Rahu Venus Yuti 2024: ମୀନ ରାଶିରେ ଶୁକ୍ର-ରାହୁଙ୍କ ମିଳନ, ୪ ରାଶିଙ୍କ ଉପରେ ହେବ ଧନ ବର୍ଷା!
Advertisement

Rahu Venus Yuti 2024: ମୀନ ରାଶିରେ ଶୁକ୍ର-ରାହୁଙ୍କ ମିଳନ, ୪ ରାଶିଙ୍କ ଉପରେ ହେବ ଧନ ବର୍ଷା!

Venus Rahu Yuti: ଶୁକ୍ର ବର୍ତ୍ତମାନ ମୀନ ରାଶିରେ ବିରାଜମାନ ଥିବା ବେଳେ ଛାୟା ଗ୍ରହ ରାହୁ ଆଜି ସକାଳ ୯ ଟା ୦୫ ମିନିଟ୍ ସମୟରେ ସେହି ରାଶିକୁ ଚଳନ କରିବେ। ଗୋଟିଏ ରାଶିରେ ଶୁକ୍ର ଓ ରାହୁଙ୍କ ମିଳନ ଶୁକ୍ର-ରାହୁ ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ସଂଯୋଗ କିଛି ରାଶିରେ ବ୍ୟକ୍ତିଙ୍କୁ ଧନବାନ୍ କରିବା ସହ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ...

Rahu Venus Yuti 2024: ମୀନ ରାଶିରେ ଶୁକ୍ର-ରାହୁଙ୍କ ମିଳନ, ୪ ରାଶିଙ୍କ ଉପରେ ହେବ ଧନ ବର୍ଷା!

Venus Rahu Yuti: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଗୁଡିକର ରାଶି ପରିବର୍ତ୍ତନ ରାଶି ଚକ୍ରରେ ଥିବା ୧୨ ଟି ରାଶି ଉପରେ ପ୍ରଭାବ ପକାଇଥାଏ।  ଶୁକ୍ରଙ୍କୁ (venus) ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଏବଂ ଆନନ୍ଦର କାରଣ ବୋଲି ବିବେଚନା କରାଯାଏ । ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ ।  ଏହି କ୍ରମରେ ଶୁକ୍ର ବର୍ତ୍ତମାନ ମୀନ ରାଶିରେ ବିରାଜମାନ ଥିବା ବେଳେ ଛାୟା ଗ୍ରହ ରାହୁ ଆଜି ସକାଳ ୯ ଟା ୦୫ ମିନିଟ୍ ସମୟରେ ସେହି ରାଶିକୁ ଚଳନ କରିବେ। ଗୋଟିଏ ରାଶିରେ ଶୁକ୍ର ଓ ରାହୁଙ୍କ ମିଳନ  ଶୁକ୍ର-ରାହୁ ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ସଂଯୋଗ କିଛି ରାଶିରେ ବ୍ୟକ୍ତିଙ୍କୁ ଧନବାନ୍ କରିବା ସହ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ...

ALSO READ: Today Horoscope: ବୃଷ ସହ ଏହି ସବୁ ରାଶି ରୁହନ୍ତୁ ସତର୍କ, ଜାଣନ୍ତୁ ଆଜିର ରାଶିଫଳ

କର୍କଟ ରାଶି: ଶୁକ୍ର-ରାହୁ ୟୁତି  ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ।  ଆଜିଠାରୁ କର୍କଟ ରାଶିର ଭାଗ୍ୟରେ ବିରାଟ ପରିବର୍ତ୍ତନ ଆସିବ। କ୍ୟାରିୟରରେ ଅଗ୍ରଗତି ହେବ । କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି । ଶୀଘ୍ର ଭୁଲ ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ । ନିଜକୁ ଶକ୍ତିଶାଳୀ ରଖନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ଆର୍ଥିକ ଦୃଷ୍ଟିରୁ ମଧ୍ୟ ଲାଭବାନ୍ ହେବେ । ଟଙ୍କା ବିନିଯୋଗ କରିବେ ଏବଂ ଆପଣ ପୌତୃକ ସମ୍ପତ୍ତିରୁ ମଧ୍ୟ ଲାଭ ପାଇବେ । ହଠାତ୍ ଧନଲାଭର ଯୋଗ ମଧ୍ୟ ରହିଛି। 

