Shani Uday 2024: ଆସନ୍ତାକାଲି ଶନି ହେବେ ଉଦୟ, ହୋଲି ପୂର୍ବରୁ ଏହି ସବୁ ରାଶିଙ୍କର ଖୋଲିଯିବ ଭାଗ୍ୟ
Advertisement

Shani Uday 2024: ଆସନ୍ତାକାଲି ଶନି ହେବେ ଉଦୟ, ହୋଲି ପୂର୍ବରୁ ଏହି ସବୁ ରାଶିଙ୍କର ଖୋଲିଯିବ ଭାଗ୍ୟ

Saturn Rise 2024: ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି । ଆସନ୍ତାକାଲି ଭୋର୍ ସମୟ ୪ଟା ୪୦ ମିନିଟ୍ ସମୟରେ ସେହି ରାଶିରେ ଶନିଦେବ ଉଦୟ ହେବାକୁ ଯାଉଛନ୍ତି । ଯେଉଁମାନେ ଶନି ସାଢିସତୀ ପ୍ରଭାବରେ ପୀଡିତ ଅଛନ୍ତି । ସେମାନଙ୍କୁ ଶନିଙ୍କ ଏହି ଉଦୟ ଶୁଭଫଳ ପ୍ରଦାନ କରିବା ସହ ସେମାନଙ୍କ ଜୀବନରେ ଆଶାର ନୂଆ ଆଲୋକ ଉଦଜୀବିତ ହେବ। 

Shani Uday 2024: ଆସନ୍ତାକାଲି ଶନି ହେବେ ଉଦୟ, ହୋଲି ପୂର୍ବରୁ ଏହି ସବୁ ରାଶିଙ୍କର ଖୋଲିଯିବ ଭାଗ୍ୟ

Saturn Rise 2024: ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି । ଆସନ୍ତାକାଲି ଭୋର୍ ସମୟ ୪ଟା ୪୦ ମିନିଟ୍ ସମୟରେ ସେହି ରାଶିରେ ଶନିଦେବ ଉଦୟ ହେବାକୁ ଯାଉଛନ୍ତି । ଯେଉଁମାନେ ଶନି ସାଢିସତୀ ପ୍ରଭାବରେ ପୀଡିତ ଅଛନ୍ତି । ସେମାନଙ୍କୁ ଶନିଙ୍କ ଏହି ଉଦୟ ଶୁଭଫଳ ପ୍ରଦାନ କରିବା ସହ ସେମାନଙ୍କ ଜୀବନରେ ଆଶାର ନୂଆ ଆଲୋକ ଉଦଜୀବିତ ହେବ। ଶନି କୁମ୍ଭ ରାଶିରେ ଆସନ୍ତା ବର୍ଷ ଫେବୃଆରୀ ୨୫ ପର୍ଯ୍ୟନ୍ତ ରହିବେ। ତେବେ, ଆସନ୍ତୁ ଜାଣିବା ଶନିଙ୍କ କୃପାରୁ କେଉଁ ରାଶିର ଭାଗ୍ୟ ଚମକିବାକୁ ଯାଉଛି। 

ALSO READ: Mangal Gochar 2024: କୁମ୍ଭ ରାଶିରେ ମଙ୍ଗଳ ଗୋଚର; ଏହି ୫ ରାଶିର ଲୋକଙ୍କ ଚମକିବ ଭାଗ୍ୟ

କୁମ୍ଭ ରାଶି: ଶନିଙ୍କ ଆର୍ଶିବାଦରୁ କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆସିବ। ଆକସ୍ମିକ ଧନଲାଭର ଯୋଗ ରହିଛି ।  କ୍ୟାରିୟରରେ ହଠାତ୍ ପରିବର୍ତ୍ତନ ଆସିବ। ଏହା ବ୍ୟତୀତ ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ହେବ। ଯେଉଁମାନଙ୍କର ସ୍ୱାସ୍ଥ୍ୟ ଦୀର୍ଘ ଦିନ ଧରି ଖରାପ ଥିଲା ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇପାରେ। ଜୀବନ ଖୁସିମୟ ହେବ।ଘରେ ଖୁସିର ପରିବେଶ ରହିବ। ଆହୁରି ମଧ୍ୟ, ଏହି ରାଶିର ଲୋକମାନେ ଧାର୍ମିକ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିବେ। ଆପଣ ପରିବାର ସହିତ କିଛି ଧାର୍ମିକ ସ୍ଥାନ ପରିଦର୍ଶନ କରିବାକୁ ଯୋଜନା କରିପାରିବେ। ହୋଲି ପରେ ଜୀବନ ହସଖୁସିରେ ପରିପୂର୍ଣ୍ଣ ରହିବ।

