Jupiter Transit: ମେଷ ରାଶିରେ ବୃହସ୍ପତିଙ୍କ ଅବସ୍ଥାନ, ୩ ରାଶିଙ୍କୁ କରିବ ଭାଗ୍ୟବାନ!
Advertisement

Jupiter Transit: ମେଷ ରାଶିରେ ବୃହସ୍ପତିଙ୍କ ଅବସ୍ଥାନ, ୩ ରାଶିଙ୍କୁ କରିବ ଭାଗ୍ୟବାନ!

Jupiter Zodiac Change: କୁହାଯାଏ, ଯେତେବେଳେ ବୃହସ୍ପତି ରାଶି ପରିବର୍ତ୍ତନ କରିଥାଆନ୍ତି, ସେତେବେଳେ ଏହାର ଶୁଭ ପ୍ରଭାବ ରାଶିଚକ୍ରରେ ଥିବା ସମସ୍ତ ୧୨ଟି ରାଶି ଉପରେ ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବର୍ତ୍ତମାନ ବୃହସ୍ପତି ମେଷ ରାଶିରେ ବିରାଜମାନ ଅଛନ୍ତି । ଆସନ୍ତା ମଇ ୧ ତାରିଖ ପର୍ଯ୍ୟନ୍ତ ବୃହସ୍ପତି ଏହି ରାଶିରେ ଅବସ୍ଥାନ କରିବେ ।

ସୌ(ସୋସିଆଲ ମିଡିଆ)

Jupiter Zodiac Change 2024: ବୃହସ୍ପତିଙ୍କୁ ଏକ ଶୁଭ ଗ୍ରହ ଭାବେ ବିବେଚନା କରାଯାଏ । କୁହାଯାଏ, ଯେତେବେଳେ ବୃହସ୍ପତି ରାଶି ପରିବର୍ତ୍ତନ କରିଥାଆନ୍ତି, ସେତେବେଳେ ଏହାର ଶୁଭ ପ୍ରଭାବ ରାଶିଚକ୍ରରେ ଥିବା ସମସ୍ତ ୧୨ଟି ରାଶି ଉପରେ ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବର୍ତ୍ତମାନ ବୃହସ୍ପତି ମେଷ ରାଶିରେ ବିରାଜମାନ ଅଛନ୍ତି । ଆସନ୍ତା ମଇ ୧ ତାରିଖ ପର୍ଯ୍ୟନ୍ତ ବୃହସ୍ପତି ଏହି ରାଶିରେ ଅବସ୍ଥାନ କରିବେ ।

ଶାସ୍ତ୍ର ଅନୁଯାୟୀ, ବୃହସ୍ପତିଙ୍କର ତିନୋଟି ଦିଗ ରହିଛି। ବୃହସ୍ପତି ପଞ୍ଚମ ଦିଗରୁ ସିଂହ ରାଶିକୁ, ସପ୍ତମ ଦିଗରୁ ତୁଳା ଓ ନବମ ଦିଗରୁ ଧନୁ ରାଶିକୁ ଦେଖନ୍ତି । ବିଶ୍ୱାସ ରହିଛି ଯେ, ଯେତେବେଳେ ବୃହସ୍ପତି ତିନୋଟି ଦିଗରୁ କୌଣସି ରାଶିକୁ ଦେଖନ୍ତି କିମ୍ବା ଚଳନ କରନ୍ତି, ତାହା ସେହି ରାଶି ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ସେହି ସମୟରେ ଉକ୍ତ ରାଶିର ଭାଗ୍ୟଦୋୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ମେଷ ରାଶିକୁ ବୃହସ୍ପତିଙ୍କ ଚଳନ କେଉଁ ସବୁ ରାଶିଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ ।

ମେଷ ରାଶି: ବୃହସ୍ପତିଙ୍କ ଏହି ଚଳନ ଏହି ରାଶି ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ । ଏହି ସମୟରେ, ଉକ୍ତ ରାଶିର ବ୍ୟକ୍ତି ବିଶେଷଙ୍କ ମାନ ସମ୍ମାନ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଚାକିରି କ୍ଷେତ୍ରରେ ପଦୋନ୍ନତି ନେଇ ଯୋଗ ରହିଛି । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ନିବିଡ଼ ହେବ ।

କର୍କଟ ରାଶି: ବୃହସ୍ପତିଙ୍କ ଏହି ରାଶି ପରିବର୍ତ୍ତନ କର୍କଟ ରାଶି ପାଇଁ ମଧ୍ଯ ଶୁଭଦାୟୀ ରହିବ । ଏହି ସମୟରେ କ୍ୟାରିୟରରେ ସଫଳତା ପ୍ରାପ୍ତି ହେବ। ବ୍ୟବସାୟୀମାନଙ୍କ ପାଇଁ ନୂତନ ବ୍ୟବସାୟ ଲାଗି ବାଟ ଫିଟିବ । କର୍ମ କ୍ଷେତ୍ର ବିସ୍ତାରିତ ହେବ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଚାକିରି ମିଳିବ । ସ୍ବାସ୍ଥ୍ୟ ଭଲ ରହିବ । ସମ୍ପର୍କୀୟଙ୍କ ସହ ଦୀର୍ଘ ଦିନରୁ ଲାଗି ରହିଥିବା ମନ୍ତାନ୍ତର ଦୂର ହେବ ।

ସିଂହ ରାଶି: ବୃହସ୍ପତିଙ୍କ ଏହି ରାଶି ପରିବର୍ତ୍ତନ ସିଂହ ରାଶିର ଲୋକଙ୍କ ପାଇଁ ମଧ୍ଯ ଅନୁକୂଳ ପ୍ରମାଣିତ ହେବ । ଏହି ଅବିଧି ମଧ୍ଯରେ ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଏହି ରାଶିର ମହିଳା ମାନଙ୍କ ଲାଗି ଏହି ସମୟ ଅତ୍ୟନ୍ତ ଖାସ୍ ରହିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)