Shukra Gochar: ଚଳନ ବଦଳାଇବେ ଶୁକ୍ର, ଏହି ରାଶି ଉପରେ ଧନ ଢାଳିବେ ଲକ୍ଷ୍ମୀ!
Advertisement

Shukra Gochar: ଚଳନ ବଦଳାଇବେ ଶୁକ୍ର, ଏହି ରାଶି ଉପରେ ଧନ ଢାଳିବେ ଲକ୍ଷ୍ମୀ!

Shukra Gochar: ଶୁକ୍ର ବୃଷ ଓ ତୁଳା ରାଶିର ସ୍ବାମୀ ହେବା ସହ ଧନ, ଐଶ୍ବର୍ଯ୍ୟର ଅଧିପତି ମଧ୍ୟ ଅଟନ୍ତି । ଏହା ବ୍ୟତୀତ ଶୁକ୍ର ମାତା ଲକ୍ଷ୍ମୀଙ୍କ ସହ ମଧ୍ଯ ଜଡିତ। ଶାସ୍ତ୍ର ଅନୁଯାୟୀ, ଶୁକ୍ର ମାର୍ଚ୍ଚ ୩୦ ତାରିଖରେ ରାଶି ପରିବର୍ତ୍ତନ କରି ତୁଳା ରାଶିରେ ପ୍ରବେଶ କରିବେ ।

Shukra Gochar: ଚଳନ ବଦଳାଇବେ ଶୁକ୍ର, ଏହି ରାଶି ଉପରେ ଧନ ଢାଳିବେ ଲକ୍ଷ୍ମୀ!

Shukra Gochar: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କ ଏହି ଚଳନ କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ କୁପ୍ରଭାବ ପକାଇଥାଏ । ଶୁକ୍ର ବୃଷ ଓ ତୁଳା ରାଶିର ସ୍ବାମୀ ହେବା ସହ ଧନ, ଐଶ୍ବର୍ଯ୍ୟର ଅଧିପତି ମଧ୍ୟ ଅଟନ୍ତି । ଏହା ବ୍ୟତୀତ ଶୁକ୍ର ମାତା ଲକ୍ଷ୍ମୀଙ୍କ ସହ ମଧ୍ଯ ଜଡିତ। ଶାସ୍ତ୍ର ଅନୁଯାୟୀ, ଶୁକ୍ର ମାର୍ଚ୍ଚ ୩୦ ତାରିଖରେ ରାଶି ପରିବର୍ତ୍ତନ କରି ତୁଳା ରାଶିରେ ପ୍ରବେଶ କରିବେ । ଶୁକ୍ରଙ୍କ ଏହି ଚଳନ ଅନେକ ରାଶିର ଜୀବନରେ ବଡ଼ ପରିବର୍ତ୍ତନ ଆଣିବ । ତେବେ ଆସନ୍ତୁ ଜାଣିବା ସେହି ୫ ରାଶିଙ୍କ ବିଷୟରେ ।

ବୃଷ ରାଶି: ଶୁକ୍ରଙ୍କ ଚଳନର ଶୁଭ ପ୍ରଭାବ ହେତୁ ପ୍ରେମ ଜୀବନରେ ଅନେକ ସକରାତ୍ମକ ପରିବର୍ତ୍ତନ ଆସିବ । ବ୍ୟବସାୟୀମାନେ ଏହି ଅବଧି ମଧ୍ୟରେ ବିଶେଷ ସୁବିଧା ପାଇବେ । ବ୍ୟବସାୟରେ ବଡ଼ ଡିଲ୍ ହେବା ନେଇ ସମ୍ଭାବନା ରହିଛି । ପରିବାର ଲୋକଙ୍କ ସହଯୋଗ ମିଳିବ । ପ୍ରେମ ଜୀବନ ସୁଖମୟ ହେବ । ଅଟକ ରହିଥିବା କାର୍ଯ୍ୟ ଶୀଘ୍ର ପୂରଣ ହେବ ।

ମିଥୁନ ରାଶି: ମିଥୁନ ରାଶିର ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭଦାୟୀ ରହିବ । ଶୁକ୍ରଙ୍କ ଏହି ଚଳନ ଯୋଗୁଁ ଅବିବାହିତଙ୍କ ବିବାହ ସ୍ଥିର ହେବା ନେଇ ଯୋଗ ରହିଛି । କ୍ୟାରିୟରରେ ସକରାତ୍ମକ ପରିବର୍ତ୍ତନ ଆସିବ । ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଦୀର୍ଘ ଦିନର ଇଚ୍ଛା ପୂରଣ ହେବ।

ସିଂହ ରାଶି: ଏହି ଚଳନ ସିଂହ ରାଶି ପାଇଁ ମଧ୍ଯ ଶୁଭଫଳ ଦାୟୀ ରହିବ । ଆର୍ଥିକ ଲାଭ ମିଳିବା ନେଇ ସମ୍ଭାବନା ରହିଛି । ପ୍ରେମ ଓ ବୈବାହିକ ଜୀବନ ସୁଖମୟ ହେବ। କ୍ୟାରିୟରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ ସହ ପଦୋନ୍ନତି ନେଇ ଯୋଗ ରହିଛି। ବ୍ୟବସାୟରେ ବିପୁଳ ଲାଭ ନେଇ ସମ୍ଭାବନା ରହିଛି ।

ତୁଳା ରାଶି: ଶୁକ୍ରଙ୍କ ଏହି ଚଳନ ତୁଳା ରାଶିର ବିଶେଷଙ୍କୁ ବିଶେଷ ଲାଭ ଦେବ । ଆୟ ବୃଦ୍ଧି ସହ ବିଭିନ୍ନ ଉତ୍ସରୁ ଟଙ୍କା ଆସିବ । ଆର୍ଥିକ୍ ସମସ୍ୟା ଦୂର ହେବ । ବ୍ୟବସାୟ ଶ୍ରେଣୀର ଲୋକେ ଲାଭବାନ ହେବେ । ବିନିଯୋଗରୁ ଲାଭ ମିଳିବ। ଚାକିରି ଓ ବ୍ୟବସାୟରେ ଅଗ୍ରଗତି କରିବେ । ତଥାପି, ଏହି ଅବଧି ମଧ୍ୟରେ ଭାବିଚିନ୍ତି ନିବେଶ କରନ୍ତୁ ।

ବିଛା ରାଶି: ଏହି ସମୟରେ ବିଛା ରାଶିର ବିଶେଷଙ୍କୁ ବିଶେଷ ଶୁଭଫଳ ମିଳିବ । ବ୍ୟକ୍ତିତ୍ୱର ଉନ୍ନତି ହେବ। ଏହି ସମୟରେ ନେଇଥିବା ନିଷ୍ପତ୍ତି ଭବିଷ୍ୟତରେ ଲାଭଦାୟୀ ପ୍ରମାଣିତ ହେବ। ବ୍ୟବସାୟୀମାନେ ଉପକୃତ ହେବେ। ବୈବାହିକ ଜୀବନ ସୁଖମୟ ହେବ । ଯାନବାହାନ କିମ୍ବା ନୂତନ ଜମି କ୍ରୟ ନେଇ ଯୋଗ ରହିଛି । ବିନିଯୋଗରୁ ଆର୍ଥିକ ଲାଭ ମିଳିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)