Shukra Rahu Yuti 2024: ୧୮ ବର୍ଷ ପରେ ରାହୁ-ଶୁକ୍ରଙ୍କ ମିଳନ,ତିନି ରାଶିଙ୍କ ଉପରେ ହେବ ଧନ ବର୍ଷା!
Advertisement

Shukra Rahu Yuti 2024: ୧୮ ବର୍ଷ ପରେ ରାହୁ-ଶୁକ୍ରଙ୍କ ମିଳନ,ତିନି ରାଶିଙ୍କ ଉପରେ ହେବ ଧନ ବର୍ଷା!

Venus Transit Effect 2024:  ଶୁକ୍ର ବର୍ତ୍ତମାନ ମୀନ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ରାହୁ  ମାର୍ଚ୍ଚ ୩୧, ସକାଳ ୫ଟା୪୫ ମିନିଟ୍ ସମୟରେ ଚଳନ କରିବେ। ଗୋଟିଏ ରାଶିରେ ଶୁକ୍ର-ରାହୁଙ୍କ ମିଳନ ଶୁକ୍ର-ରାହୁ ୟୁତି (Shukra And Rahu Yuti) ବା ରାଜଯୋଗ ସୃଷ୍ଟି କରୁଛି ।  ଶୁକ୍ର-ରାହୁଙ୍କ ମିଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ।

Shukra Rahu Yuti 2024: ୧୮ ବର୍ଷ ପରେ ରାହୁ-ଶୁକ୍ରଙ୍କ ମିଳନ,ତିନି ରାଶିଙ୍କ ଉପରେ ହେବ ଧନ ବର୍ଷା!

Venus Transit Effect 2024: ବୈଦିକ ଜ୍ୟୋତିଶ ଶାସ୍ତ୍ର ଅନୁସାରେ ଶୁକ୍ରଙ୍କୁ ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟ ଏବଂ ଆନନ୍ଦର କାରଣ ବୋଲି ବିବେଚନା କରାଯାଏ । ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ ।  ଶୁକ୍ର ବର୍ତ୍ତମାନ ମୀନ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ରାହୁ  ମାର୍ଚ୍ଚ ୩୧, ସକାଳ ୫ଟା୪୫ ମିନିଟ୍ ସମୟରେ ଚଳନ କରିବେ। ଗୋଟିଏ ରାଶିରେ ଶୁକ୍ର-ରାହୁଙ୍କ ମିଳନ ଶୁକ୍ର-ରାହୁ ୟୁତି (Shukra And Rahu Yuti) ବା ରାଜଯୋଗ ସୃଷ୍ଟି କରୁଛି । ଯାହା ଦିର୍ଘ ୧୮ ବର୍ଷ ପରେ ସମ୍ଭବ ହୋଇଛି। ରାହୁଙ୍କୁ ଛାୟା ଗ୍ରହ ଭାବେ ବିବେଚନା କରାଯାଇଥାଏ । ଜାତକରେ ରାହୁଙ୍କର ସ୍ଥିତି ବ୍ୟକ୍ତିର ଜୀବନକୁ ପ୍ରଭାବିତ କରିଥାଏ ।ଶୁକ୍ର-ରାହୁଙ୍କ ମିଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି(zodiac signs) ଗୁଡିକ ବିଷୟରେ...

ALSO READ: Today Horoscope: ଅଯଥା ବିବାଦରେ ଫସି ପାରନ୍ତି ଏହି ସବୁ ରାଶିର ବ୍ୟକ୍ତି, ଜାଣନ୍ତୁ ଆଜିର ରାଶିଫଳ

ଲାଭବାନ୍ ହେବେ ଏହି ସବୁ ରାଶି:

ବୃଷ ରାଶି: ଶୁକ୍ର-ରାହୁ ୟୁତି ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ।  ଏହି ଅବଧି ଆୟ ବୃଦ୍ଧି ସହ ବିଭିନ୍ନ ଉତ୍ସରୁ ଅର୍ଥଲାଭ ହେବ । ଆର୍ଥିକ ସମସ୍ୟା ଦୂର ହେବ । ବ୍ୟବସାୟୀ ଲାଭବାନ ହେବେ । ବିନିଯୋଗରୁ ଲାଭ ମିଳିବ। ଚାକିରି ଓ ବ୍ୟବସାୟରେ ଅଗ୍ରଗତି କରିବେ । ଯାନବାହାନ କିମ୍ବା ନୂତନ ଜମି କ୍ରୟ ନେଇ ଯୋଗ ରହିଛି ।

ଧନୁ ରାଶି: ରାହୁ-ଶୁକ୍ରଙ୍କ ଏହି ମହା ମିଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ।  ଏହି ସମୟରେ ଆର୍ଥିକ ଲାଭ ମିଳିବା ନେଇ ସମ୍ଭାବନା ରହିଛି । ପ୍ରେମ ଓ ବୈବାହିକ ଜୀବନ ସୁଖମୟ ହେବ। କ୍ୟାରିୟରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ ସହ ପଦୋନ୍ନତି ନେଇ ଯୋଗ ରହିଛି। ବ୍ୟବସାୟରେ ବିପୁଳ ଲାଭ ପାଇବେ।

କୁମ୍ଭ ରାଶି:  ରାହୁ-ଶୁକ୍ରଙ୍କ କୃପାରୁ ଏହି ରାଶିର ଭାଗ୍ୟ ଚମକି ଉଠିବ। ରାହୁ-ଶୁକ୍ରଙ୍କ ଏହି ମିଳନ ସମୟରେ ଅବିବାହିତଙ୍କ ବିବାହ ସ୍ଥିର ହେବା ନେଇ ଯୋଗ ରହିଛି । କ୍ୟାରିୟରରେ ସକରାତ୍ମକ ପରିବର୍ତ୍ତନ ଆସିବ । ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଦୀର୍ଘ ଦିନର ଇଚ୍ଛା ପୂରଣ ହେବ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। )