Astro Tips: କର୍ପୁରକୁ ସାଧାରଣତଃ ପୂଜା ସମୟ ବ୍ୟବହାର କରାଯାଏ। ଆପଣଙ୍କ ଜାଣିଛନ୍ତି କି କର୍ପୁରର ବ୍ୟବହାର ଦ୍ବାରା ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ୍ ହୋଇପାରିବ। ତେବେ,ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ...
Trending Photos
Astro Tips: କର୍ପୁରକୁ ସାଧାରଣତଃ ପୂଜା ସମୟ ବ୍ୟବହାର କରାଯାଏ। ଏକଥା ସମସ୍ତେ ଉଣା ଅଧିକେ ଜାଣିଛନ୍ତି ନିଶ୍ଚୟେ। ହିନ୍ଦୁ ଧର୍ମ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି ଯେ, ଘରେ କର୍ପୁର ବା ପୂଜା ସମୟରେ କର୍ପୁର ଜାଳିବା ଦ୍ବାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ନକରାତ୍ମକ ପ୍ରଭାବ ମଧ୍ୟ ଦୂର ହୋଇଥାଏ। ଆପଣଙ୍କ ଜାଣିଛନ୍ତି କି କର୍ପୁରର ବ୍ୟବହାର ଦ୍ବାରା ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ୍ ହୋଇପାରିବ। ତେବେ,ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ...
ALSO READ: Budh Vakri 2024: ଆସନ୍ତାକାଲି ଏହିସବୁ ରାଶିଙ୍କ ଭାଗ୍ୟ ଉଦୟ କରିବେ ବୁଧ, ମିଳିବ ଶୁଭଫଳ ସହ...
ALSO READ: Surya Gochar 2024: ଅଗଷ୍ଟ ୧୬ରେ ସୂର୍ଯ୍ୟଦେବ ବଦଳାଇବେ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ନୂଆ ଚାକିରି ସାଙ୍ଗକୁ...
-ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଘରର ପୂଜା ସ୍ଥାନ ବା ମନ୍ଦିରରେ ଏକ ଖଣ୍ଡ କର୍ପୁର ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ବିଶ୍ବାସ ରହିଛି ଯେ, ପୂଜା ଘରେ ଏକ ଖଣ୍ଡ କର୍ପୁର ରଖିବା ଘରେ ସୁଖ, ସମୃଦ୍ଧି ବୃଦ୍ଧି ହେବା ସହ ସକରାତ୍ମକତା ଆସିଥାଏ । ବାସ୍ତବରେ, ପୂରା ଘର ସକରାତ୍ମକ ଶକ୍ତିର ସବୁଠାରୁ ବଡ ଉତ୍ସ ଅଟେ। ଏପରି ପରିସ୍ଥିତିରେ ପୂଜା ଘରେ କର୍ପୁର ଜାଳିଲେ ପୂରା ଘରର ପରିବେଶ ଶୁଦ୍ଧ ହୋଇଯାଏ । ଏବଂ ଘରେ କୌଣସି ମାୟାବି ଶକ୍ତି ରହି ନଥାଏ।
- ଯଦି କୌଣସି ବ୍ୟକ୍ତି ଦିର୍ଘ ଦିନ ଧରି ଦାରଦ୍ରତାରେ ଜୀବନ କାଟୁଛି ବା ଘରେ ଟଙ୍କା ପଇସା ଅଭାବ ଲାଗି ରହିଛି । ଏଭଳି ସ୍ଥିତିରେ, ଘରେ କୌଣସି ଏକ ଭଲ ସ୍ଥାନରେ ଖଣ୍ତିଏ କର୍ପୁର ରଖିବା ଦ୍ବାରା ଦାରିଦ୍ରତାର କଷାଘାତରୁ ମଣିଷ ମୁକ୍ତି ପାଇଥାଏ । ଏବଂ ଧନର ଅଭାବ ଘରେ ହୋଇନ ଥାଏ ବୋଲି ଧାର୍ମିକ ଶାସ୍ତ୍ରରେ ଉଲ୍ଲେଖ ରହିଛି।
-ଯଦି ଆପଣ ଅନୁଭବ କରୁଛନ୍ତି ଯେ, ଘରେ କୌଣସି ନକରାତ୍ମକ ଶକ୍ତି ଅଛି ବା ଅଯଥା ସବୁବେଳେ କହଳ ହେଉଛି। ତେବେ, ଘରର ମୁଖ୍ୟ ଦ୍ବାରରେ ଆପଣ ଏକ କର୍ପୁର ଖଣ୍ତ ରଖି ଦିଅନ୍ତୁ। ଏହା କର୍ପୁର ଖଣ୍ତ ଘରର ମୁଖ୍ୟ ଦ୍ବାରରେ ରଖିବା ଦ୍ବାରା ଘରେ କୌଣସି ପ୍ରକାର ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ। ଏବଂ ଘରେ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ।
(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)