Budh Grah Margi 2023: ରାଶି ବଦଳାଇବେ ବୁଧ, ଖୋଲିବ ୩ ଏହି ରାଶିର ଭାଗ୍ୟ!
Advertisement
Article Detail0/zeeodisha/odisha1876690

Budh Grah Margi 2023: ରାଶି ବଦଳାଇବେ ବୁଧ, ଖୋଲିବ ୩ ଏହି ରାଶିର ଭାଗ୍ୟ!

Budh Grah Margi 2023: ଗ୍ରହମାନଙ୍କ ଓଲଟା ଚଳନ ରାଶିଚକ୍ରରେ ଥିବା ୧୨ଟି ରାଶିକୁ ପ୍ରଭାବିତ କରିଥାଏ । କିଛି ରାଶି ଉପରେ ଶୁଭ ତ ଆଉ କିଛି ରାଶି ଉପରେ ଅଶୁଭ ପ୍ରଭାବ ପଡିଥାଏ । ଫଳରେ ବ୍ୟକ୍ତିର ଜୀବନରେ ଭଲ ବା ଖରାପ ସମୟ ଆରମ୍ଭ ହୋଇଥାଏ । 

ସୌ(ସୋସିଆଲ ମିଡିଆ)

Budh Grah Margi 2023: ଗ୍ରହମାନଙ୍କର ଓଲଟା ଚଳନ ରାଶିଚକ୍ରରେ ଥିବା ୧୨ଟି ରାଶିକୁ ପ୍ରଭାବିତ କରିଥାଏ । କିଛି ରାଶି ଉପରେ ଶୁଭ ତ ଆଉ କିଛି ରାଶି ଉପରେ ଅଶୁଭ ପ୍ରଭାବ ପଡିଥାଏ । ଫଳରେ ବ୍ୟକ୍ତିର ଜୀବନରେ ଭଲ ବା ଖରାପ ସମୟ ଆରମ୍ଭ ହୋଇଥାଏ । ଏଥର ବୁଧଙ୍କ ଚଳନ ରାଶିଚକ୍ରରେ ଥିବା ସବୁ ରାଶି ଉପରେ ପଡ଼ିବ। ଏହି ସମୟ ମଧ୍ଯ ୩ଟି ରାଶିର ଭାଗ୍ୟ ଖୋଲିବାକୁ ଯାଉଛି ।

ଆସନ୍ତା ୧୯ ତାରିଖ ଅର୍ଥାତ୍ ବୁଧବାର ଦିନ ବୁଧ ସିଂହ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ସୂର୍ଯ୍ୟ ସିଂହ ରାଶିର ଅଧିପତି ହୋଇଥିବା ବେଳେ ବୁଧଙ୍କ ଚଳନ ପରେ ଏଠାରେ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହେବ। ଏହି ସମୟ ଖାସ୍ କରି ରାଶିଚକ୍ରର ୩ ରାଶି ପାଇଁ ଶୁଭ ସାବ୍ୟସ୍ତ ହେବ । ତେବେ ଆସନ୍ତୁ ଆଲୋଚନା କରିବା ସେହି ରାଶିଙ୍କ ବିଷୟରେ..

ମେଷ ରାଶି- ବୁଧଙ୍କ ଏହି ରାଶି ପରିବର୍ତ୍ତନ ମେଷ ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ । ଏହି ସମୟ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ଅନ୍ତ ଘଟିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଆକସ୍ମିକ ଧନ ଲାଭ ନେଇ ମଧ୍ଯ ଯୋଗ ରହିଛି । ପରିବାର ଲୋକଙ୍କ ସହ ସମ୍ପର୍କ ମଧୁର ହେବ । ବ୍ୟବସାୟ କରୁଥିବା ଲୋକଙ୍କୁ ନୂତନ ନିବେଶ ଲାଗି ସୁଯୋଗ ମିଳିବ ।

ସିଂହ ରାଶି- ବୁଧଙ୍କ ଏହି ଚଳନ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଫଳପ୍ରଦ ପ୍ରମାଣିତ ହେବ। ଏହି ଅବଧି ମଧ୍ୟରେ ବ୍ୟକ୍ତିତ୍ୱର ଉନ୍ନତି ହେବ । ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ।  ବୁଧ ଧନର ସ୍ବାମୀ ହୋଇଥିବାକୁ ଏହି ସମୟ ମଧ୍ୟରେ ଅର୍ଥର ଅଭାବ ରହିବ ନାହିଁ । ନୂତନ ଚାକିରି ମିଳିବା ସହ ଆୟ ବୃଦ୍ଧି ପାଇବ। ଆର୍ଥିକ୍ ସ୍ଥିତି ମଜଭୁତ ହେବ । ଅଟକି ରହିଥିବା ଟଙ୍କା ମିଳିବ । କୋର୍ଟ କଚେରୀ ମାମଲାରେ ଶୁଭଫଳ ମିଳିବ । ଅର୍ଥାଭାବ ଦୂର ହେବ । ସ୍ୱାସ୍ଥ୍ୟ ଭଲ ରହିବ ।

ଧନୁ ରାଶି- ବୁଧଙ୍କ ଏହି ରାଶି ପରିବର୍ତ୍ତନ ଧନୁ ରାଶିର ଲୋକଙ୍କ ପାଇଁ ଅନୁକୂଳ ପ୍ରମାଣିତ ହେବ । ଏହି ସମୟରେ ବୁଧ ଧନୁ ରାଶିର ନବମ ଘରେ ପ୍ରବେଶ କରିବେ । ଫଳରେ ଏହି ଅବଧି ମଧ୍ୟରେ ମାଲେମାଲ ହେବେ ଧନୁ ରାଶିର ବ୍ୟକ୍ତି । ଆର୍ଥିକ୍ ଲାଭ ସହ ଆୟ ବଢିବା ନେଇ ଯୋଗ ରହିଛି । ଅସଂପୂର୍ଣ୍ଣ ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ​ଜୀବନସାଥୀଙ୍କ ସହ ସଂପର୍କ ମଧୁର ହେବ ।

Also Read-Ganesh Chaturthi 2023: ଗଣେଷ ଚତୁର୍ଥୀରେ ବଦଳିବ ଏହି ୬ଟି ରାଶିଙ୍କ ଭାଗ୍ୟ, ଆୟ ବୃଦ୍ଧି ସହ ମିଳିବ ଶୁଭଫଳ!

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)