Shani Amavasya: ଶନି ଅମାବାସ୍ୟାରେ ସୂର୍ଯ୍ୟ ପରାଗର ମହା ସଂଯୋଗ, ଏହି ୪ ରାଶିଙ୍କୁ କରିବ ମାଲେମାଲ!
Advertisement

Shani Amavasya: ଶନି ଅମାବାସ୍ୟାରେ ସୂର୍ଯ୍ୟ ପରାଗର ମହା ସଂଯୋଗ, ଏହି ୪ ରାଶିଙ୍କୁ କରିବ ମାଲେମାଲ!

Shani Amavasya: ଚଳିତ ବର୍ଷ ଶନି ଅମାବାସ୍ୟା ଦିନ ସୂର୍ଯ୍ୟ ପରାଗ ମଧ୍ୟ ଲାଗିବାକୁ ଯାଉଛି ଯାହା ଏକ ମହାସଂଯୋଗ ଅଟେ । ଏହି ଶନି ଅମାବାସ୍ୟା ୧୪ ଅକ୍ଟୋବର ଅର୍ଥାତ୍ ଆଜି ପଡୁଛି । ଶନି ଅମାବାସ୍ୟାକୁ ଅନେକ ଉପାୟରେ ଶୁଭ ବୋଲି ବିବେଚନା କରାଯାଇଥାଏ । ଶାସ୍ତ୍ର ଅନୁଯାୟୀ, ଶନି ଅମାବାସ୍ୟା ଦିନ ସୂର୍ଯ୍ୟ ଗ୍ରହଣ ପଡୁଥିବାରୁ ୪ଟି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ରହିବ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ଶୁଭ ରହିବ ଆଜିର ଦିନ ।

ସୌ(ସୋସିଆଲ ମିଡିଆ)

Shani Amavasya 2023: କୁହାଯାଏ, ଶନି ଦେବ ପ୍ରତ୍ୟେକ ମଣିଷକୁ ତା କର୍ମ ଅନୁଯାୟୀ ଫଳ ଦେଇଥାଆନ୍ତି । ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ସେହିପରି ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ। ବ୍ୟକ୍ତିକୁ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ରରେ, ନବ ଗ୍ରହ ମଧ୍ୟରେ ଶନି ଦେବଙ୍କୁ ସବୁଠାରୁ ଉଗ୍ର ଗ୍ରହ ବୋଲି ବିବେଚନା କରାଯାଏ।

କୃଷ୍ଣ ପକ୍ଷ ଶେଷ ତିଥିକୁ ‘ଅମାବାସ୍ୟା’ ବୋଲି କୁହାଯାଏ । ଶନିବାର ଦିନ ଅମାବାସ୍ୟା ପଡ଼ିଲେ ତାହାକୁ ‘ଶନି ଅମାବାସ୍ୟା’ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ଶନି ଅମାବାସ୍ୟା ଦିନ ସୂର୍ଯ୍ୟ ଗ୍ରହଣ ମଧ୍ୟ ଲାଗିବାକୁ ଯାଉଛି । ଏହି ଶନି ଅମାବାସ୍ୟା ୧୪ ଅକ୍ଟୋବର ଅର୍ଥାତ୍ ଆଜି ପଡୁଛି । ଶନି ଅମାବାସ୍ୟାକୁ ଅନେକ ଉପାୟରେ ଶୁଭ ବୋଲି ବିବେଚନା କରାଯାଇଥାଏ । ଶାସ୍ତ୍ର ଅନୁଯାୟୀ, ଶନି ଅମାବାସ୍ୟା ଦିନ ସୂର୍ଯ୍ୟ ପରାଗ ପଡୁଥିବାରୁ ୪ଟି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ରହିବ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ଶୁଭ ରହିବ ଆଜିର ଦିନ ।

ବୃଷ ରାଶି

ଶନି ଅମାବାସ୍ୟା ତୁଳା ପାଇଁ ଅତ୍ୟନ୍ତ ଶୁଭଦାୟୀ ରହିବ । ଏହି ଦିନ ତୁଳା ରାଶି ଉପରେ ଶନି ଦେବଙ୍କ ଶୁଭ ଦୃଷ୍ଟି ପଡିବ । ଫଳରେ ଏହି ସମୟ ମଧ୍ଯରେ ଚାକିରିରେ ପଦୋନ୍ନତି ସହ କ୍ୟାରିୟରରେ ଅଭିବୃଦ୍ଧି ହେବା ନେଇ ଯୋଗ ରହିଛି । ପାରିବାରିକ ଜୀବନ ସୁଖମୟ ହେବ । ଶନି ଦେବଙ୍କ ଶୁଭ ପ୍ରଭାବ ଯୋଗୁଁ ଆର୍ଥିକ୍ ସ୍ଥିତି ମଜଭୁତ ହେବ। ବ୍ୟବସାୟରୁ ଲାଭ ମିଳିବ ।

ମିଥୁନ ରାଶି

ଏହି ଦିନ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଶନି ଦେବଙ୍କ ଆଶୀର୍ବାଦ ରହିବ । ଏହି ଅବଧି ମଧ୍ୟରେ, ପଦୋନ୍ନତି ସହ ବ୍ୟବସାୟରେ ଲାଭ ନେଇ ଯୋଗ ରହିଛି । ଭ୍ରମଣ ଯୋଗ ସହ ଆର୍ଥିକ ଲାଭ ମିଳିବ । ପୈତୃକ ସମ୍ପତ୍ତିରୁ ଉପକୃତ ହେବେ । ବୈବାହିକ ଜୀବନରେ ସୁଖମୟ ରହିବ । ବିନିଯୋଗରୁ ଲାଭବାନ ହେବେ। ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଧୁର ହେବ ।

ତୁଳା ରାଶି

ଶନି ଅମାବାସ୍ୟା ଦିନ, ତୁଳା ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଶନି ଦେବଙ୍କ ଶୁଭ ଦୃଷ୍ଟି ରହିବ ।  ଶନି ଦେବଙ୍କ କୃପାରୁ ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟ ପୂରଣ ହେବ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଶୁଭ ସମାଚାର ମିଳିପାରେ । ବ୍ୟୟ ତୁଳନାରେ ଆୟ ଅଧିକ ରହିବ । ବୈବାହିକ ଜୀବନ ସୁଖମୟ ହେବ। ବିନିଯୋଗରୁ ଆର୍ଥିକ ଲାଭ ପାଇବେ ।

କୁମ୍ଭ ରାଶି

କୁମ୍ଭ ରାଶିର ବ୍ୟକ୍ତି ବିଶେଷ ଚାକିରି ସମ୍ବନ୍ଧୀୟ ଶୁଭ ଖବର ପାଇବେ । ବ୍ୟବସାୟରେ ଉନ୍ନତି ହେବ । ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସା ପାଇବେ । ଦୂରସ୍ଥାନକୁ ଭ୍ରମଣ ଯୋଗ ରହିଛି । ସ୍ବାସ୍ଥ୍ୟ ଭଲ ରହିବ । କୋର୍ଟ କଚେରୀ ମାମଲାରେ ସଫଳତା ପାଇବେ । ନୂତନ ଜମି କିମ୍ବା ଯାନ କ୍ରୟ ନେଇ ଯୋଗ ରହିଛି ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)