Rahu Budh Yuti 2024: ୧୮ ବର୍ଷ ପରେ ରାହୁ-ବୁଧଙ୍କ ମିଳନ, ୪ ରାଶିଙ୍କୁ ମିଳିବ ପ୍ରବଳ ଧନ!
Advertisement

Rahu Budh Yuti 2024: ୧୮ ବର୍ଷ ପରେ ରାହୁ-ବୁଧଙ୍କ ମିଳନ, ୪ ରାଶିଙ୍କୁ ମିଳିବ ପ୍ରବଳ ଧନ!

Rahu-Mercury Conjunction In Pisces:  ମାର୍ଚ୍ଚ ୭ ତାରିଖରେ ରାହୁ ମୀନ ରାଶିକୁ ଚଳନ କରିଥିବା ବେଳେ ସେହି ରାଶିରେ ଗ୍ରହମାନଙ୍କ ରାଜକୁମାର ବୁଧ ଆଜି ପ୍ରବେଶ କରିଛନ୍ତି। ୧୮ ବର୍ଷ ପରେ, ଗୋଟିଏ ରାଶିରେ ରାହୁ-ବୁଧଙ୍କ ମିଳନ ରାହୁ-ବୁଧ ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଯାହାର ପ୍ରଭାବ ୧୨ଟି ରାଶି ଉପରେ ପଡିବାକୁ ଯାଉଛି।  

Rahu Budh Yuti 2024: ୧୮ ବର୍ଷ ପରେ ରାହୁ-ବୁଧଙ୍କ ମିଳନ, ୪ ରାଶିଙ୍କୁ ମିଳିବ ପ୍ରବଳ ଧନ!

Rahu-Mercury Conjunction In Pisces: ଜ୍ୟୋତିଶ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି କ୍ରମରେ , ମାର୍ଚ୍ଚ ୭ ତାରିଖରେ ରାହୁ ମୀନ ରାଶିକୁ ଚଳନ କରିଥିବା ବେଳେ ସେହି ରାଶିରେ ଗ୍ରହମାନଙ୍କ ରାଜକୁମାର ବୁଧ ଆଜି ପ୍ରବେଶ କରିଛନ୍ତି। ୧୮ ବର୍ଷ ପରେ, ଗୋଟିଏ ରାଶିରେ ରାହୁ-ବୁଧଙ୍କ ମିଳନ ରାହୁ-ବୁଧ ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଯାହାର ପ୍ରଭାବ ୧୨ଟି ରାଶି ଉପରେ ପଡିବାକୁ ଯାଉଛି।  ସବୁଠୁ ବଡ଼ କଥା ହେଲା, ଏହି ଦୁର୍ଲଭ ସଂଯୋଗ କାରଣରୁ ୪ ରାଶିର ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଦେଖାଦେବ। ତେବେ,ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ...

ALSO READ: Budhaditya Rajyog 2024: ୪ ରାଶିଙ୍କ ଭାଗ୍ୟ ଫିଟାଇବ ବୁଦ୍ଧାଦିତ୍ୟ ରାଜଯୋଗ, ଚାକିରିରେ ପଦୋନ୍ନତି ସାଙ୍ଗକୁ ରହିଛି ଧନପ୍ରାପ୍ତିର ଯୋଗ

କର୍କଟ ରାଶି:  ରାହୁ-ବୁଧ ୟୁତି ବା ଦୁର୍ଲଭ ସଂଯୋଗ କାରଣରୁ ଏହି ରାଶିର ଲୋକଙ୍କ ପାଇଁ ବେଶ ଶୁଭଫଳ ପ୍ରଦାନ କରିବ। ବୈବାହିକ ଜୀବନ ସୁଖମୟହେବ। ପ୍ରେମ ସମୟ, ବ୍ୟବସାୟ ଲାଭ, ବ୍ୟବସାୟ ସମ୍ବନ୍ଧୀୟ କାର୍ଯ୍ୟ, ସମ୍ପତ୍ତି, ଯାନବାହାନ, ରିଅଲ୍ ଇଷ୍ଟେଟ୍ ପାଇଁ ଏହି ସମୟ ବିଶେଷ ଭଲ ହେବ। ଏହି ସମୟ ମଧ୍ୟରେ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। କାରଣ ମାଙ୍ଗଳିକ ଦୋଷ କାରଣରୁ କ୍ରୋଧର ପ୍ରବୃତ୍ତି ବୃଦ୍ଧି ପାଇଛି। ଜଗରଖି ଲୋକଙ୍କ ସହ କଥା ହୁଅନ୍ତୁ।

ବିଛା ରାଶି: ବିଛା ରାଶିର ଲୋକମାନେ ରାହୁ ଏବଂ ବୁଧଙ୍କ ମିଳନରୁ ବିଶେଷ ଲାଭ ପାଇବାକୁ ଯାଉଛନ୍ତି। ଏ-ହି ଅବଧି ମଧ୍ୟରେ ଅର୍ଥନୈତିକ, ସାମାଜିକ, ବ୍ୟବସାୟ ଏବଂ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ। ଏହି ଅବଧି ମଧ୍ୟରେ ଶିକ୍ଷା କ୍ଷେତ୍ରରେ କିଛି ବିଶେଷ ଲାଭ ମିଳିପାରେ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ଦେଉଛନ୍ତି । ସେମାନେ ଭଲ ରେଜଲ୍ଟ ପାଇବେ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ, ବାହାରେ ଖାଇବା ଠାରୁ ଦୂରେଇ ରୁହନ୍ତୁ। 

ମକର ରାଶି :  ରାହୁ ଓ ବୁଧଙ୍କ ଆର୍ଶିବାଦରୁ, ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି। କାର୍ଯ୍ୟାଳୟରେ ଆପଣଙ୍କୁ ବଡ଼ ଦାୟିତ୍ବ ବା ପଦୋନ୍ନତି ମିଳିପାରେ। ବ୍ୟବସାୟୀମାନେ ଏକ ବଡ଼ ଡିଲ୍ ଫାଇନାଲ କରିପାରନ୍ତି। କିନ୍ତୁ କୌଣସି ସ୍ଥାନରେ ଅର୍ଥ ବିନିଯୋଗ କରିବା ପୂର୍ବରୁ ଭାବି ଚିନ୍ତି କରନ୍ତୁ। କ୍ଷତି ସହିବାର ସମ୍ଭାବନା ରହିଛି। କୌଣସି ପୁରୁଣା ରୋଗ ଆପଣଙ୍କ ସ୍ବାସ୍ଥ୍ୟକୁ ଅଧିକ ଜଟିଳ କରିପାରେ। 

ମୀନ ରାଶି : ଗୋଟିଏ ରାଶିରେ ରାହୁ ଓ ବୁଧଙ୍କ ମିଳନ ଯୋଗୁଁ ମୀନ ରାଶିର ଲୋକମାନେ ସକରାତ୍ମକ ଫଳାଫଳ ପାଇବେ। ଆପଣ ଆଗାମୀ ଦିନରେ ଭଲ ଖବର ପାଇପାରନ୍ତି । କର୍ମକ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଆୟ ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଛି । ବୈବାହିକ ଜୀବନରେ ମଧୁରତା ଆସିବ । କର୍ମକ୍ଷେତ୍ରରେ ସହକର୍ମୀ କିମ୍ୱା କୌଣସି ସାଥୀଙ୍କ ସାହାଯ୍ୟ ପାଇବେ ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)