Rahu ketu Transit 2024: ଏହି ଦିନ ରାଶି ବଦଳାଇବେ ରାହୁ-କେତୁ, ୪ ରାଶିଙ୍କ ଭାଗ୍ୟରେ ଘୋଟି ଆସିବ ଅନ୍ଧକାର!
Advertisement

Rahu ketu Transit 2024: ଏହି ଦିନ ରାଶି ବଦଳାଇବେ ରାହୁ-କେତୁ, ୪ ରାଶିଙ୍କ ଭାଗ୍ୟରେ ଘୋଟି ଆସିବ ଅନ୍ଧକାର!

Rahu ketu Transit 2024: ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଓ ନକ୍ଷେତ୍ରଙ୍କ ରାଶି ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି । ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କର ଏହି ଚଳନ କେତେକ ରାଶି ଉପରେ ଶୁଭ ତ ଆଉ କେତେକ ରାଶି ଉପରେ ଅଶୁଭ ପ୍ରଭାବ ପକାଇଥାଏ।

ଶାସ୍ତ୍ର ଅନୁଯାୟୀ, ଶନିଙ୍କ ପରେ ସବୁଠାରୁ ଧୀର ଚଳନ କରୁଥିବା ଗ୍ରହ ହେଉଛନ୍ତି ରାହୁ ଓ କେତୁ । ଉଭୟ ଗ୍ରହ ପ୍ରତି ଦେଢ ବର୍ଷରେ ଥରେ ରାଶି ପରିବର୍ତ୍ତନ କରିଥାଆନ୍ତି । ରାହୁ-କେତୁଙ୍କ ଚଳନ ବା ରାଶି ପରିବର୍ତ୍ତନକୁ (Rahu Ketu Gochar 2023) ଅଶୁଭ ବୋଲି ବିବେଚନା କରାଯାଇଥାଏ । ରାହୁ-କେତୁଙ୍କ ଚଳନ ଫଳରେ କିଛି ରାଶିଙ୍କ ଭାଗ୍ୟରେ ଅନ୍ଧକାର ଘୋଟି ଆସିଥାଏ (Rahu Ketu Gochar 2023) । ବର୍ତ୍ତମାନ ରାହୁ ମେଷ ଓ କେତୁ ତୁଳା ରାଶି ବିରାଜମାନ ଅଛନ୍ତି । ଏପ୍ରିଲ ୩୦ରେ ଏହି ଦୁଇ ଗ୍ରହ କନ୍ୟାକୁ ଚଳନ କରିବେ। ଏହି ଚଳନ ଦ୍ବାରା ରାଶିଚକ୍ରରେ ଥିବା ସବୁ ରାଶି ଉପରେ ଏହାର ପ୍ରଭାବ ପଡ଼ିବ। ସାଧାରଣତଃ ଜାତକରେ ରାହୁ ଓ କେତୁଙ୍କ ଉପସ୍ଥିତି ଜୀବନରେ ସମସ୍ୟା ବଢାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ଅଶୁଭ ରହିବ ଏହି ଚଳନ ଓ କ’ଣ ରହିଛି ଏହାର ପ୍ରତିକାର ।

ଏହିସବୁ ରାଶିଙ୍କ ଉପରେ ପଡ଼ିବ ଅଶୁଭ ପ୍ରଭାବ

ରାହୁ-କେତୁଙ୍କ ଏହି ରାଶି ପରିବର୍ତ୍ତନ ମେଷ, କନ୍ୟା, ମକର ଓ ମୀନ ରାଶିଙ୍କ ପାଇଁ ଅଶୁଭ ଫଳ ପ୍ରଦାନ କରିବ । ଫଳରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ବେଶ ସତର୍କ ରହିବାକୁ ପଡ଼ିବ। ଗ୍ରହମାନଙ୍କ ଏହି ଚଳନ ଫଳରେ ଆର୍ଥିକ୍ କ୍ଷତି, ଶାରୀରିକ ପୀଡ଼ା, ମାନସିକ ଦୁଶ୍ଚିତା, ବିବାଦ, ପରିବାରରେ ମତାନ୍ତର ଓ ଜୀବନସାଥୀଙ୍କ ସହ ମତଭେଦ ଦେଖାଦେବ ।

ରାହୁ ଦୋଷରୁ ବଞ୍ଚିବା ନେଇ ଉପାୟ

  • ଉଭୟ ଗ୍ରହଙ୍କ ଖରାପ ପ୍ରଭାବରୁ ରକ୍ଷା ପାଇବା ପାଇଁ ଦିନରେ ୧୦୮ ଥର 'ଓମ୍ ନମଃ ଶିବାୟ' ମନ୍ତ୍ର ଜପ କରନ୍ତୁ।
  • ରାହୁଙ୍କ ଖରାପ ପ୍ରଭାବରୁ ମୁକ୍ତି ପାଇବା ପାଇଁ ନୀଳ ରଙ୍ଗ ଓ କେତୁ ଦୋଷରୁ ମୁକ୍ତି ପାଇବା ପାଇଁ ଗୋଲାପୀ ରଙ୍ଗର ପୋଷାକ ପିନ୍ଧନ୍ତୁ । ଏହାଦ୍ବାରା ଶୁଭଫଳ ମିଳିବା ସହ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ।
  • ରାହୁ ଓ କେତୁଙ୍କୁ ଶାନ୍ତ କରିବା ପାଇଁ ଘରେ ଭଗବାନ କୃଷ୍ଣ ଶେଶନାଗ ଉପରେ ନୃତ୍ୟ କରୁଥିବାର ଫଟୋ ଲଗାନ୍ତୁ । ଏହାକୁ ପ୍ରତିଦିନ ପୂଜା କରିବା ସହ ୧୦୮ ଥର 'ଓମ୍ ନମୋ ଭଗବତେ ବାସୁଦେବାୟ' ମନ୍ତ୍ରର ଜପ କରନ୍ତୁ ।
  • ରାହୁ ଦୋଷରୁ ମୁକ୍ତି ପାଇବା ପାଇଁ ଜ୍ୟୋତିଷଙ୍କ ପରାମର୍ଶ ନେଇ ଗୋମେଦ ରତ୍ନ ଧାରଣ କରନ୍ତୁ । ମନେରଖନ୍ତୁ, ଏହି ରତ୍ନକୁ ଶନିବାର ଦିନ ଧାରଣ କରିବା ଉଚିତ୍ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)