରି ଓ ବ୍ୟବସାୟରେ ଅଭିବୃଦ୍ଧି । ପରିବାର ସଦସ୍ୟ ଓ ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ । ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଶୁଭ ପ୍ରମାଣିତ ହେବ । ଏହି ଅବଧି ମଧ୍ୟରେ, ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ। ଆର୍ଥିକ ଲାଭ ନେଇ ଯୋଗ ରହିଛି । କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କଠାରୁ ସମର୍ଥନ ପାଇବେ ।

ମୀନ ରାଶି- ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ମୀନ ପାଇଁ ଲାଭଦାୟକ ପ୍ରମାଣିତ ହେବ । ଚାକିରି ଓ ବ୍ୟବସାୟରେ ଅଗ୍ରଗତି । ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ଅନ୍ୟାନ୍ୟ ଉତ୍ସରୁ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ସ୍ବାସ୍ଥ୍ୟ ଭଲ ରହିବ । ସନ୍ତାନ ମାନଙ୍କଠାରୁ ଶୁଭ ସମାଚାର ମିଳିବ । ଜୀବନସାଥୀଙ୍କ ସହ ବିବାଦର ସମାଧାନ ହେବ । ଘରେ ସମୃଦ୍ଧତା ଆସିବ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଜଭୁତ ହେବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)