Kumar Purnima 2023: କୁମାର ପୂର୍ଣ୍ଣିମାଠାରୁ ୪ ରାଶିରେ ଆରମ୍ଭ ହେବ ରାଜଯୋଗ!
Advertisement

Kumar Purnima 2023: କୁମାର ପୂର୍ଣ୍ଣିମାଠାରୁ ୪ ରାଶିରେ ଆରମ୍ଭ ହେବ ରାଜଯୋଗ!

Kumar Purnima: ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଗ୍ରହ ମାନଙ୍କ ଚଳନ ଦୁଃଖ, ସୁଖ ବା ସମୃଦ୍ଧି ନେଇ ଆସିଥାଏ । ତେବେ ପବିତ୍ର କୁମାର ପୂର୍ଣ୍ଣିମା ଦିନଠାରୁ ୫ଟି ରାଶିଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିବା ସହ ଧନ୍ୟଧାନ୍ୟରେ ବୃଦ୍ଧି ହେବା ନେଇ ଯୋଗ ରହିଛି । ତେବେ ଆସନ୍ତୁ ଏହି ରାଶିଙ୍କ ବିଷୟରେ।

ସୌ(ସୋସିଆଲ ମିଡିଆ)

Kumar Purnima 2023: ଚଳିତ ବର୍ଷ ୨୮ ତାରିଖ ଅର୍ଥାତ୍ ଶନିବାର ଦିନ ପଡୁଛି ପବିତ୍ର କୁମାର ପୂର୍ଣ୍ଣିମା । ତେବେ ଏହି ଦିନ କିଛି ରାଶିଙ୍କ ପାଇଁ ଶୁଭମୟ ହେବାକୁ ଯାଉଛି । ମନୁଷ୍ୟ ଜୀବନରେ ହେଉଥିବା ସମସ୍ତ ପରିବର୍ତ୍ତନର ମୁଖ୍ୟ କାରଣ ହେଉଛି ଗ୍ରହ ମାନଙ୍କ ଚଳନ ଅଟେ । ମଣିଷ ଜୀବନରେ ଘଟୁଥିବା ପ୍ରତ୍ୟେକ ଘଟଣା ଓ ଅଘଟଣ ପଛରେ ଗ୍ରହମାନଙ୍କ ଚଳନ ହିଁ ଦାୟୀ ବୋଲି କୁହାଯାଏ । ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଗ୍ରହ ମାନଙ୍କ ଚଳନ ଦୁଃଖ, ସୁଖ ବା ସମୃଦ୍ଧି ନେଇ ଆସିଥାଏ । ତେବେ ପବିତ୍ର କୁମାର ପୂର୍ଣ୍ଣିମା ଦିନଠାରୁ ୫ଟି ରାଶିଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିବା ସହ ଧନ୍ୟଧାନ୍ୟରେ ବୃଦ୍ଧି ହେବା ନେଇ ଯୋଗ ରହିଛି । ତେବେ ଆସନ୍ତୁ ଏହି ରାଶିଙ୍କ ବିଷୟରେ।

ବୃଷ ରାଶି- ମାଆ ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିଙ୍କ ଜୀବନରେ ବୃହତ ପରିବର୍ତ୍ତନ ହେବାକୁ ଯାଉଛି। କୁମାର ପୂର୍ଣ୍ଣିମା ଦିନଠାରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଧନ ବର୍ଷା ହେବା ନେଇ ଯୋଗ ରହିଛି ।  ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ନୂତନ କାର୍ଯ୍ୟ ଆରମ୍ଭ ହେବ । କର୍ମ କ୍ଷେତ୍ରରେ ସଫଳତା ଲାଭ କରିବେ । ଚାକିରୀ କରୁଥିବା ବ୍ୟକ୍ତି ମାନଙ୍କର ପଦୋନ୍ନତି ନେଇ ଯୋଗ ରହିଛି । ବ୍ୟବସାୟରେ ଲାଭ ହେବ।

ସିଂହ ରାଶି- ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାରିବାରିକ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କ ସହିତ ସମୟ ଅତିବାହିତ କରିବେ । ସମ୍ପର୍କରେ ମଧୁରତା ଆସିବ। ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ ମାତା ପିତାଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଭ୍ରମଣ ନେଇ ଯୋଗ ରହିଛି । ଆକସ୍ମିକ ଧନ ଲାଭ ହେବ । ଜୀବନ ସାଥୀଙ୍କ ସହଯୋଗ ମିଳିବ । ରାଜନୀତି ସହ ଜଡ଼ିତ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟ ଖାସ୍ ରହିବ ।

କନ୍ୟା ରାଶି- ଧନ ଲାଭ ସହ ସୁଖ ସମୃଦ୍ଧି ବୃଦ୍ଧି ନେଇ ଯୋଗ ରହିଛି । ମିତ୍ରମାନଙ୍କ ସହଯୋଗ ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ଶୁଭ ରହିବ । ବୈବାହିକ ଜୀବନରେ ମଧୁରତା ଆସିବ । ବ୍ୟବସାୟ ଓ ଚାକିରିରେ ଅଗ୍ରଗତି । ଧନ ଲାଭ ଯୋଗ । କୋର୍ଟ କଚେରୀ ମାମଲାରେ ସଫଳତା । ପରିବାରରେ ଲାଗି ରହିଥିବା ବିବାଦ ଦୂର ହେବ ।

କୁମ୍ଭ ରାଶି- ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆସନ୍ତା ସମୟଟି ଅତ୍ୟନ୍ତ ଅନୁକୂଳ ରହିବ । ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ୟା ଦୂର ହେବ । ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଅଗ୍ରଗତି । ଦୂରସ୍ଥାନକୁ ଯାତ୍ରା ଲାଭଦାୟୀ ପ୍ରମାଣିତ ହେବ । ଜମିଜମା ତଥା ନୂତନ ଯାନବାହାନ କ୍ରୟ କରିବା ନେଇ ଯୋଗ ରହିଛି । ସୁଖ ଓ ସମୃଦ୍ଧତା ବୃଦ୍ଧି ପାଇବ । ଏହି ସମୟରେ ଗରିବଙ୍କୁ ଦାନ କରିବା ଦ୍ବାରା ସୌଭାଗ୍ୟ ପ୍ରାପ୍ତି ହେବ । ଆର୍ଥିକ୍ ସ୍ଥିତି ମଜଭୁତ ହେବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)