ମୀନ ରାଶି: ଶୁକ୍ର ଓ ରାହୁଙ୍କ ଏହି ମିଳନ ମୀନ ରାଶି ପାଇଁ ବେଶ ଖାସ୍ ହେବାକୁ ଯାଉଛି ।ଏହି ଅବଧି ମଧ୍ୟରେ, ଶୁକ୍ରଙ୍କ ଅନୁଗ୍ରହରେ ଆର୍ଥିକ ଲାଭ ମିଳିବା ସହ ପୂର୍ବରୁ କରାଯାଇଥିବା ବିନିଯୋଗରୁ ମଧ୍ଯ ଲାଭ ପାଇବେ। ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ । ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ପୂରଣ ହେବ । ଛାତ୍ରଛାତ୍ରୀଙ୍କ ଲାଗି ଏହି ସମୟ ବେଶ ଲାଭଦାୟୀ ରହିବ ।

ସିଂହ ରାଶି: ରାହୁ ଓ ଶୁକ୍ରଙ୍କ କୃପାରୁ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆସିବ। ବିଶେଷ କରି, ବ୍ୟବସାୟୀଙ୍କ ପାଇଁ ସମୟ ବେଶ୍ ଭଲ ରହିବ।  ଏହି ଅବଧି ମଧ୍ୟରେ ଆର୍ଥିକ ଲାଭ ମିଳିବ । କୌଣସି ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ବ୍ୟବସାୟରେ ବଡ଼ ଡିଲ୍ ମଧ୍ୟ ଫାଇନାଲ୍ ହୋଇପାରେ। ବ୍ୟବସାୟରେ ଆର୍ଥିକ ଲାଭ ଦ୍ବିଗୁଣିତ ହେବ। ଦୂରସ୍ଥାନକୁ ଯାତ୍ରା ନେଇ ଯୋଗ ରହିଛି । ପରିବାରରେ ହସଖୁସି ଲାଗି ରହିବ ।

ବୃଷ ରାଶି :  ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ।  ଚାକିରି କରୁଥିବା ଲୋକେ କର୍ମକ୍ଷେତ୍ରରେ ପଦୋନ୍ନତି ପାଇବାର ଯୋଗ ରହିବ। କାର୍ଯ୍ୟାଳୟକୁ ଆପଣଙ୍କ କାର୍ଯ୍ୟକୁ ବିରିଷ୍ଠ ଅଧିକାରୀ ପ୍ରଂଶସା କରିବେ।  ଦରମା ବୃଦ୍ଧି ହେବ। ପାରିବାରରେ ଲାଗି ରହିଥିବା ବିବାଦ ଅନ୍ତ ଘଟିବ। ପ୍ରେମ ବ୍ୟାପାରରେ ଉନ୍ନତି ଆସିବ। ନିଜ ଜୀବନ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ବିତାଇବେ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି। ଯଦି ଆପଣ ଷ୍ଟକ୍ ମାର୍କେଟରେ ବିନିଯୋଗ କରିବାକୁ ଚାହାଁନ୍ତି, ତେବେ ଏହାକୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶରେ କରନ୍ତୁ, ତେବେ ଆପଣ ଏଥିରେ ଲାଭ ପାଇପାରିବେ। ଯେଉଁମାନେ ବ୍ୟବସାୟ ଶ୍ରେଣୀର ଅଟନ୍ତି ସେମାନେ ଯେ,କୌଣସି ସ୍ଥାନରେ ଅତି ଯତ୍ନର ସହିତ ବିନିଯୋଗ କରିବା ଉଚିତ୍।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)