ମେଷ ରାଶି:  ଶନିଙ୍କ ଉଦୟ ମେଷ ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ପାରିବାରିକ ସମ୍ପର୍କ ମଜବୁତ୍ ହେବା ସହ ପ୍ରତ୍ୟକ କାର୍ଯ୍ୟରେ ପିତାମାତାଙ୍କ ସମର୍ଥନ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ସମାଜରେ ସମ୍ମାନ ବୃଦ୍ଧି ପାଇବ । ଯଦି ଆପଣ କୌଣସି ରୋଗରେ ପିଡି଼ତ ଅଛନ୍ତି । ତେବେ, ଏହି ରୋଗରୁ ଆପଣଙ୍କୁ ମୁକ୍ତି ମିଳିବ। ଶନିଦେବଙ୍କ କୃପାରୁ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। 

ସିଂହ ରାଶି: ଶନିଦେବଙ୍କ କୃପାରୁ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଦେଖାଦେବ। ଅଟକି ରହିଥିବା ଚଙ୍କା ଫେରସ୍ତ ପାଇବେ। ପାରିବାରିକ ସମ୍ପର୍କ ମଜବୁତ୍ ହେବ। ବୈବାହିକ ଜୀବନରେ ଲାଗିଥିବା ସମସ୍ୟା ଦୂର ହେବ। ନିଜ ଜୀବନ ସାଥୀଙ୍କ ସହିତ ସମୟ ଅତିବାହିତ କରିବେ। 

ବୃଷ ରାଶି: ଶନିଙ୍କ ଉଦୟ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ।  ଏହି ସମୟ ମଧ୍ୟରେ ଆପଣ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇବେ । ଶତ୍ରୃମାନେ ପରାଜୟ ବରଣ କରିବେ। କଠିନ ପରିଶ୍ରମର ଫଳ ପାଇବ । ଆର୍ଥିକ ପରିସ୍ଥିତିରେ ଉନ୍ନତି ହେବ । ଆଶାୟୀମାନେ ଚାକିରିର ସୁଯୋଗ ପାଇବେ। 

ମକର ରାଶି:  ଶନିଙ୍କ ଉଦୟ ଏହି ରାଶିକୁ ମାଲେମାଲ୍ କରିଦେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ଆୟର ନୂତନ ଉତ୍ସ ସୃଷ୍ଟି । ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ କରିବ।ଆପଣ ଏହି ସମୟରେ ଏକ ନୂତନ ଯାନ କିଣିବାର ସମ୍ଭାବନା ରହିଛି।

ମିଥୁନ ରାଶି:  ଶନିଙ୍କ ଉଦୟ ଏହି ରାଶିକୁ ମାଲେମାଲ୍ କରିଦେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ଆୟର ନୂତନ ଉତ୍ସ ସୃଷ୍ଟି । ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ କରିବ।ଆପଣ ଏହି ସମୟରେ ଏକ ନୂତନ ଯାନ କିଣିବାର ସମ୍ଭାବନା ରହିଛି।

କନ୍ୟା ରାଶି:  ଶନିଙ୍କ ଆର୍ଶିବାଦରୁ କନ୍ୟା ରାଶିର ଭାଗ୍ୟ ବଦଳିବ। କାର୍ଯ୍ୟରେ ଆସୁଥିବା ସମସ୍ତ ପ୍ରତିବନ୍ଧକ ଦୂର ହେବ। ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଭଲ ରହିଛି। ବ୍ୟବସାୟ ପାଇଁ ନୂତନ ଡିଲ୍ ଫାଇନାଲ୍ ହୋଇପାରେ। ଚାକିରି ଖୋଜୁଥିବା ଲୋକମାନେ କିଛି ଭଲ ଖବର ପାଇବାର ସମ୍ଭାବନା ରହିଛି । କାର୍ଯ୍ୟ କରୁଥିବା ଲୋକମାନେ ପଦୋନ୍ନତି ପାଇପାରନ୍ତି ଏବଂ ଦରମା ମଧ୍ୟ ବୃଦ୍ଧି ହୋଇପାରେ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)